ସ୍ପେଶାଲ

ବଢ଼ିଆ ଅଫର ! ଘଣ୍ଟାଏରେ ୧୨ ପ୍ରକାର ରେସିପି ଶେଷ କଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ରୟାଲ୍‌ ଏନଫିଲ୍ଡ ବୁଲେଟ୍‌

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍ ମାଲିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି। ବେଳେବେଳେ କିଛି ନିଆରା ପ୍ରତିଯୋଗିତା ମଧ୍ୟ କରନ୍ତି। କରୋନା କାରଣରୁଲାଗୁ ହୋଇଥିବା ଲକ୍‌ଡାଉନ୍ ହେତୁ କାମ ଧନ୍ଦା ଉପରେ ଯେମିତି କରୋନା ମାଡ ପଡିଥିଲା। ଫଳରେ ଲକଡାଉନ୍ ପ୍ରଭାବରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ଗୁଡ଼ିକ ସବୁ ବନ୍ଦ ହୋଇ ପଡ଼ିଥିଲା। ଏବେ ସ୍ଥିତି ସୁଧୁରିବା ପରେ ମଧ୍ୟ ବହୁ ରେଷ୍ଟୁରାଣ୍ଟ୍ ଓ ହୋଟେଲ୍ ପୁଣି ଥରେ ଅଣ୍ଟା ଭିଡ଼ି ଛିଡ଼ା ହେବାକୁ ସମର୍ଥ ହୋଇନଥିବା ବେଳେ ନିଆରା ଉପାୟ ଆପଣେଇ ଗ୍ରାହକଙ୍କୁ ଆମନ୍ତ୍ରଣ କରିବାର ଉପାୟ ବାହାର କରିଛି ପୁଣେର ‘ଶିବରାଜ ହୋଟେଲ୍’। ଗ୍ରାହକଙ୍କ ପାଇଁ ‘ଓ୍ଵିନ୍ ଦ ବୁଲେଟ ବାଇକ’ ପ୍ରତିଯୋଗିତା ଆରମ୍ଭ କରିଛି ଏହି ହୋଟେଲ। ଏହି ଅଜବ ଚ୍ୟାଲେଞ୍ଜ କାରଣରୁ ଏହି ହୋଟେଲ ଏବେ ଲୋକଙ୍କ ଭିତରେ ଅଚାନକ ଚର୍ଚ୍ଚାର ବିଷୟ ପାଲଟିଛି।ଗ୍ରାହକମାନଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରିଛି ଏହି ହୋଟେଲ। ଏହି ପ୍ରତିଯୋଗିତା ଅନୁଯାୟୀ ହୋଟେଲ୍ ତରଫରୁ ଦିଆଯାଉଥିବା ଏକ ଖାଦ୍ୟ ଥାଳିକୁ ଯେଉଁ ଗ୍ରାହକ ୬୦ ମିନିଟ୍ ଭିତରେ ଶେଷ କରିଦେବେ ସେ ହେବେ ବିଜେତା। ଆଉ ବିଜେତାଙ୍କୁ ମିଳିବ ହୋଟେଲ୍ ତରଫରୁ ଏକ ୧.୬୫ ଲକ୍ଷ ବୁଲେଟ୍ ବାଇକ୍। କେବଳ ଏତିକି ନୁହେଁ ବାଇକ୍ ସହିତ ପୁରଷ୍କାର ମଧ୍ୟ ଦିଆଯିବ।

ତେବେ ପ୍ରତିଯୋଗିତାର ଶୀର୍ଷକ ରହିଛି ‘ୱିନ୍ ଏ ବୁଲେଟ୍ ବାଇକ୍’। ଏଥିପାଇଁ ରେଷ୍ଟୁରାଣ୍ଟରେ ପାଞ୍ଚଟି ନୂଆ ରୟାଲ ଏନଫିଲ୍ଡ ବୁଲେଟ୍ସକୁ ବି ଛିଡା କରାଯାଇଛି। ଯଦି ଆପଣ ରୟାଲ୍ ଏନ୍‌ଫିଲ୍ଡର ବୁଲେଟ୍ ଜିତିବାକୁ ଚାହାଁନ୍ତି। ତେବେ ଆପଣଙ୍କୁ କେବଳ ୬୦ ମିନିଟ୍ ମଧ୍ୟରେ ଏକ ନନଭେଜ୍ ଥାଳିକୁ ଖାଇକରି ଶେଷ କରିବାକୁ ପଡ଼ିବ।

ହୋଟେଲ ମାଲିକ ଅତୁଲ ଓ୍ଵାଏକର କହିଛନ୍ତି ଯେ ପ୍ରତି‌ଯୋଗୀମାନେ ଯେଉଁ ଥାଳି ଖାଇବେ ସେଥିରେ ୪ କେଜିମଟନ୍ ଏବଂ ଭଜା ମାଛ ସହିତ ୧୨ ପ୍ରକାର ବ୍ୟଞ୍ଜନ ରହିବ। ପ୍ରାୟ ୫୫ ଜଣ ଲୋକ ମିଶି ଏହି ଥାଳି ପ୍ରସ୍ତୁତ କରିଥାନ୍ତି। ଯେଉଁଥିରେ ଫ୍ରାଏଡ୍ ସୁରମାଇ, ପୋମ୍ଫ୍ରେଟ୍ ଫ୍ରାଏଡ୍ ଫିସ୍, ଚିକେନ୍ ତନ୍ଦୁରୀ, ଡ୍ରାଏ ମଟନ୍, ଗ୍ରେ ମଟନ୍, ଚିକେନ୍ ମସଲା ଏବଂ ଚିଙ୍ଗୁଡ଼ି ବିରିୟାନି ଆଦି ଏହି ଥାଳିରେ ସାମିଲ ରହିଥାଏ। ତେବେ ଏହି ଚ୍ୟାଲେଞ୍ଜରେ ଲେକେ ବହୁତ ସଂଖ୍ୟାରେ ଭାଗ ନେଉଛନ୍ତି।

ଶିବରାଜ ହୋଟେଲର ମାଲିକ ଅତୁଲ ୱାଏକର ସୂଚନା ଦେଇ କହିଛନ୍ତି ଯେ ଗ୍ରାହକଙ୍କୁ ତାଙ୍କ ହୋଟେଲ୍‌କୁ ଆମନ୍ତ୍ରଣ କରିବା ପାଇଁ ସେ ଏହି ପ୍ରତିଯୋଗିତା କରାଯାଇଛି। ତେବେ ପ୍ରତିଯୋଗିତାରେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ନିବାସୀ ସୋମନାଥ ପଓ୍ଵାର ୬୦ ମିନିଟରୁ କମ୍ ସମୟରେ ଖାଇ ଏହି ବୁଲେଟ ଥାଳିକୁ ଶେଷ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏକ ନୂଆ ବୁଲେଟ ମଧ୍ୟ ଦିଆଯାଇଛି।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago