ସ୍ପେଶାଲ

ଘରପୋଡ଼ିରେ ଜଳିଗଲା ସବୁକିଛି, ଝିଅ ବାହାଘର କରିବୁ କେମିତି ?

ଘର ସବୁ ହୁତ ହୁତ ହୋଇ ଜଳୁ ଥାଏ l କିଏ ବାଲିଟି ରେ ପାଣି ତ କିଏ ପୁଣି ଦୌଡ଼ିଲା ଦମକଳ ଡାକିବାକୁ l ଘରକୁ ଘର ଏମିତି ଲାଗି ଲାଗି ରହିଛି ଯେ ଜଣେ ଗଲେ ଆଉ ଜଣେ ଯିବା ଅସମ୍ଭବ l ଏହି ଭଳି ସ୍ଥାନରେ ନିଆ ଲାଗିଲେ ଭରି ଅଡୁଆ l ହେଲେ ଲାଗିଲା ନିଆ ଆଉ ନିଆ ଲିଭାଇବାକୁ ଦମକଳ ଯିବା ମଧ୍ୟ କଷ୍ଟ ସାଧ୍ୟ । ଏଭଳି ଅବସ୍ଥାରେ ଲୋକମାନେ ଡହଳ ବିକଳ ହେଉଥାନ୍ତି । କାଳେ ପାଖ ଘରକୁ ନିଆଁ ବ୍ୟାପିଯିବ l ଧାଁ ଦୌଡ ହୋଇ ନିଆ ଲିଭାଇବାକୁ ଯେତେ ଚେଷ୍ଟା କଲେ ମଧ୍ୟ ସମ୍ଭବ ହେଲା ନାହିଁ l

ଶେଷରେ ସର୍ବଗିଳା ନିଆଁ ଗିଳି ସାରିଥିଲା ପାଖାପାଖି ସାତ ଆଠ ବଖରା ଘର l ନିଆର ଆଁରେ ଜଳି ପୋଡି ଛାରଖାର ହେଲା ପରେ ସେ ପୋଡ଼ା ଘର ଭିତରୁ ଦେଖିବାକୁ ମିଳିଥିଲା ଅତ୍ୟନ୍ତ ଦୁଃଖଦ ଓ ହୃଦୟ ବିଦାରକ ଦୃଶ୍ୟ । କାନ୍ଦ କାନ୍ଦି କାନ୍ଦି ଅଥୟ ହେଉଥାନ୍ତି ଜଣେ ମହିଳା । ତାଙ୍କୁ ବୁଝାଉ ଥାନ୍ତି ଆଉ କିଛି ସ୍ତ୍ରୀ ଲୋକ । ଜିନିଷପତ୍ର ସବୁ ପୋଡି ଯାଇଥିବା ପାଉଁଶ ହୋଇ ଯାଇଥିଲା ଆଉ ତା ଭିତରୁ କିଛି ଖୋଜୁଥାନ୍ତି l ଘଟଣା ଭାରି ମର୍ମାହତ କଲା ଭଳି । କାରଣ ଭଉଣୀ ବାହାଘର ପାଇଁ ରଖିଥିବା ସୁନା ଗହଣା ସବୁ ଏଇ ନିଆଁରେ ପୋଡ଼ି ଯାଇଛି । ଅନେକ ଦିନରୁ କଷ୍ଟ ଅର୍ଜିତ ସମ୍ପତ୍ତି ସବୁ ଯାହା ରଖିଥିଲେ ପୋଡି ପାଉଁଶ ହୋଇ ଯାଇଥିଲା l

ଆଉ କିଛି ଟଙ୍କା ମଧ୍ୟ ଥିଲା ଯାହା ଦୃଶ୍ୟ ଆପଣ ମାନଙ୍କ ଆଗରେ l ମହିଳା ଜଣଙ୍କ ବେଳେ ବେଳେ କାନ୍ଦି କାନ୍ଦି ପାଗଳୀ ଭଳି ଭଙ୍ଗା ସିମେଣ୍ଟ କାନ୍ଥ ଖଣ୍ଡକରେ ମୁଣ୍ଡକୁ ବାଡେଇ ପକାଉ ଥାନ୍ତି l ଆଉ ଜଣେ ମହିଳା ସେମତି ବସି କାନ୍ଦୁ ଥାନ୍ତି ମୁଣ୍ଡ ଛାତି ବାଡେଇ ପକାଉ ଥାନ୍ତି l କଥାରେ ପରା ଅଛି ଗରପୋଡ଼ି ଠାରୁ ବିପଦ ନାହିଁ । ଠିକ୍‌ ସେଇଆ ଘଟିଛି ଏମାନଙ୍କ କ୍ଷେତ୍ରରେ । କିଏ ଦରପୋଡା ଲୁଗା ପଟା ଲୁଗା ବ୍ଲାଉଜ କୁ ସାଉଁଟି ପକାଉ ଥାଏ l ଆଉ କିଏ ପୁଣି ନିଆଁରୁ ବଂଚିଥିବା ଯାଇଥିବା ରୁପା ଜିନିଷକୁ ଧରି କାନ୍ଦି କାନ୍ଦି କହୁଥାଏ, ଆଉ ନାହିଁ ବାବୁ ସବୁ ଏନିଆଁ ଗିଳି ଦେଲା l ଆମ କଷ୍ଟର ଧନ ସମ୍ପତ୍ତି ସବୁ ପୋଡି ଭସ୍ମ ହୋଇ ଗଲା l ହେଲେ ତାଙ୍କରି କଥା ସତ ଥିଲା । କାରଣ ନିଆଁ ଘରର କୌଣସି ଜିନିଷକୁ ଛାଡ଼ି ନଥିଲା । ଯେଉଁଭଳି ଜାଗାରେ ଘର କରି ରହିଛନ୍ତି ଏହି ଦିନ ମଜୁରିଆ ବସ୍ତି ବାସିନ୍ଦା ସେଠି ନିଆଁ ଟିକେ ଲାଗିଲେ ଲିଭାଇବା ଭାରି କଷ୍ଟ । ଦମକଳକୁ ମଧ୍ୟ ନାକେ ଦମ ହେବାକୁ ପଡୁଛି ।

ତେବେ ଏମାନଙ୍କ ଏ ଦୁଃଖ ଦୁର୍ଦ୍ଦଶା ସମୟରେ କିଏ ସହାୟତାର ହାତ ବଢାଇବ ତାକୁ ହିଁ ଦେଖିବାକୁ ଅପେକ୍ଷା l ହେଲେ କିଏ ଚଳିବା ପାଇଁ ସିନା କିଛି ଟଙ୍କା ସହାୟତା ଦେବ ? ଭଉଣୀ ବାହାଘର ପାଇଁ ସୁନା ରୁପା ତ ଦେବ ନାହିଁ ? ସତରେ ଠିକ୍‌ କୁହାଯାଇଛି ପରା ଘରପୋଡ଼ି ବିପଦ ସବୁଠୁ ବଡ଼ ବିପତ୍ତି ।

 

KNews Bureau

Recent Posts

୨୨ ଟିକିଆ ହାତୀପଲଙ୍କ ଆତଙ୍କ, ନଷ୍ଟ କଲେ ଚାଷ ଜମି

ରେଢାଖୋଲ : ୨୨ଟିକିଆ ହାତୀପଲଙ୍କ ଉପଦ୍ରବ । ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ କନ୍ଧରା ଗାଁ ନିକଟରେ ୨୨ ଟିକିଆ…

2 mins ago

‘ପ୍ରଥମ ୪ ଦିନ କୌଣସି ମନ୍ତ୍ରୀ ନିଜ ଅଫିସ୍‌ ଛାଡ଼ି ବାହାରକୁ ଯିବେ ନାହିଁ’, ଟାସ୍କ ଦେଲେ ପିଏମ୍‌ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ତୃତୀୟ ଇନିଂସ୍‌ ଆରମ୍ଭ ହେବା ସହିତ ନୂତନ ସରକାର ତାଙ୍କ କାର୍ଯ୍ୟ ଆରମ୍ଭ କରିଦେଇଛନ୍ତି ।…

14 mins ago

ସରିଲା ମାଁ ବ୍ରାହ୍ମଣୀଦେବୀଙ୍କ ୨୧ ଦିନିଆ ଯାତ୍ରା, ଅସ୍ଥାୟୀ ମଣ୍ଡପରେ ଭକ୍ତଙ୍କୁ ଦେଲେ ଦର୍ଶନ

ଭଞ୍ଜନଗର(କେନ୍ୟୁଜ):ଅସ୍ଥାୟୀ ମଣ୍ଡପରେ ଦର୍ଶନ ଦେଲେ, ନଗର ଭ୍ରମଣ କଲେ ଏବଂ ଭକ୍ତଙ୍କୁ ଆଶୀର୍ବାଦ କରି, ୨୧ ଦିନ ପରେ ନିଜ…

22 mins ago

୪୦ ଲକ୍ଷ ଟଙ୍କାର ଗଂଜେଇ ଜବତ, ଦୁଇ ଗିରଫ

ଲମତାପୁଟ : ମାଛକୁଣ୍ଡ ପୋଲିସର ବଡ଼ ସଫଳତା । ଗଂଜେଇ ଚୋରା ଚାଲାଣ ବେଳେ ମାଡ଼ି ବସିଲା ମାଛକୁଣ୍ଡ ପୋଲିସ।…

35 mins ago

ପାକିସ୍ତାନ ବିପକ୍ଷରେ ମ୍ୟାଚ ଜିତିବା ପରେ ନାଚିଲେ ଅନୁଷ୍କା, ଭିଡିଓ ଭାଇରଲ

ପାକିସ୍ତାନ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚକୁ ଭାରତ ମାତ୍ର ୬ ରନରେ ଜିତିଯାଇଛି । ନ୍ୟୁୟର୍କର ନାସାଉ କାଉଣ୍ଟି କ୍ରିକେଟ…

38 mins ago

ଶସ୍ତା ହେଲା ଆଇଫୋନ୍ 15, ଶୀଘ୍ର ଉଠାନ୍ତୁ ଅଫରର ଲାଭ

ଆଇଫୋନ୍ କିଣିବାକୁ ପ୍ଲାନ୍‌ କରୁଛନ୍ତି କି? ବିଜୟ ସେଲ୍ସରେ ଜୁନ୍ ୮ ରୁ ଆପଲ୍ ଡେ ସେଲ୍‌ ଆରମ୍ଭ ହୋଇଛି…

43 mins ago