Below header

ମୂର୍ତ୍ତି କାରିଗରଙ୍କ ଉପରେ କରୋନା ଚଡକ, ଦିନକୁ ଦୁଇ ମୁଠା ଖାଇବା ହୋଇଯାଉଛି କଷ୍ଟକର

ଉମରକୋଟ(କେନ୍ଯୁଜ୍): କରୋନା ଛଡ଼ାଇ ନେଇଛି ମୂର୍ତ୍ତି କାରିଗରଙ୍କ କୁଳବେଉସା । ଭାଦ୍ରବରୁ ଆରମ୍ଭ ହୋଇଥାଏ ପାର୍ବଣ ଋତୁ । ଏଥିପାଇଁ ଅପେକ୍ଷା କରିଥାନ୍ତି ମୂର୍ତ୍ତି କାରିଗର ଓ ପରିବାର । ସମସ୍ତେ ଦିନରାତି ଏକ କରି ପ୍ରାୟ ୩ ମାସ ପୂର୍ବରୁ ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥାନ୍ତି। ଶ୍ରାବଣ ଆରମ୍ଭରେ ପ୍ରଭୁ ଗଜାନନଙ୍କ ପୂଜା ପଡ଼େ । ଏଥିପାଇଁ ସହର ଓ ଗ୍ରାମାଞ୍ଜଳର ବହୁ ପୂଜା କମିଟି ମୂର୍ତ୍ତି ପାଇଁ ଆଗୁଆ ଅର୍ଡର ଦେଇଥାନ୍ତି । ଆଉ ସେମାନଙ୍କ ଅର୍ଡର ମୁତାବକ କାରିଗରମାନେ ମୂର୍ତ୍ତି ତିଆରି ଆରମ୍ଭ କରିଦିଅନ୍ତି । ବର୍ତ୍ତମାନ କରୋନା ପାଇଁ ଏମାନଙ୍କ ବ୍ଯବସାୟରେ ବେଡ଼ି ପଡିଛି । ମହାମାରୀ କରୋନା ଯୋଗୁଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଶ୍ରମିକମାନେ ଜୀବିକା ହରାଇ ଘରେ ରହିଥିବା ବେଳେ ମୂର୍ତ୍ତି କାରିଗରଙ୍କ ଆୟ ମଧ୍ୟ ଛଡ଼ାଇ ନେଇଛି କରୋନା । ଏନେଇ ଏବେ ଚିନ୍ତାରେ ପଡ଼ିଛନ୍ତି ମୂର୍ତ୍ତି କାରିଗର।

gajananକରୋନା ଯୋଗୁ ଲକ୍‌ଡାଉନ ହେବାରୁ ସମସ୍ତ ସ୍କୁଲ, କଲେଜ ବନ୍ଦ ରହିଥିବାରୁ ଆସନ୍ତା ୨୨ ତାରିଖରେ ହେବାକୁ ଯାଉଥିବା ଗଣେଶ ପୂଜାରେ ମୂର୍ତ୍ତି ବିକ୍ରି ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି । ତଥାପି ଆଶା ରଖି ଗଣେଶ ମୂର୍ତ୍ତି ନିର୍ମାଣ କରିବାରେ ଲାଗିଛନ୍ତି । ଯେଉଁ ଦୁଇ ପଇସା ରୋଜଗାର ହେଉଥିଲା ସେଥିରେ ଆମ ପରିବାର ୬ ମାସ ଆରମରେ ଚଳି ଯାଉଥିଲା କିନ୍ତୁ ଏବେ ଆମେ କିପରି ପରିବାର ଚଳେଇବୁ ଆଉ ପିଲାଙ୍କୁ କିପରି ପାଠ ପଢେଇବୁ ବୋଲି କହି ଦୁଃଖ ପ୍ରକାଶ କରିଛନ୍ତି କାରିଗର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.