Categories: ସ୍ପେଶାଲ

ଏହି ଦେଶରେ ଦୁଇ ମହିଳାଙ୍କୁ ବିବାହ କରିଥାନ୍ତି ଜଣେ ପୁରୁଷ, ଏମିତି ନ କଲେ ହୋଇଥାଏ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ ଯେ ବିଶ୍ବରେ ଏକ ଏମିତି ଦେଶ ଅଛି, ଯେଉଁଠି ପୁରୁଷ ମାନଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ। ଯଦି ସେହି ପୁରୁଷମାନେ ଏପରି କରନ୍ତି ନାହିଁ ତେବେ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ।

ଏହା ଆଫ୍ରିକାର ଏକ ଦେଶ ଇରିଟ୍ରିୟା ଅଟେ। ଯେଉଁଠି ପୁରୁଷଙ୍କୁ ଦୁଇଟି ମହିଳାଙ୍କୁ ବିବାହ କରିବା ଅନିବାର୍ଯ୍ୟ ଅଟେ। ଏହାର ଏକ ପ୍ରମୁଖ କାରଣ ହେଉଛି ଏଠାରେ ପୁରଷଙ୍କ ମୁକାବିଲାରେ ମହିଳାଙ୍କର ଅନୁପାତ ଅଧିକ ରହିଛି।

ଏଠାରେ ରହୁଥିବା ପୁରୁଷଙ୍କୁ ଦୁଇ ଜଣ ମହିଳାଙ୍କୁ ବିବାହ କରିବାର ଶକ୍ତ ଆଦେଶ ରହିଛି। ଯଦି କୌଣସି ପୁରୁଷ ଏହି ଦେଶକୁ ପାଳନ କରନ୍ତି ନାହିଁ ତେବେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିପାରେ। କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ।

କିନ୍ତୁ ଏଠାକାର ନିୟମ ଏତିକି ନୁହେଁ, ଏଠାରେ ରହୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ଏକ ଆଇନ ରହିଛି। ଯଦି କୌଣସି ମହିଳା ନିଜର ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ବାଧା ଦେବାକୁ ଚେଷ୍ଟା କରେ ତେବେ ସେହି ମହିଳାଙ୍କୁ ଆଜୀବନ କାରାଦଣ୍ଡାଦେଶ ଭୋଗିବାକୁ ପଡିଥାଏ।

ଏହି ଦଣ୍ଡାଦେଶ କାରଣରୁ ଦେଶରେ ଦୁଇ ମହିଳାଙ୍କୁ ବିବାହ କରୁଥିବା ପୁରୁଷଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହି ଆଇନ କାରଣରୁ ଇରିଟ୍ରୀୟା ବିଷୟରେ ଅନ୍ୟ ଦେଶରେ ବହୁତ ଆଲୋଚନା କରାଯାଏ। କିନ୍ତୁ ଏବେ ପର୍ଯ୍ୟନ୍ତ ଇରିଟ୍ରୀୟାର ଏହି ଆଇନକୁ ବିରୋଧ କରିବା ପାଇଁ କେହି ବି ପାଦ ବଢ଼େଇନାହାନ୍ତି।

Pritiparna

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

1 hour ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

2 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

2 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

4 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

4 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

5 hours ago