ସ୍ପେଶାଲ

ମୂର୍ତ୍ତି କାରିଗରଙ୍କ ଉପରେ କରୋନା ଚଡକ, ଦିନକୁ ଦୁଇ ମୁଠା ଖାଇବା ହୋଇଯାଉଛି କଷ୍ଟକର

ଉମରକୋଟ(କେନ୍ଯୁଜ୍): କରୋନା ଛଡ଼ାଇ ନେଇଛି ମୂର୍ତ୍ତି କାରିଗରଙ୍କ କୁଳବେଉସା । ଭାଦ୍ରବରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଏଥିପାଇଁ ଅପେକ୍ଷା କରିଥାନ୍ତି ମୂର୍ତ୍ତି କାରିଗର ଓ ପରିବାର । ସମସ୍ତେ ଦିନରାତି ଏକ କରି ପ୍ରାୟ ୩ ମାସ ପୂର୍ବରୁ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି। ଶ୍ରାବଣ ଆରମ୍ଭରେ ପ୍ରଭୁ ଗଜାନନଙ୍କ ପୂଜା ପଡ଼େ । ଏଥିପାଇଁ ସହର ଓ ଗ୍ରାମାଞ୍ଜଳର ବହୁ ପୂଜା କମିଟି ମୂର୍ତ୍ତି ପାଇଁ ଆଗୁଆ ଅର୍ଡର ଦେଇଥାନ୍ତି । ଆଉ ସେମାନଙ୍କ ଅର୍ଡର ମୁତାବକ କାରିଗରମାନେ ମୂର୍ତ୍ତି ତିଆରି ଆରମ୍ଭ କରିଦିଅନ୍ତି । ବର୍ତ୍ତମାନ କରୋନା ପାଇଁ ଏମାନଙ୍କ ବ୍ଯବସାୟରେ ବେଡ଼ି ପଡିଛି । ମହାମାରୀ କରୋନା ଯୋଗୁଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଶ୍ରମିକମାନେ ଜୀବିକା ହରାଇ ଘରେ ରହିଥିବା ବେଳେ ମୂର୍ତ୍ତି କାରିଗରଙ୍କ ଆୟ ମଧ୍ୟ ଛଡ଼ାଇ ନେଇଛି କରୋନା । ଏନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ମୂର୍ତ୍ତି କାରିଗର।

କରୋନା ଯୋଗୁ ଲକ୍‌ଡାଉନ ହେବାରୁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବାରୁ ଆସନ୍ତା ୨୨ ତାରିଖରେ ହେବାକୁ ଯାଉଥିବା ଗଣେଶ ପୂଜାରେ ମୂର୍ତ୍ତି ବିକ୍ରି ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ତଥାପି ଆଶା ରଖି ଗଣେଶ ମୂର୍ତ୍ତି ନିର୍ମାଣ କରିବାରେ ଲାଗିଛନ୍ତି । ଯେଉଁ ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ଆମ ପରିବାର ୬ ମାସ ଆରମରେ ଚଳି ଯାଉଥିଲା କିନ୍ତୁ ଏବେ ଆମେ କିପରି ପରିବାର ଚଳେଇବୁ ଆଉ ପିଲାଙ୍କୁ କିପରି ପାଠ ପଢେଇବୁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି କାରିଗର ।

KNews Bureau

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

6 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

9 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

10 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

10 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

12 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

12 hours ago