Below header

ମାଙ୍କଡ କାଟୁଛି ପରିବା ! ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ଦୁଷ୍ଟାମି କରିବାରେ ମାଙ୍କଡ ମାହିର। ମଣିଷର ଯଦି କିଏ ଏକଦମ୍‌ ନକଲ କରିବାରେ ଓସ୍ତାଦ, ତେବେ ସେ ହେଉଛି ମାଙ୍କଡ। କେତେବେଳେ କାହା ଛାତରୁ କଣ ଜିନିଷ ଚୋରାଇଲାଣି ତ ଆଉ କେତେବେେ, ଆଉ କିଛି। କିନ୍ତୁ ମାଙ୍କଡ ଆମର କାମ ବି କରିବାରେେ ଖୁବ୍‌ ଧୁରନ୍ଧର। ଏମିତି କାହିଁକି କହୁଛୁ ଆପଣ ଭିଡିଓ ଦେଖିଲେ ସବୁ ବୁଝିଯିବେ।

ଏବେ ସୋସିଆଲ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯାହାକୁ ଦେଖି ଆପଣ ଏକଦମ୍‌ ଖୁସି ହୋଇଯିବେ। ଏହି ଭାଇରାଲ ହେଉଥିବା ଭିଡିଓରେ ଆପଣ ଦେଖିପାରୁଥିବେ ଯେ ଜଣେ ମହିଳାଙ୍କ ସହିତ ମିଶି ମାଙ୍କଡଟି କାମ କରୁଛି। ସେ ଏମିତି ଢ଼ଙ୍ଗରେ କାମ କରୁଛି ଯେ ଯାହାକୁ ବଡ ବଡ ଲୋକ ବି କରିବାକୁ ପଛଘୁଞ୍ଚା ଦିଅନ୍ତି। ମାଙ୍କଡଟି ପରିବା କାଟୁଛି।

ଭିଡିଓରେ ଆପଣ ଦେଖିପାରୁଥିବେ ଯେ ମାଙ୍କଡଟି ଆରାମରେ ବସି ମହିଳାଙ୍କ ସହିତ ପରିବା କାଟୁଛି। ମହିଳା ତାକୁ ପରିବା ଦେଉଛନ୍ତି ଏବଂ ସେ ତାକୁ ଦୁଇ ଭାଗରେ ଭାଙ୍ଗୁଛି। ଯାହାକୁ କେହି ଜଣେ କ୍ୟାମେରାରେ ରେକର୍ଡ କରିନେଇଛନ୍ତି।

ଏହି ମଜାଦାର ଭିଡିଓ ସେୟାର ହେବା ମାତ୍ରକେ ପାଣି ଭଳି ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓକୁ ଆଇଆରଏସ ଅମନ ପ୍ରୀତ୍‌ ନିଜ ଟ୍ଵିଟର ଆକାଉଣ୍ଟରେ ସେୟାର କରିଛନ୍ତି। ତେବେ ଆପଣ କେବେ କଣ ମାଙ୍କଡକୁ ଏମିତି କାମ କରିବାକୁ ଦେଖିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.