Below header

ବ୍ଲଡ୍‌ ପ୍ରେସର, କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଛେଳି କ୍ଷୀର, ଜାଣନ୍ତୁ ଏହାର ଆହୁରି କେତେକ ଜବରଦସ୍ତ ଫାଇଦା

ଛେଳି କ୍ଷୀର ସ୍ୱାଦରେ ଏବଂ ବାସ୍ନାରେ ହୁଏତ ଆପଣଙ୍କୁ ଭଲ ଲାଗି ନ ପାରେ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏହି କ୍ଷୀର ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଏଥିରେ ଗାଈ କ୍ଷୀର ଅପେକ୍ଷା ଅଧିକ ମାତ୍ରାରେ ନ୍ୟୁଟ୍ରିଶନାଲ୍‌ ଗୁଣ ଏବଂ ଫାଇଦା ରହିଛି। ଆଜି ଆମେ ଆପଣଙ୍କୁ ଏହାର ୭ଟି ଲାଭ ବିଷୟରେ ଜଣାଇବୁ।

୧. ଛେଳି କ୍ଷୀରରେ ପ୍ରୋଟିନ୍‌ ରହିଛି, ଯାହା ଶାରୀରିକ ବିକାଶରେ ଲାଭକାରୀ ହୋଇଥାଏ।

୨. ଏହା ପେଟର ସମସ୍ୟାଗୁଡ଼ିକୁ ଦୂର କରିବା ସହିତ ପାଚନକୁ ମଜଭୁତ ବନାଇଥାଏ।

୩. ଏହା ଆପଣଙ୍କ ରୋଗ ପ୍ରତିରୋଧକ କ୍ଷମତାକୁ ବଢ଼ାଇବାରେ ସାହାଯ୍ୟ କରିଥାଏ।

୪. ଏଥିରେ କ୍ୟାଲସିୟମ୍‌ ବହୁତ ରହିଛି, ଯଦ୍ଦ୍ଵାରା ହାଡ଼ ଶକ୍ତ ତଥା ମଜଭୁତ ହୋଇଥାଏ।

୫. ଏହା କୋଲେଷ୍ଟ୍ରଲକୁ ନିୟନ୍ତ୍ରଣରେ ରଖିଥାଏ ଏବଂ ହୃଦୟଜନିତ ରୋଗକୁ ଦୂର କରିଥାଏ।

୬. ଏଥିରେ ଥିବା ପୋଟାସିୟମ୍‌ ବ୍ଲଡ ପ୍ରେସରକୁ ମଧ୍ୟ ନିୟନ୍ତ୍ରିତ ରଖିଥାଏ।

୭. ଡେଙ୍ଗୁ, ଚିକେନଗୁନିଆ ଭଳି ରୋଗରେ ପ୍ଲେଟଲେଟସ୍‌କୁ ବଢ଼ାଇବାରେ ସାହାଯ୍ୟ ଏହା କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.