ଦୁଷ୍ଟାମି କରିବାରେ ମାଙ୍କଡ ମାହିର। ମଣିଷର ଯଦି କିଏ ଏକଦମ୍ ନକଲ କରିବାରେ ଓସ୍ତାଦ, ତେବେ ସେ ହେଉଛି ମାଙ୍କଡ। କେତେବେଳେ କାହା ଛାତରୁ କଣ ଜିନିଷ ଚୋରାଇଲାଣି ତ ଆଉ କେତେବେେ, ଆଉ କିଛି। କିନ୍ତୁ ମାଙ୍କଡ ଆମର କାମ ବି କରିବାରେେ ଖୁବ୍ ଧୁରନ୍ଧର। ଏମିତି କାହିଁକି କହୁଛୁ ଆପଣ ଭିଡିଓ ଦେଖିଲେ ସବୁ ବୁଝିଯିବେ।
ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଏକଦମ୍ ଖୁସି ହୋଇଯିବେ। ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ମହିଳାଙ୍କ ସହିତ ମିଶି ମାଙ୍କଡଟି କାମ କରୁଛି। ସେ ଏମିତି ଢ଼ଙ୍ଗରେ କାମ କରୁଛି ଯେ ଯାହାକୁ ବଡ ବଡ ଲୋକ ବି କରିବାକୁ ପଛଘୁଞ୍ଚା ଦିଅନ୍ତି। ମାଙ୍କଡଟି ପରିବା କାଟୁଛି।
ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଙ୍କଡଟି ଆରାମରେ ବସି ମହିଳାଙ୍କ ସହିତ ପରିବା କାଟୁଛି। ମହିଳା ତାକୁ ପରିବା ଦେଉଛନ୍ତି ଏବଂ ସେ ତାକୁ ଦୁଇ ଭାଗରେ ଭାଙ୍ଗୁଛି। ଯାହାକୁ କେହି ଜଣେ କ୍ୟାମେରାରେ ରେକର୍ଡ କରିନେଇଛନ୍ତି।
ଏହି ମଜାଦାର ଭିଡିଓ ସେୟାର ହେବା ମାତ୍ରକେ ପାଣି ଭଳି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଆଇଆରଏସ ଅମନ ପ୍ରୀତ୍ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଆପଣ କେବେ କଣ ମାଙ୍କଡକୁ ଏମିତି କାମ କରିବାକୁ ଦେଖିଛନ୍ତି।
ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…
ଭୁବନେଶ୍ୱର(କେନ୍ୟୁଜ୍): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…
ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…
ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…
ଭୁବନେଶ୍ୱର(କେନ୍ୟୁଜ୍): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…
ଭଦ୍ରକ (କେନ୍ୟୁଜ୍): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…