ବଣାଇ ଉପଖଣ୍ଡରେ ୟୁରିଆ ସାରର ଅଭାବ, ଶେଷରେ ରାସ୍ତାକୁ ଓହ୍ଲାଇଲେ ଚାଷୀ

ବଣାଇ: ୟୁରିଆ ସାରର ଅଭାବ। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଉପଖଣ୍ଡରେ ଏବେ ଦେଖାଦେଇଛି ୟୁରିଆ ସାରର ଅଭାବ। ଯେଉଁ ସାର ଲାଗି  ଆଜି ରାସ୍ତାକୁ ଓହ୍ଲାଇଛନ୍ତି ଚାଷୀ। ଲହୁଣିପଡ଼ା ବ୍ଲକ ରାଜାମୁଣ୍ଡା RCMS ଏବଂ ବଣାଇ ଲ୍ୟାମ୍ପ ଓ ଖୁଣ୍ଟଗାଁରେ ମଧ୍ୟ ସାର ନମିଳିବାକୁ ନେଇ ଚାଷୀମାନେ ରାସ୍ତା ରୋକ କରିଥିଲେ ।

ଚାଷୀମାନେ କାମଧନ୍ଦା ଛାଡ଼ି ସାର ପାଇଁ ଲ୍ୟାମ୍ପ କାର୍ଯ୍ୟାଳୟରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ରହୁଥିଲେ ବି ନାରାଶ ହେବାକୁ ପଡୁଛି। ଏପରିସ୍ଥିତିରେ ବେପାରୀମାନେ ନିଜ ମନଇଚ୍ଛାରେ ଉଚ୍ଚା ଦରରେ ସାର ବିକ୍ରି କରୁଛନ୍ତି। ପୋଲିସ ଓ ତହସିଲଦାର ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.