ସ୍ପେଶାଲ

ରଜ କୁଇନ୍‌ ଅଡିସନ୍‌ ବଦଳରେ ମଶାଣିକୁ ଗଲେ ବିଷ୍ଣୁପ୍ରିୟା

ମା’ ମୋ ପାଇଁ ଡ୍ରେସ୍‌ଟା ସିଲେଇ କରି ରଖିଥା । ମୁଁ ରଜ କୁଇନ୍‌ ଅଡିସନ୍‌ରେ ଯିବି । ଏକଥା କହିଥିଲା ଝିଅ ବିଷ୍ଣୁପ୍ରିୟା । ହେଲେ ଏବେ ସେହି ଝିଅ ପାଇଁ କାନ୍ଦି କାନ୍ଦି ଗଡ଼ି ଯାଉଛି ମା । ଆଉ କିଛି ସମୟ ପରେ ମୋ ଧନ ମାଟିରେ ମିଶିଯିବ l ଆଉ ଦେଖି ପାରିବିନି ମୋ ସୁନାଧନକୁ l କୁଆଡେ ଗଲୁ ମୋ ଫୁଲେଇ l ସେ ରାକ୍ଷାସୁଣୀ ମୋ ଝିଅକୁ ନେଇ ମାରିଦେଲା l ମୋ ଝିଅ ପାଠ ପଢିଥିଲା ଅନ୍ଧ ଆଖିର ସାହାରା ହେବ ବୋଲି l ଏମିତି କାନ୍ଦି କାନ୍ଦି ବାହୁନୁଥାଆନ୍ତି ମହିଳା ଜଣକ । କହୁଥାନ୍ତି, ଗୁରୁବାର ଦିନ ଛତୁ ତରକାରୀ ନେଇକି ଯାଇଥିଲା ଆଉ ଆଜି ତା ପାଇଁ କାନ୍ଦ ବୋବାଳି ପଡିଛି l ମୋ ଆଶା ବାଡ଼ି ହୋଇ ମୋ ଆଖି ଭଲ କରିଦେବ ବୋଲି କହିଥିଲା l ଚାଲି ଗଲା ସବୁ ଦିନ ପାଇଁ l ବାଇଶି ବର୍ଷ ଧରି ବଢ଼େଇ କୁଢେଇ ସେହ୍ନ ମମତା ଦେଇ ବଡ଼ କରିଥିଲି । ଏ ମା କଥା କଣ ମନେ ପଡିଲାନି ମୋ ଫୁଲେଇ । ତୁ ପର କରି ଚାଲିଗଲୁ ? ଏମିତି ଭୂଇଁ ଦରାଣ୍ଡି ବାହୁନି ବାହୁନି କାନ୍ଦୁଥିଲା ମା’ଟିଏ l ନିରିମାଖି ଝିଅର ସବୁ କଥା ମନେ ପକାଇ ଆଖି ଲୁହ ପୋଛି ପକାଉଥିଲେ ପାଖରେ ବସିଥିବା ଭାଉଜ l ସବୁ ଦିନ ପାଇଁ ମା ଆଖିରେ ଲୁହ ଦେଇ ଗଲା ଫୁଲେଇ l

ହେଲେ ଏଇ ଫୁଲେଇ ଝିଅଟି ଅକାଳରେ କାହିଁକି ଚାଲିଗଲା ଏମିତି ? କଣ ହୋଇଥିଲା ଯେ ଜୀବନ ହାରିଦେଲା, ଚାଲନ୍ତୁ ଜାଣିବା ।ଯୁବତୀଙ୍କ ନାମ ବିଷ୍ଣୁପ୍ରିୟା ରାଉତ l ବିଷ୍ଣୁପ୍ରିୟାଙ୍କ ଜୀବନ କାହାଣୀ କିଛି ଏମିତି ଥିଲା l ଭୁବନେଶ୍ୱର ଫାୟାର ଷ୍ଟେସନ କଲୋନୀ ନିକଟ ବସ୍ତିରେ ବାପା ମା’ଙ୍କ ସହିତ ରହୁଥିଲେ l ଭଲ ପାଠ ସାଙ୍ଗକୁ ନାଚ ଗୀତରେ ଵି ରୁଚି ରଖିଥିଲେ l ଥରେ ଦୁଇ ଥର ରିୟଲିଟି ସୋ’ରେ ଭାଗ ନେଇଥିଲେ l ଆଗକୁ ଅନ୍ୟ ସୋ’ରେପ୍ରସ୍ତୁତ ହେଉଥିଲେ ବିଷ୍ଣୁପ୍ରିୟା l ଭାରୀ ସୁନ୍ଦରୀ ଝିଅଟିଏ । ଗେହ୍ଲି ଥିବାରୁ ମା ତା ନାଁ ଦେଇଥିଲେ ଫୁଲେଇ । ଗ୍ରାଜୁଏସନ ପରେ ଏକ ଘରୋଇ କମ୍ପାନୀରେ ଚାକିରି ମଧ୍ୟ କରିଥିଲେ । ଅଳ୍ପ କେଇ ମାସ ହେବ ବିଏମସିରେ ସୁପରଭାଇଜର ଭାବେ ଚାକିରି ପାଇଥିଲେ ବୋଲି ଘର ଲୋକ କୁହନ୍ତି । ମା’ ବାପାଙ୍କ ଏକପ୍ରକାର ରୋଜଗାରର ସାହାରା ପାଲଟି ଯାଇଥିଲେ ଝିଅ ବିଷ୍ଣୁପ୍ରିୟା l ତେବେ ପରିବାର ଲୋକଙ୍କ ଅଭିଯୋଗ ହେଉଛି, କିଛି ମାସ ତଳେ ଜଣେ ଯୁବତୀ ସହିତ ବିଷ୍ଣୁପ୍ରିୟାର ବନ୍ଧୁତା ବଢିଥିଲା l ସେ ଘର ଲୋକଙ୍କ ଠାରୁ ଦୂରେଇ ଭରତପୁରରେ ଭଡା ନେଇ ରହୁଥିଲେ ସେହି ଝିଅ ସହ । ଗୁରୁବାର ଦିନ ଘରକୁ ଅସିଥିଲେ । ହେଲେ ସେହି ବାନ୍ଧବୀ ଜଣକ ଡାକିବାରୁ ପୁଣି ଚାଲିଗଲେ । ତାପର ଦିନ ଫୋନ କରି ସେହି ଯୁବତୀ ବନ୍ଧୁ କହିଲେ କି ବିଷ୍ଣୁ ପ୍ରିୟା ଜୀବନ ହାରି ଦେଇଛି l

ଘର ଲୋକେ ଯାଇ ଦେଖିଲେ । ପୋଲିସ ଗଲା ପରେ ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ଆସିଲା l କିନ୍ତୁ ପରିବାର ଲୋକେ ଝିଅର ମରଣକୁ ସହଜରେ ଗ୍ରହଣ କରି ପାରିନଥିଲେ l ତେଣୁ ବିଷ୍ଣୁପ୍ରିୟାର ଜୀବନ ହାରିବାକୁ ନେଇ ପରିବାର ଲୋକ ଅଭିଯୋଗ ଆଣିଲେ ଯୁବତୀ ବନ୍ଧୁଙ୍କ ନାଁରେ l ଭରତପୁର ଥାନାରେ ଏତଲା ଦେଲେ l ପୋଲିସ ଏତଲାକୁ ଆଧାର କରି ଏକ ଅପମୃତ୍ୟୁ ମାମଲା ରୁକୁ କରିଛି । ଵିଭିନ୍ନ ଦିଗରୁ ତଦନ୍ତ କରୁଛି l ଏପଟେ ବିଷ୍ଣୁପ୍ରିୟାଙ୍କ ସେହି ଯୁବତୀ ବନ୍ଧୁ ଜଣକ ଫେରାର ହୋଇ ଯାଇଛନ୍ତି l ସେହିଁ ଧରାପଡ଼ିଲେ ଜଣାପଡ଼ିବ ବିଷ୍ଣୁପ୍ରିୟାଙ୍କ ଜୀବନ ହରିବାର ପ୍ରକୃତ ରହସ୍ୟ ।

Sasmita

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

30 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago