Below header

ଏହି ଦେଶରେ ଦୁଇ ମହିଳାଙ୍କୁ ବିବାହ କରିଥାନ୍ତି ଜଣେ ପୁରୁଷ, ଏମିତି ନ କଲେ ହୋଇଥାଏ ଆଇନଗତ କାର୍ଯ୍ୟାନୁଷ୍ଠାନ

ଆପଣ ଏହା ଶୁଣି ନିଶ୍ଚୟ ଆଶ୍ଚର୍ଯ୍ୟ ହେଉଥିବେ। କିନ୍ତୁ ଏହା ସତ ଯେ ବିଶ୍ବରେ ଏକ ଏମିତି ଦେଶ ଅଛି, ଯେଉଁଠି ପୁରୁଷ ମାନଙ୍କୁ ଦୁଇଟି ବିବାହ କରିବାକୁ ପଡିଥାଏ। ଯଦି ସେହି ପୁରୁଷମାନେ ଏପରି କରନ୍ତି ନାହିଁ ତେବେ ସେମାନଙ୍କୁ ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ।

ଏହା ଆଫ୍ରିକାର ଏକ ଦେଶ ଇରିଟ୍ରିୟା ଅଟେ। ଯେଉଁଠି ପୁରୁଷଙ୍କୁ ଦୁଇଟି ମହିଳାଙ୍କୁ ବିବାହ କରିବା ଅନିବାର୍ଯ୍ୟ ଅଟେ। ଏହାର ଏକ ପ୍ରମୁଖ କାରଣ ହେଉଛି ଏଠାରେ ପୁରଷଙ୍କ ମୁକାବିଲାରେ ମହିଳାଙ୍କର ଅନୁପାତ ଅଧିକ ରହିଛି।

ଏଠାରେ ରହୁଥିବା ପୁରୁଷଙ୍କୁ ଦୁଇ ଜଣ ମହିଳାଙ୍କୁ ବିବାହ କରିବାର ଶକ୍ତ ଆଦେଶ ରହିଛି। ଯଦି କୌଣସି ପୁରୁଷ ଏହି ଦେଶକୁ ପାଳନ କରନ୍ତି ନାହିଁ ତେବେ ତାଙ୍କୁ ଜେଲ ଯିବାକୁ ମଧ୍ୟ ପଡିପାରେ। କିମ୍ବା ଆଇନଗତ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବାକୁ ପଡିଥାଏ।

marriageକିନ୍ତୁ ଏଠାକାର ନିୟମ ଏତିକି ନୁହେଁ, ଏଠାରେ ରହୁଥିବା ମହିଳାମାନଙ୍କ ପାଇଁ ମଧ୍ୟ ଏକ ଆଇନ ରହିଛି। ଯଦି କୌଣସି ମହିଳା ନିଜର ସ୍ବାମୀଙ୍କର ଦ୍ବିତୀୟ ବିବାହରେ କୌଣସି ପ୍ରକାରର ବାଧା ଦେବାକୁ ଚେଷ୍ଟା କରେ ତେବେ ସେହି ମହିଳାଙ୍କୁ ଆଜୀବନ କାରାଦଣ୍ଡାଦେଶ ଭୋଗିବାକୁ ପଡିଥାଏ।

ଏହି ଦଣ୍ଡାଦେଶ କାରଣରୁ ଦେଶରେ ଦୁଇ ମହିଳାଙ୍କୁ ବିବାହ କରୁଥିବା ପୁରୁଷଙ୍କ ସଂଖ୍ୟା ଲଗାତର ବଢ଼ିବାରେ ଲାଗିଛି। ଏହି ଆଇନ କାରଣରୁ ଇରିଟ୍ରୀୟା ବିଷୟରେ ଅନ୍ୟ ଦେଶରେ ବହୁତ ଆଲୋଚନା କରାଯାଏ। କିନ୍ତୁ ଏବେ ପର୍ଯ୍ୟନ୍ତ ଇରିଟ୍ରୀୟାର ଏହି ଆଇନକୁ ବିରୋଧ କରିବା ପାଇଁ କେହି ବି ପାଦ ବଢ଼େଇନାହାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.