ସ୍ପେଶାଲ

ଦୋସାର ଦାମ ଦେଖି ଉଡ଼ିଲା ଲୋକଙ୍କ ହୋସ୍‌, ମୂଲ୍ୟ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ

ଅନେକ ଲୋକ ଅଛନ୍ତି ଯେଉଁମାନେ ସକାଳ ଏବଂ ସନ୍ଧ୍ୟାରେ ବାହାର ଖାଦ୍ୟ ଖାଇବାକୁ ବହୁତ ପସନ୍ଦ କରନ୍ତି । ବାହାର ଖାଦ୍ୟ ମଧ୍ୟରେ ଦୋସା ହେଉଛି ଅନ୍ୟତମ । ଲୋକମାନେ ଦୋସା ଖାଇବାକୁ ଭାରି ଭଲ ପାଆନ୍ତି । କାରଣ ଏହାର ଦାମ ସେତେ ଅଧିକ ନଥାଏ ଏବଂ ଗୋଟିଏ ଦୋସାରେ ପେଟ ପୁରା ଫୁଲ ହୋଇଯାଏ । ଦୋସା ସାଙ୍ଗକୁ ଚଟଣୀ ଭାରି ସୁଆଦିଆ ଲାଗେ । ସାଧାରଣତଃ ଆପଣ ଖାଉଥିବା ଦୋସାର ଦାମ ୪୦ ରୁ ୫୦ ଟଙ୍କା ହୋଇଥାଏ । ଯଦି ଭଲ ହୋଟେଲ କିମ୍ବା ରେଷ୍ଟୁରାଣ୍ଟରେ ଦୋସା ଅର୍ଡର କରି ଖାଆନ୍ତି ତେବେ ଏହାର ଦାମ ଅତି ବେଶୀରେ ୧୦୦ ଟଙ୍କା ଭିତରେ ହେବ । କିନ୍ତୁ ଯଦି ଆମେ ଆପଣଙ୍କୁ ଦୋସାର ଦାମ ୬୦୦ ଟଙ୍କା କହିବୁ ଆପଣଙ୍କୁ ହୁଏତ ବିଶ୍ୱାସ ହେବ ନାହିଁ । କାରଣ ୫୦ ରୁ ୬୦ ଟଙ୍କା ଦାମରେ ମିଳୁଥିବା ଦୋସା ପୁଣି ୬୦୦ ଟଙ୍କାରେ କିପରି ? ଏ କଥା ଆପଣଙ୍କୁ ହୁଏତ ତାଜୁବ ଲାଗୁଥିବ । କିନ୍ତୁ ଏମିତି କିଛି ସତରେ ହୋଇଛି । ଦେଶରେ ଦରଦାମ ବଢ଼ିବାରେ ଲାଗିଛି ତେଣୁ ସାଧାରଣ ଲୋକେ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏପରିକି ଖାଦ୍ୟ ସାମଗ୍ରୀ ମଧ୍ୟ ଦିନକୁ ଦିନ ବହୁତ ମହଙ୍ଗା ହୋଇଯାଉଛି । କିନ୍ତୁ ଦୋସାର ଦାମ ଏତେ ଅଧିକ ବଢ଼ିଯିବା ଟା କେହି ବି ବିଶ୍ୱାସ କରି ପାରୁ ନାହାନ୍ତି ।

ତେବେ ସୋସିଆଲ ମିଡିଆରେ ମୁମ୍ବାଇ ବିମାନବନ୍ଦରରେ ଥିବା ଏକ ଖାଦ୍ୟ ଷ୍ଟଲର ଭିଡିଓ ଭାଇରାଲ ହେବାରେ ଲାଗିଛି । ଖାଦ୍ୟ ଷ୍ଟଲ ମାନଙ୍କର ତ ଅନେକ ଭିଡିଓ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଭାଇରାଲ ହୋଇଥାଏ । କିନ୍ତୁ ଏ ଷ୍ଟଲରେ ଏପରି କିଛି ଜିନିଷ ନଜର ଆସିଥିଲା ଯାହା ଆପଣମାନେ ଜାଣିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଏ ଷ୍ଟଲରେ ଯେଉଁ ଦୋସା ବିକ୍ରି ହେଉଛି ତା ଦାମ ଜାଣିଲେ ଆପଣ ଦୋସା ଖାଇବା କଥା ଭୁଲିଯିବେ । କାରଣ ମୁମ୍ବାଇ ବିମାନବନ୍ଦରରେ ୬୦୦ ଟଙ୍କାରେ ବିକ୍ରି ହେଉଛି ଦୋସା । ଦୋସାର ଦାମ ଇଣ୍ଟରନେଟରେ ଭାଇରାଲ ହେବା ପରେ ମୋବାଇଲ ୟୁଜର୍ସ ଭିନ୍ନ ଭିନ୍ନ କମେଣ୍ଟ ଦେଉଛନ୍ତି ।

ଆପଣଙ୍କୁ କହି ରଖିବାକୁ ଚାହିଁବୁ ମୁମ୍ବାଇ ବିମାନବନ୍ଦରରେ ବିକ୍ରି ହେଉଥିବା ଗୋଟିଏ ମସଲା ଦୋସାର ଦାମ ୬୦୦ ଟଙ୍କା ରହିଛି । ଦୋସାର ଦାମ ଏତେ ଅଧିକ ଥିବାରୁ ଏହି ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୋସାର ଏତେ ଅଧିକ ଦାମ ଦେଖି ଲୋକମାନେ ପ୍ରତିକ୍ରିୟା ଦେଉଛନ୍ତି । ଅନେକ ୟୁଜର ଏହି ଭିଡିଓରେ ନିଜର ପ୍ରତିକ୍ରିୟା ଦେଉଛନ୍ତି । ଜଣେ ୟୁଜର କହିଛନ୍ତି ଯେ ଏହି ଦୋସାରେ ସେପରି କିଛି ବିଶେଷ ଦେଖାଯାଉ ନାହିଁ । ସେହିପରି କିଛି ୟୁଜର୍ସ ଦୋସା ଖାଇବା ପାଇଁ କିଡନୀ ବିକ୍ରି କରିବାକୁ ପଡ଼ିବ ବୋଲି ଲେଖିଛନ୍ତି । ଅନ୍ୟପଟେ କିଛି ଲୋକ ଦୋସାର ଦାମକୁ ରୂପା ଦାମ ସହିତ ତୁଳନା କରିଛନ୍ତି ।

 

Subhalaxmi Das

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

2 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

5 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

5 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

8 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

8 hours ago