ଟୁ ପ୍ରାଇମ୍‌ ମିନିଷ୍ଟର…ଫ୍ରମ ରେହେନା ବାତେଲି: ମୋବାଇଲ୍‌ ସେବା ପାଇଁ PMଙ୍କୁ ଚିଠି ଲେଖିଲେ ଅଷ୍ଟମ ଶ୍ରେଣୀର ଛାତ୍ରୀ

ରାୟଗଡା : ନିଜ ଦାବି ପୂରଣ କରିବା ପାଇଁ କିଏ ରାଜରାସ୍ତା ଅବରୋଧ କରୁଛି ତ କିଏ ଆତ୍ମହୂତୀ ଦେଉଛି। କିନ୍ତୁ ଆଜି ଜଣେ ଛାତ୍ରୀ ନିଜ ଦାବିକୁ ଜଣାଇବା ପାଇଁ ଆପଣାଇଛନ୍ତି ଏକ ନିଆରା ଉପାୟ   ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ରାୟଗଡ଼ା ମୀରାବାଲି ଗାଁର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ରେହେନା ବାତେଲି। ନିଜ ଗାଁକୁ ଇଣ୍ଟରନେଟ ସେବା ଯୋଗାଇ ଦେବାକୁ ସିଧାସଳଖ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ।

ରାୟଗଡା ସହର ଉପକଣ୍ଠରେ ନାଗାବଳୀ ନଦୀ। ଆର ପାରିରେ ପଡୋଶୀ ଆନ୍ଧ୍ର ସୀମାରେ ଓଡ଼ିଶାର ୯ଟି ପଞ୍ଚାୟତ। ଏ ଅଂଚଳକୁ ବର୍ତମାନ ସୁଦ୍ଧା ପହଞ୍ଚି ନାହିଁ ମୋବାଇଲ ସେବା। ଗତ ୮ ମାସ ହେଲା ଅନଲାଇନରେ ପାଠ ପଢି ପରି ନାହାନ୍ତି ଏ ଅଂଚଳର ଛାତ୍ରଛାତ୍ରୀ। ଜମାଦେଇ ପେଣ୍ଠ ସ୍କୁଲରେ ଅଷ୍ଟମ ପଢୁଥିବା ରେହାନା ଶେଷରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିବାକୁ ନିଷ୍ପତ୍ତି ନେଲେ।

pmସୂଚନା ଥାଉକି, କୋଭିଡ୍‌ ସମୟରେ ଓଡ଼ିଶାରେ ବିଶେଷ କରି ଦୁର୍ଗମ ଓ ଆଦିବାସୀ ବହୁଳ ଅଂଚଳରେ ମୋବାଇ ସେବା ନଥିବାରୁ ଅନଲାଇନ ପାଠପଢା ବାଧାପ୍ରାପ୍ତ ହୋଇଥିଲା। ତେବେ ରାୟଗଡା ସଦର ମହକୁମାଠାରୁ ମାତ୍ର ୨୫-୩୦ କିଲୋମିଟର ଦୂରରେ ରହିଛି ୯ଟି ପଞ୍ଚାୟତ। ମୋବାଇଲ ସେବା ଉପଲବ୍ଧ ନହେଲେ ଆଗାମୀ ପଞ୍ଚାୟତ ର୍ନିବାଚନ ବର୍ଜନ କରିବାକୁ ଧମକ ଦେଲେଣି ଗାଁ ଲୋକେ।

 

 

Leave A Reply

Your email address will not be published.