ସ୍ପେଶାଲ

ପୁଅ ଓ ଝିଅଙ୍କୁ ହରାଇ ନିଃସଙ୍ଗ ଜୀବନ ବିତାଉଛନ୍ତି ସ୍ବାମୀ-ସ୍ତ୍ରୀ, ଏବେ ଇଚ୍ଛା ମୃତ୍ୟୁ ଚାହୁଁଛନ୍ତି ଅନିତା

ଗଂଜାମ (କେନ୍ୟୁଜ) : ଯାହାଙ୍କ ପାଇଁ ସଂସାର କରିଥିଲେ ସେମାନେ ଚାଲିଗଲେ ଆରପାରିକୁ । ଅତିକ୍ରାନ୍ତ ବୟସରେ ନିଃସଙ୍ଗ ଜୀବନ ବିତାଇବାକୁ ପଡୁଛି ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କୁ । ତଥାପି ସେତିକିରେ ଦୁଃଖ ସରିଲାନି ବରଂ ଦୁଇଗୁଣ ବଢ଼ିଗଲା । ସ୍ତ୍ରୀଙ୍କର ବାହାରିଲା ମାରାତ୍ମକ ପେଟ ରୋଗ । ଯାହା କିଛି ସମ୍ବଳ ଥିଲା ସେସବୁ ସରିଲା । ଅର୍ଥାଭାବରୁ ଅଧା ଅପରେସନ୍‌ରେ ଘରକୁ ଫେରି ଆସିବାକୁ ବାଧ୍ୟ ହେଲେ । ଏବେ ଘର ଭିତରେ ଯନ୍ତ୍ରଣାରେ ଯୁଝି ହେଉଛନ୍ତି।

ଗଂଜାମ ଜିଲ୍ଲା ବୁଗୁଡ଼ା ବ୍ଳକ ଅନ୍ତର୍ଗତ ରାମଗଡ଼ ଗାଁର ଅନିତା ପ୍ରଧାନ । ଆମେ ଯେତେବେଳେ ଅନିତାଙ୍କ ଘରେ ପହଞ୍ଚିଲୁ ସେତେବେଳେ ତାଙ୍କର ଖାଇବା ସମୟ ଥିଲା । ତାଙ୍କ ସ୍ବାମୀ ଖାଇବା ପ୍ରସ୍ତୁତ କରୁଥିଲେ । ଆଉ ସେହି ସମୟର ଦୃଶ୍ୟ, ସତରେ ଅତି ଦୁଃଖଦାୟକ ଥିଲା । କିଛି ତରଳ ଖାଦ୍ୟ ହିଁ ଥିଲା ତାଙ୍କର ଆହାର। ପେଟରୁ ବାହାରିଥିବା ଏକ ନଳୀ ଭିତରେ ଏହି ତରଳ ଖାଦ୍ୟ ଦେଉଥିଲେ ସ୍ୱାମୀ ଶିବ ପ୍ରଧାନ । ଇଏ ହେଉଛି ତାଙ୍କର ନିତି ଦିନିଆ କାମ ।

ଗୋଟିଏ ପୁଅ , ଗୋଟିଏ ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଶିବ ପ୍ରଧାନଙ୍କ ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ୧୯ ବର୍ଷର ଝିଅ ଓ ୧୭ ବର୍ଷର ପୁଅ ଉଭୟେ ଥିଲେ ଭିନ୍ନକ୍ଷମ । ଗତ ଦୁଇ ବର୍ଷ ତଳେ ଉଭୟ ପୁଅ ଓ ଝିଅ ଏକାସାଥିରେ ଆରପାରିକୁ ଚାଲିଗଲେ। ପୁଅ-ଝିଅଙ୍କୁ ହରାଇ ଭାଙ୍ଗି ପଡ଼ିଲେ ସ୍ବାମୀ- ସ୍ତ୍ରୀ । ଏଭଳି ପରିସ୍ଥିତିରେ ସ୍ତ୍ରୀ ଅନିତାଙ୍କ ପାକସ୍ଥଳୀରେ ଅଲସର୍ ହୋଇଗଲା। ଆଉ ଅନେକ ଚିକିତ୍ସା ପରେ ଗତ ମାର୍ଚ୍ଚ ମାସରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଅସ୍ତ୍ରୋପଚାର କଲେ । ହେଲେ ଅର୍ଥାଭାବରୁ ଦ୍ବିତୀୟ ପର୍ଯ୍ୟାୟ ଅସ୍ତ୍ରୋପଚାର କରିବା ସମ୍ଭବ ହେଲା ନାହିଁ । ବାଧ୍ୟ ହୋଇ ଗାଁକୁ ଫେରିଆସିଲେ । ଆଉ ଏବେ ଯନ୍ତ୍ରଣାରେ ଛଟପଟ ହେଉଛନ୍ତି ଅନିତା ।

ଏଭଳି ପରିସ୍ଥିତିରେ ଅନିତାଙ୍କୁ କେମିତି ସରକାରୀ ସହାୟତା ଯୋଗାଇ ଦିଆଯାଇ ପାରିବ ସେ ନେଇ ଆମେ ଭଂଜନଗର ଉପଜିଲ୍ଲାପାଳଙ୍କୁ ଭେଟିଥିଲୁ । ଆଉ ପାଇଥିଲୁ ଭରସା ଓ ପ୍ରତିଶ୍ରୁତି । ଏବେ ଅପେକ୍ଷା ସେହି ସହାୟତାକୁ । ଯାହାପରେ ଅନୀତାଙ୍କୁ ପୁଣି ନୂଆ କରି ଜୀବନ ଜିଇଁବାର ବାଟ ଦେଖାଇପାରିବ ।

Pritiparna

Recent Posts

ଘର ଉଜାଡିଦେଲା ମଦୁଆ ସ୍ୱାମୀ, ସ୍ତ୍ରୀକୁ ମାରି କିଛି ନଜାଣିବାର ନାଟକ କଲା ନରହନ୍ତା

ଯେଉଁ ହାତରେ ଦିନେ ସ୍ତ୍ରୀ ମଥାରେ ଦେଇଥିଲା ସିନ୍ଦୁର । ଆଜି ସେହି ହାତ ମାରିଦେଲା ସ୍ତ୍ରୀକୁ । ମାରି…

18 mins ago

ପୋଖରୀରେ ବୁଡି ନାବାଳିକାର ମୃତ୍ୟୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ବଡ କେରଜାଙ୍ଗ ଗ୍ରାମରେ ଘଟିଛି ଅଘଟଣ । ପୋଖରୀରେ ବୁଡି…

23 mins ago

ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ, ସାମ୍ନାକୁ ଆସିଲା ମ୍ୟାରେଜ୍‌ କାର୍ଡ

ବଲିଉଡ୍‌ ଇଣ୍ଡଷ୍ଟ୍ରୀରେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଛି । ତେବେ ଏପରି…

42 mins ago

ଦୁଇ ବର୍ଷ ତଳୁ ପାସ୍‌ଆଉଟ୍‌, ସାଙ୍ଗଙ୍କ ସହ ରାତିରେ ପାର୍ଟି…କାନପୁର ମେଡିକାଲ କଲେଜ ବିଲ୍ଡିଂରୁ ଖସି ଡାକ୍ତରାଣୀଙ୍କ ମୃତ୍ୟୁ

ଉତ୍ତରପ୍ରଦେଶର କାନପୁର ମେଡିକାଲ କଲେଜ (ଜିଏସ୍‌ଭିଏମ୍‌ ମେଡିକାଲ କଲେଜ) ବିଲ୍ଡିଂରୁ ଖସି ଜଣେ ଏମ୍‌ବିବିଏସ୍‌ ଡାକ୍ତରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି…

52 mins ago

କେତେ ଖୁସିରେ ଡ୍ୟାମ୍‌ ବୁଲି ଆସିଥିଲେ ସାତ ଜଣ ସାଙ୍ଗ, କିନ୍ତୁ ଖୁସି ମଉଳିଗଲା ପାଣି ଭିତରେ

ଆନନ୍ଦପୁର (କେନ୍ୟୁଜ) : ସାତ ଜଣ ସାଙ୍ଗ ମିଶି ପ୍ଲାନ୍‌ କଲେ ଚାଲ ଆଜି ହଦଗଡ ଆଡେ ଟିକେ ବୁଲି…

1 hour ago

ନାଗପୁର: ବିସ୍ଫୋରକ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ; ୫ ଶ୍ରମିକ ମୃତ, ୫ ଗୁରୁତର

ମହାରାଷ୍ଟ୍ରର ନାଗପୁର ନିକଟ ଏକ କାରଖାନାରେ ଭୟଙ୍କର ବିସ୍ଫୋରଣ ଘଟିଛି । ଏହି ବିସ୍ଫୋରଣରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା…

1 hour ago