ପଡିଆରେ ନିଜ ବ୍ୟାଟିଂରେ ବିପକ୍ଷ ଦଳକୁ ଧରାଶାୟୀ କରିଦେଉଥିଲେ ଏହି ଖେଳାଳି, ଏବେ କିନ୍ତୁ ଲିଫ୍ଟରେ ଯିବାକୁ କରୁଛନ୍ତି ଭୟ

ଦିନ ଥିଲା ଯେବେ ବୀରେନ୍ଦ୍ର ସେହୱାଗଙ୍କ ଚୌକା,ଛକା ମାଡ଼ରେ ବିପକ୍ଷ ଦଳ ଧରାଶାୟୀ ହୋଇପଡୁଥିଲେ । ଏବେ ତ ଆଉ ପଡିଆରେ କମାଲ ଦେଖାଉନାହାନ୍ତି କିନ୍ତୁ ସୋସିଆଲ ମିଡିଆରେ ଛାଇ ଯାଇଛନ୍ତି । କ୍ରିକେଟରୁ ସନ୍ୟାସ ନେବା ପରେ ସୋସିଆଲ ମିଡିଆରେ ବିଭିନ୍ନ ପୋଷ୍ଟ ମାନ ସେୟାର କରି ଚର୍ଚ୍ଚାର ପରିସରରେ ରହୁଛନ୍ତି ସେହୱାଗ । କିନ୍ତୁ କ୍ରିକେଟ ଜଗତର ଏହି କିମ୍ବଦନ୍ତୀ ଖେଳାଳିଙ୍କ କିଛି ବ୍ୟକ୍ତିଗତ ଜୀବନ ବାବଦରେ ହୁଏତ ଅନେକ ଜାଣି ନଥିବେ । ଅଧିକାଂଶ ସମୟରେ ଗୁମସୁମ ରହୁଥିବା ବିରୁ ନିକଟରେ ବିକ୍ରମ ସାଠିୟାଙ୍କ ଆୟୋଜିତ ଏକ “ଟକ ସୋ”ରେ ବିରୁ ଏବାବଦରେ କିଛି କହିଛନ୍ତି । ବିକ୍ରମ ପଚାରି ଥିଲେକି, କଣ ସେହୱାଗ କେବେ ଭୟବିତ୍ତ ହୁଅନ୍ତିନି । ଏହାର ଉତ୍ତରରେ ବିରୁ କହିଥିଲେ , ପ୍ଲେନରେ ଯିବା ସମୟରେ ଯଦି ବର୍ଷା ହୁଏ | ତେବେ ସେ ଖୁବ ଡରିଯାନ୍ତି । ଆଉ ଏହି ସମୟରେ ନିଜ ମା’ଙ୍କୁ ହିଁ ସବୁଠୁ ଅଧିକ ମନେ ପକାଇଥାନ୍ତି । ବୟସ ସହ ସେହବାଗଙ୍କ ଏହି ଡର ଅଧିକ ଅଧିକ ବଢି ଚାଲିଲା । ପୂର୍ବରୁ କେବଳ ଉଚ୍ଚତାକୁ ଦାରୁଥିବା ବିରୁ ଧୀରେ ଧୀରେ ଲିଫ୍ଟରେ ଯିବାକୁ ବି ଡରିବାକୁ ଲାଗିଲେ ।

virendra sehwag

ନିଜର ଆଉ ଏକ ଅନୁଭୂତି ବି ସେୟାର କରିଛନ୍ତି । ଥରେ ସେମାନେ ଜୋହାନ୍ସବର୍ଗରୁ ଡର୍ବାନ ଯାଉଥିଲେ । ୨୦୦୩ ବିଶ୍ୱକପ ସମୟରେ ହିଁ ଏହି ଯାତ୍ରା କରୁଥିଲେ । ସେସମୟରେ ଆକାଶରେ ହଟାତ କଳାବାଦଲ ଛାଇଗଲା । ଖୁବ ଜୋରରେ ବର୍ଷା ବି ହେଉଥିଲା । ପାଖାପାଖି ଦେଢ଼ ଘଣ୍ଟାର ବିମାନ ଯାତ୍ରା ଥିବା ବେଳେ ପୁରା ସମୟ ବିମାନଟି ହଲିବାକୁ ଲାଗିଥିଲା । ଆଉ ଏହି ସମୟ ଭୋକ ଉପାସରେ କାଟିବାକୁ ପଡିଥିଲା ସେମାନଙ୍କୁ । ୨୦୦୪ ରେ ଆରତୀ ଆହ୍ଲାବାଦଙ୍କୁ ବିବାହ କରିଥିଲେ ସେହୱାଗ । ବିବାହକୁ ନେଇ ପ୍ରଶ୍ନ କରାଯିବାରୁ ସେ କହିଥିଲେ ବିବାହ ତାଙ୍କ ଖେଳ ଉପରେ ତ ସେପରି କୌଣସି ପ୍ରଭାବ ପକାଇ ପାରିନଥିଲା । କିନ୍ତୁ ତାଙ୍କ ବ୍ୟକ୍ତିଗତ ଜୀବନ ବଦଳି ଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.