ବଢ଼ିଆ ଅଫର ! ଘଣ୍ଟାଏରେ ୧୨ ପ୍ରକାର ରେସିପି ଶେଷ କଲେ ମିଳିବ ଦେଢ଼ ଲକ୍ଷ ଟଙ୍କାର ରୟାଲ୍‌ ଏନଫିଲ୍ଡ ବୁଲେଟ୍‌

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ହୋଟେଲ୍ ମାଲିକମାନେ ଅନେକ ସମୟରେ ବିଭିନ୍ନ ପ୍ରକାର ଅଫର ଦେଇଥାନ୍ତି। ବେଳେବେଳେ କିଛି ନିଆରା ପ୍ରତିଯୋଗିତା ମଧ୍ୟ କରନ୍ତି। କରୋନା କାରଣରୁଲାଗୁ ହୋଇଥିବା ଲକ୍‌ଡାଉନ୍ ହେତୁ କାମ ଧନ୍ଦା ଉପରେ ଯେମିତି କରୋନା ମାଡ ପଡିଥିଲା। ଫଳରେ ଲକଡାଉନ୍ ପ୍ରଭାବରେ ହୋଟେଲ୍ ଓ ରେଷ୍ଟୁରାଣ୍ଟ୍ ଗୁଡ଼ିକ ସବୁ ବନ୍ଦ ହୋଇ ପଡ଼ିଥିଲା। ଏବେ ସ୍ଥିତି ସୁଧୁରିବା ପରେ ମଧ୍ୟ ବହୁ ରେଷ୍ଟୁରାଣ୍ଟ୍ ଓ ହୋଟେଲ୍ ପୁଣି ଥରେ ଅଣ୍ଟା ଭିଡ଼ି ଛିଡ଼ା ହେବାକୁ ସମର୍ଥ ହୋଇନଥିବା ବେଳେ ନିଆରା ଉପାୟ ଆପଣେଇ ଗ୍ରାହକଙ୍କୁ ଆମନ୍ତ୍ରଣ କରିବାର ଉପାୟ ବାହାର କରିଛି ପୁଣେର ‘ଶିବରାଜ ହୋଟେଲ୍’। ଗ୍ରାହକଙ୍କ ପାଇଁ ‘ଓ୍ଵିନ୍ ଦ ବୁଲେଟ ବାଇକ’ ପ୍ରତିଯୋଗିତା ଆରମ୍ଭ କରିଛି ଏହି ହୋଟେଲ। ଏହି ଅଜବ ଚ୍ୟାଲେଞ୍ଜ କାରଣରୁ ଏହି ହୋଟେଲ ଏବେ ଲୋକଙ୍କ ଭିତରେ ଅଚାନକ ଚର୍ଚ୍ଚାର ବିଷୟ ପାଲଟିଛି।thaliଗ୍ରାହକମାନଙ୍କ ପାଇଁ ଏକ ପ୍ରତିଯୋଗିତାର ଆୟୋଜନ କରିଛି ଏହି ହୋଟେଲ। ଏହି ପ୍ରତିଯୋଗିତା ଅନୁଯାୟୀ ହୋଟେଲ୍ ତରଫରୁ ଦିଆଯାଉଥିବା ଏକ ଖାଦ୍ୟ ଥାଳିକୁ ଯେଉଁ ଗ୍ରାହକ ୬୦ ମିନିଟ୍ ଭିତରେ ଶେଷ କରିଦେବେ ସେ ହେବେ ବିଜେତା। ଆଉ ବିଜେତାଙ୍କୁ ମିଳିବ ହୋଟେଲ୍ ତରଫରୁ ଏକ ୧.୬୫ ଲକ୍ଷ ବୁଲେଟ୍ ବାଇକ୍। କେବଳ ଏତିକି ନୁହେଁ ବାଇକ୍ ସହିତ ପୁରଷ୍କାର ମଧ୍ୟ ଦିଆଯିବ।

thaliତେବେ ପ୍ରତିଯୋଗିତାର ଶୀର୍ଷକ ରହିଛି ‘ୱିନ୍ ଏ ବୁଲେଟ୍ ବାଇକ୍’। ଏଥିପାଇଁ ରେଷ୍ଟୁରାଣ୍ଟରେ ପାଞ୍ଚଟି ନୂଆ ରୟାଲ ଏନଫିଲ୍ଡ ବୁଲେଟ୍ସକୁ ବି ଛିଡା କରାଯାଇଛି। ଯଦି ଆପଣ ରୟାଲ୍ ଏନ୍‌ଫିଲ୍ଡର ବୁଲେଟ୍ ଜିତିବାକୁ ଚାହାଁନ୍ତି। ତେବେ ଆପଣଙ୍କୁ କେବଳ ୬୦ ମିନିଟ୍ ମଧ୍ୟରେ ଏକ ନନଭେଜ୍ ଥାଳିକୁ ଖାଇକରି ଶେଷ କରିବାକୁ ପଡ଼ିବ।

bikeହୋଟେଲ ମାଲିକ ଅତୁଲ ଓ୍ଵାଏକର କହିଛନ୍ତି ଯେ ପ୍ରତି‌ଯୋଗୀମାନେ ଯେଉଁ ଥାଳି ଖାଇବେ ସେଥିରେ ୪ କେଜିମଟନ୍ ଏବଂ ଭଜା ମାଛ ସହିତ ୧୨ ପ୍ରକାର ବ୍ୟଞ୍ଜନ ରହିବ। ପ୍ରାୟ ୫୫ ଜଣ ଲୋକ ମିଶି ଏହି ଥାଳି ପ୍ରସ୍ତୁତ କରିଥାନ୍ତି। ଯେଉଁଥିରେ ଫ୍ରାଏଡ୍ ସୁରମାଇ, ପୋମ୍ଫ୍ରେଟ୍ ଫ୍ରାଏଡ୍ ଫିସ୍, ଚିକେନ୍ ତନ୍ଦୁରୀ, ଡ୍ରାଏ ମଟନ୍, ଗ୍ରେ ମଟନ୍, ଚିକେନ୍ ମସଲା ଏବଂ ଚିଙ୍ଗୁଡ଼ି ବିରିୟାନି ଆଦି ଏହି ଥାଳିରେ ସାମିଲ ରହିଥାଏ। ତେବେ ଏହି ଚ୍ୟାଲେଞ୍ଜରେ ଲେକେ ବହୁତ ସଂଖ୍ୟାରେ ଭାଗ ନେଉଛନ୍ତି।

bulet1ଶିବରାଜ ହୋଟେଲର ମାଲିକ ଅତୁଲ ୱାଏକର ସୂଚନା ଦେଇ କହିଛନ୍ତି ଯେ ଗ୍ରାହକଙ୍କୁ ତାଙ୍କ ହୋଟେଲ୍‌କୁ ଆମନ୍ତ୍ରଣ କରିବା ପାଇଁ ସେ ଏହି ପ୍ରତିଯୋଗିତା କରାଯାଇଛି। ତେବେ ପ୍ରତିଯୋଗିତାରେ ମହାରାଷ୍ଟ୍ରର ସୋଲାପୁର ଜିଲ୍ଲା ନିବାସୀ ସୋମନାଥ ପଓ୍ଵାର ୬୦ ମିନିଟରୁ କମ୍ ସମୟରେ ଖାଇ ଏହି ବୁଲେଟ ଥାଳିକୁ ଶେଷ କରିବାରେ ସଫଳ ହୋଇଛନ୍ତି। ଏଥିପାଇଁ ତାଙ୍କୁ ଏକ ନୂଆ ବୁଲେଟ ମଧ୍ୟ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.