ଭୁଲ୍ ଏତିକି ଖରାରେ ରଖିଦେଲେ ଫର୍ଣ୍ଣିଚର, ଦେଖନ୍ତୁ ଚାକରାଣୀକୁ କେମିତି ଦଣ୍ଡ ଦେଲେ ମାଲିକ

ଆମେ ଘରେ ଚାକର/ଚାକରାଣୀ ଏଥିପାଇଁ ରଖିଥାଉ କି ସେମାନେ ଆମ କାମ କରିବେ । ଆଉ ଆମେ ବିଳାସମୟ ଜୀବନଯାପନ କରିପାରିବା । ହେଲେ ଏହି ଏମାନେ ବି ମଣିଷ । ଯେମିତି ଆମେ ଭୁଲ କରିଥାଉ ସେମିତି ତାଙ୍କ ଦ୍ବାରା ବି ଭୁଲ୍ ହୋଇଥାଏ । କିନ୍ତୁ କିଛି ଲୋକ ଏମିତି ଥାନ୍ତି ଯେଉଁମାନେ ଛୋଟ ଛୋଟ ଭୁଲରେ ବି ନିଜ ଚାକରଙ୍କ ଦଣ୍ଡ ଦେବାକୁ ପଛାନ୍ତି ନାହିଁ । ସେମିତି ଏକ ମାମଲା ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଘଟଣାଟି ହେଉଛି ସାଉଦି ଆରବର ।

saudi arabରିପୋର୍ଟ ମୂତାବକ, ସାଉଦି ଆରବର ରିୟାଦରେ ରହୁଥିବା ଏକ ଧନୀ ପରିବାରରେ ଫିଲିଫାଇନ୍ସର ଲବଲୀ ଏକୋଷ୍ଟା ନାମକ ଜଣେ ଯୁବତୀ କାମ କରୁଥିଲେ । ତେବେ ଘଟଣା ଦିନ ଲବଲୀ ଘରର ଆସବାବପତ୍ରକୁ ଖରାରେ ରଖି ଦେଇଥିଲେ । ଯାହାକୁ ସହି ପାରିନଥିଲେ ମାଲିକ । ତାପରେ ସେ ଲବନୀଙ୍କୁ ଏମିତି ଭୟାନକ ଦଣ୍ଡ ଦେଇଥିଲେ ଯାହା କଳ୍ପନା ବାହାରେ ।

ଲବଲୀକୁ ମାଲିକ ଖରାରେ ନିଜ ଗାର୍ଡେନରେ ଥିବା ଏକ ଗଛରେ ଅନେକ ସମୟ ବାନ୍ଧି ରଖିଥିଲେ । ଆଉ ଏହା ଏଥିପାଇଁ କରିଥିଲେ ଯେ ସେ ଜଣାଇବାକୁ ଚାହୁଁଥିଲେ କୌଣସି ଜିନିଷକୁ ଖରାରେ ରଖିଲେ ତାର ଅବସ୍ଥା କଣ ହୋଇଥାଏ । ତେବେ ଲବଲୀଙ୍କ ସହ ଉକ୍ତ ଘରେ କାମ କରୁଥିବା ଆଉ ଜଣେ ଯୁବତୀ ଏହି ଫଟୋ ଉଠାଇ ଦେଇଥିଲେ । ଯାହା ଭାଇରାଲ୍ ହେବା ପରେ ଫିଲିଫାଇନ୍ସ ଦୂତାବାସ ଲବଲୀଙ୍କୁ ଆଣି ନିଜ ଘରକୁ ପଠାଇଦେଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.