ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼ରେ ବାରାମୁଲାର କ୍ରେରି ଠାରେ ୩ ଯବାନ ସହିଦ

କେନ୍ଯୁଜ୍: ଜମ୍ମୁ କଶ୍ମୀରରେ ୩ ଯବାନ ସହିଦ। ବାରାମୁଲାର କ୍ରେରି ଠାରେ ସିଆରପିଏଫ ଓ ପୋଲିସ ପାଟ୍ରୋଲିଂ ଉପରେ ଆତଙ୍କବାଦୀଙ୍କ ଅତର୍କିତ ଗୁଳିମାଡ଼। ରିପୋର୍ଟ ଅନୁଯାୟୀ ପାଲଟା ଗୁଳି ଚାଳନା ସହ ମୁହାଁମୁହିଁ ଲଢେଇରେ ୩ ଯବାନ ସହିଦ। ଏହା ପରେ ସଂପୃକ୍ତ ଅଞ୍ଚଳକୁ ଘେରାବନ୍ଦୀ କରି ତଲାସୀ ଅଭିଯାନ ଚଳାଇଛି ସେନା। ସହିଦ ଯବାନଙ୍କ ମଧ୍ୟରେ ଜମ୍ମୁ କଶ୍ମୀର ପୋଲିସର ଜଣେ ଏସପିଓ ଓ ସିଆରପିଏଫର ଦୁଇଜଣ ଯବାନ ରହିଛନ୍ତି।

ସୂଚନା ମୁତାବକ ରବିବାର ସଂଧ୍ୟାରେ ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାରେ ସୁରକ୍ଷାକର୍ମୀଙ୍କ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ ଉଦ୍ୟମ ପଣ୍ଡ ହୋଇଥିଲା। ଅନ୍ଯପଟେ ସେନା ବାହିନୀ ଉପରେ ଆକ୍ରମଣ କରିବାକୁ ଯୋଜନା ବିଫଳ ହେବା ସହ ବହୁ ପରିମାଣର ଆଇଇଡି ଜବତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.