Below header

ଶୀତୁଆ ପାଗରେ ଗରମା ଗରମ ଚା ସହିତ ଖାଆନ୍ତୁ ଅନିୟନ ସ୍ପ୍ରିଙ୍ଗ, ଏକଦମ୍‌ ମଜା ଆସିଯିବ

ଥଣ୍ଡା ଶୀତୁଆ ପାଗରେ ମସଲା ଚାର ସ୍ୱାଦ ସମସ୍ତଙ୍କୁ ବହୁତ ପସନ୍ଦ ଆସିଥାଏ। ଏହାସହିତ ଗରମା ଗରମ ପକୋଡିର ସ୍ୱାଦ ବେଶ୍‌ ନିଆରା। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ସ୍ପ୍ରିଙ୍ଗ୍‌ ଅନିୟନ ପକୋଡି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୬ଟି ପିଆଜ –ଗୋଲ ଗୋଲ କଟା ହୋଇଥିବା
  • କଞ୍ଚା ଲଙ୍କା – ଗୋଟିଏ
  • ଅଳ୍ପ ଅଦା – ଛୋଟ କଟା ହୋଇଥିବା
  • ବେସନ – ଅଧା କପ୍‌
  • ୧/୪ ଚାମଚ୍‌ ଲାଲ ଲଙ୍କା ପାଉଡର, ହଳଦି ପାଉଡର ଏବଂ ଗରମ ମସଲା ପାଉଡର
  • ଅଧା ଚାମଚ୍‌ ଧନିଆ ପାଉଡର ଏବଂ ପାନ ମଧୁରୀ ପାଉଡର
  • ଲୁଣ – ସ୍ୱାଦାନୁସାରେ
  • ତେଲ – ଛାଣିବା ପାଇଁ

ପ୍ରସ୍ତୁତି ପ୍ରଣାଳୀ

  • ଏକ ପାତ୍ରରେ ପିଆଜ, ଅଦା, ଲୁଣ, କଞ୍ଚା ଲଙ୍କା ଏବଂ ସମସ୍ତ ମସଲା ପାଉଡର ପକାଇ ଭଲଭାବେ ମିଶାଇ ଦିଅନ୍ତୁ। ଏହାକୁ ଗୋଳାଇ ୧୫ ମିନିଟ୍‌ ପର୍ଯ୍ୟନ୍ତ ରଖନ୍ତୁ।
  • ଏଥିରେ ବେସନ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ।
  • ଯଦି ଆବଶ୍ୟକତା ଅଛି ତାହେଲେ ଅଧା ଚାମଚ୍‌ ପାଣି ମିଶାଇ ଗାଢ଼ା ଘୋଳ ବନାଇ ଦିଅନ୍ତୁ।
  • କଡାରେ ତେଲ ଗରମ କରି ପକୋଡି ସହିତ ଧୀମା ଆଞ୍ଚରେ ସୁନେଲୀ ରଙ୍ଗ ହେବା ପର୍ଯ୍ୟନ୍ତ କ୍ରିସପି ହେବା ପର୍ଯ୍ୟନ୍ତ ଛାଣନ୍ତୁ।
  • ଧନିଆ ଚଟଣୀ ସହିତ ଗରମା ଗରମ ପିଆଜ ପକୋଡିକୁ ସର୍ଭ କରନ୍ତୁ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.