ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଆସିଲା ନୂଆ ମୋଡ, କ’ଣ ପାଇଁ ଆଧ୍ୟାତ୍ମିକ ଗୁରୁଙ୍କ ସହିତ ରିୟା କରିଥିଲେ ଯୋଗାଯୋଗ

ଅଭିନେତା ସୁଶାନ୍ତ ସିଂହଙ୍କ ମୃତ୍ୟୁ ମାମଲାରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଏହି ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଏବଂ ତାଙ୍କ ପରିବାର ବିରୋଧରେ ସୁଶାଙ୍କ ବାପା ଅଭିଯୋଗ ମଧ୍ୟ କରିଛନ୍ତି। ଏବେ ସୁଶାନ୍ତଙ୍କ ମୃତ୍ୟୁ ମାମଲାରେ ଜଣେ ଆଧ୍ୟାତ୍ମିକ ଗୁରୁ ମୁହଁ ଖୋଲିଛନ୍ତି। ଆଉ ରିୟାଙ୍କୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଆଧ୍ୟାତ୍ମିକ ଗୁରୁ ମହେଶ ସଦାଶିବ ଯୋଶୀ ନିକଟରେ ଏକ ଗଣମାଧ୍ୟମ ସହିତ କଥା ହେବା ବେଳେ ରିୟା ଏବଂ ସୁଶାନ୍ତଙ୍କ ବିଷୟରେ ଖୁଲାସା କରିଛନ୍ତି। ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ଡିପ୍ରେସନରୁ ବାହାର କରିବା ପାଇଁ ତାଙ୍କ ସହିତ ସମ୍ପର୍କ କରିଥିଲେ। ରିୟା ମୋତେ ଗୁଗଲରୁ ସର୍ଚ୍ଚ କରିବା ପରେ ଠିକଣା ପାଇଁ ଯୋଗାଯୋଗ କରିଥିଲେ। କିନ୍ତୁ ଏହି ଗୁରୁ ଜଣକ ସତ କହୁଛନ୍ତି କି ନାହିଁ ତାହା ଜଣାନାହିଁ। ହୁଏତ ରିୟା ଆଉ କେଉଁ କାମ ପାଇଁ ଗୁରୁଙ୍କ ସହିତ ଯୋଗାଯୋଗ କରିଥାଇପାରନ୍ତି ?

susu

ସୁଶାନ୍ତଙ୍କୁ ୨୨ ନଭେମ୍ବରରେ ସାକ୍ଷାତ କରିଥିଲେ ଏହି ଆଧ୍ୟାତ୍ମିକ ଗୁରୁ। ତା’ ପରେ ପୁଣି ୨୩ ତାରିଖରେ ମଧ୍ୟ ଦେଖାହୋଇଥିଲେ। ଏହି ମାମଲାରେ ବାନ୍ଦ୍ରା ପୋଲିସ ଗୁରୁଙ୍କୁ ହାଜିର ହେବା ପାଇଁ କହିଥିଲା। କିନ୍ତୁ କରୋନା ଯୋଗୁଁ ଆଧ୍ୟାତ୍ମିକ ଗୁରୁ ପୋଲିସ ଷ୍ଟେସନ ଯାଇପାରିନଥିଲେ। ସେ ଘରେ ରହି ନିଜର ବୟାନ ରେକର୍ଡ କରି ପୋଲିସ ଷ୍ଟେସନକୁ ପଠାଇପାରିବେ ବୋଲି କହିଛନ୍ତି।

ପୂର୍ବରୁ ରିୟା ସୁଶାନ୍ତଙ୍କ ଘରକୁ ତାନ୍ତ୍ରିକ ନେଇ ଯାଉଥିବା ଅଭିଯୋଗ ହୋଇଥିଲା। ସୁଶାନ୍ତଙ୍କ ଘରେ ପୂଜାର୍ଚ୍ଚନା କରିବା ପାଇଁ ରିୟା ସୁଶାନ୍ତଙ୍କ ଆକାଉଣ୍ଟରୁ ଅନେକ ଟଙ୍କା ମଧ୍ୟ ଉଠାଇଛନ୍ତି ବୋଲି ଅଭିଯୋଗ ଆସିଥିଲା। ତେଣୁ ଏହି ଆଧ୍ୟାତ୍ମିକ ଗୁରୁଙ୍କ ସହିତ ରିୟା କାହିଁକି ସଂପର୍କ କରିଥିଲେ ତାହା ତଦନ୍ତ ପରେ ଜଣାପଡିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.