ହରଭଜନ ସିଂଙ୍କର IPLରେ ଚେନ୍ନାଇ ସହିତ ସରିଲା ଯାତ୍ରା, ସୁନ୍ଦର ଅନୁଭୂତି ସାଉଁଟି ଟୁଇଟରରେ ଲେଖିଲେ, ‘ବହୁତ ବହୁତ ଧନ୍ୟବାଦ’

ଅନୁଭବୀ ଅଫ୍‌ ସ୍ପିନର ହରଭଜନ ସିଂଙ୍କର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଫ୍ରାଞ୍ଚାଇଜି ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ଚୁକ୍ତି ସମାପ୍ତ ହୋଇଯାଇଛି, ଯାହାଙ୍କ ସହିତ ସେ ଦୁଇବର୍ଷ ସୁନ୍ଦର ଭାବେ ବିତାଇଲେ। ଏହି ୪୦ ବର୍ଷୀୟ ଖେଳାଳି ଆସନ୍ତା ମାସର ଆଇପିଏଲ୍‌ ନିଲାମୀ ଏବଂ ଆଗାମୀ ସିଜନ ପାଇଁ ଖେଳାଳିଙ୍କ ତାଲିକା ଘୋଷଣା ପୂର୍ବରୁ ଏହା ଖୁଲାସା କରିଛନ୍ତି। ଏ ନେଇ ବୁଧବାର ହରଭଜନ ଏକ ଟୁଇଟ ଜରିଆରେ ଜଣାଇଛନ୍ତି।

ସେ ଲେଖିଛନ୍ତି, ‘ମୋର ଚେନ୍ନାଇ ସୁପରକିଙ୍ଗସ୍‌ ସହିତ ଚୁକ୍ତି ସମାପ୍ତ ହୋଇଯାଇଛି। ଏହି ଟିମ୍‌ ପାଇଁ ଖେଳିବା ବହୁତ ବଢ଼ିବା ଅନୁଭବ ରହିଲା। ଦୁଇଟି ସୁନ୍ଦର ବର୍ଷ ପାଇଁ ଚେନ୍ନାଇ ସୁପରକିଙ୍ଗସ୍‌ର ପରିଚାଳନା ବର୍ଗ, ସହଯୋଗୀ ଷ୍ଟାଫ୍‌ ଓ ପ୍ରଶଂସକମାନଙ୍କୁ କୃତଜ୍ଞତା ଏବଂ ଧନ୍ୟବାନ’। ତେବେ ହରଭଜନ ଓ ସୁରେଶ ରୈନା ଚେନ୍ନାଇର ସେହି ଦୁଇ ଖେଳାଳି ଥିଲେ, ଯେଉଁମାନେ ଦୁବାଇରେ ଗତବର୍ଷ ଖେଳା ଯାଇଥିବା ଆଇପିଏଲ୍‌ରେ ଭାଗ ନେଇ ନ ଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.