Below header

ଯାଜପୁର: ଦୁଇମାସ ତଳେ ମହିଳାଙ୍କୁ ହୋଇଥିଲା ଗଣ ଦୁଷ୍କର୍ମ, ଆଜି ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ଯାଜପୁର ରୋଡ଼(କେନ୍ୟୁଜ୍):  ଯାଜପୁର ଜିଲା ବିଂଝାରପୁର ଥାନା ଚିକଣା-ସୟଦପୁର ରାସ୍ତାରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ୨ ମାସ ତଳେ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ନନ୍ଦିପୁର ଅଞ୍ଚଳର ଜନୈକ ମହିଳା ଏହି ରାସ୍ତାରେ ରାତିରେ ଯାଉଥିବା ସମୟରେ ୫ରୁ ଅଧିକ ଯୁବକ ତାଙ୍କୁ ଗଣ ଦୁଷ୍କର୍ମ କରିଥିବା ଗତକାଲି ପୋଲିସରେ ଅଭିଯୋଗ କରିଛଥିଲେ।

ପୋଲିସ ଅଭିଯୋଗ ପାଇବା ପରେ ସନ୍ଦେହରେ ୨ ଜଣଙ୍କୁ ଅଟକ ରଖି ପଚାରାଉଚୁରା ଜାରି ରଖିଛି । ସେପଟେ ପୀଡ଼ିତାଙ୍କ ବୟାନକୁ କୋର୍ଟରେ ରେକର୍ଡ କରାଯାଇ ଅନୁସନ୍ଧାନ ଜାରି ରହିଛି ବୋଲି ବିଂଝାରପୁର ଥାନା ଅଧିକାରୀ ସୂଚନା ଦେଇଛନ୍ତି । କିନ୍ତୁ ଘଟଣା ଘଟିବାର ୨ ମାସ ପରେ ଏପରି ଅଭିଯୋଗ ଆସିଥିବାରୁ ଘଟଣାର ପଛରେ କୌଣସି ରହସ୍ୟ ଥିବା ସାଧାରଣରେ ଚର୍ଚ୍ଚା ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.