ସ୍ପେଶାଲ

ଭାରତୀୟ ରେଳରେ ଦେଶୀ ଓ ସହଜ ସଫେଇ: ଭିଡିଓ ଦେଖି ହସିବେ ନିଶ୍ଚିତ କିନ୍ତୁ ରେଳ ବିଭାଗ ଏଥିପ୍ରତି ଧ୍ୟାନ ଦେବା ଦରକାର

ଆପଣ ଭାରତୀୟ ରେଳରେ ନିଶ୍ଚିତ ଯାତ୍ରା କରିଥିବେ। ଏବେ ରେଳ ଗାଡ଼ିରେ ଯାତ୍ରୀ ମାନଙ୍କୁ ଅନେକ ସୁବିଧା ମଧ୍ୟ ମିଳୁଛି। କିନ୍ତୁ ଏକ ଷ୍ଟେସନରେ ଏମିତି ଘଟଣା ଘଟିଛି ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ। ଏପରି ସଫେଇ କାମ କରାଯାଇଛି ଯାହା ଖୁବ୍ ସହଜ ଓ ସରଳ।ଭାରତୀୟ ରେଳ ବିଭାଗ ଏବେ ଟ୍ରେନକୁ ଧୋଇବା ପାଇଁ ଏକଦମ ନୂଅ ଦେଶୀ ଉପାୟ ବାଛିନେଇଛି। ଯେଉଁଥିରେ ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି।

 

ଯାହା ଏହି ଭିଡ଼ିଓରେ ୟୁଜରମାନେ ଦେଖି ମଜା ନେଉଛନ୍ତି। ଘଟଣାଟି ଏକ ଷ୍ଟେସନରେ ଲୋକାଲ ପ୍ଲାଟପର୍ମ ଦେଇ ଟ୍ରେନ ଯାଉଥିବା ସମୟରେ ପ୍ଲାଟଫର୍ମରେ ପାଣି ଟ୍ୟାବ୍‌ର ପାଇପ୍‌ ଭାଙ୍ଗି ସିଧା ଟ୍ରେନ ଉପରେ ଏବଂ ଭିତରେ ବସିଥିବା ଯାତ୍ରୀମାନଙ୍କ ଉପରେ ପଡ଼ୁଛି। ଅଗ୍ନିଶମ ବାହିନୀର ପମ୍ପରୁ ବାହାରୁଥିବା ପାଣି ପରି ଟ୍ରେନକୁ ଏବଂ ତା ସହିତ ଯାତ୍ରୀମାନଙ୍କୁ ପୁରା ଭିଜେଇ ଦେଉଛି। ଏଥିରେ ଯାତ୍ରୀ ମାନଙ୍କୁ ତ ନିଶ୍ଚିତ ଅସୁବିଧା ହେଉଛି କିନ୍ତୁ ଇଣ୍ଟରନେଟ୍‌ ୟୁଜର ମାନେ ବହୁତ ମଜା ନେଉଛନ୍ତି। ଅନେକ ୟୁଜର ମଜାଳିଆ କମେଣ୍ଟସ ମଧ୍ୟ ଦେଇଛନ୍ତି। ଜଣେ
ୟୁଜର କହିଛନ୍ତି ‘ଯେଉଁମାନେ ଗାଧେିାଇ ନାହାଁନ୍ତି ସେମାନଙ୍କୁ ଗାଧୋଇ ଦିଆଯାଉଛି,ବାଃ ଇଣ୍ଡିଆନ ରେଲେଓ୍ଵ ’। ଆଉ ଜଣେ ଲେଖିଛନ୍ତି ଯେ ‘ୟେ ଟ୍ରେନକୁ ଧୋଇବାର ନୂଆ ଟେକ୍ନିକ୍‌’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ରେଲେଓ୍ଵର ୟେ ଦେଶୀ ଇନୋଭେସନ’ ଏହି ଭିଡ଼ିଓକୁ @craziestlazy ନାମକ ଆକାଉଣ୍ଟରୁ ସେୟାର ହୋଇଛି ଯାହାକୁ ଲୋକମାନେ ପସନ୍ଦ କରିଛନ୍ତି। ଏହି ଭିଡ଼ିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିନ୍ତୁ ବ୍ୟବସ୍ଥା ଅନେକ ଯାତ୍ରୀଙ୍କୁ ହଇରାଣରେ ପକାଇଛି। ସେଥି ପ୍ରତି ଭାରତୀୟ ରେଳ ବିଭାଗ ଧ୍ୟାନ ଦେବା ଦରକାର।

KNews Bureau

Recent Posts

ଟି୨୦ ବିଶ୍ୱକପ : ଅଧିନାୟକ ରୋହିତ ଶର୍ମାଙ୍କ ଫଟୋକୁ ନେଇ କରାଯାଇଛି କଦର୍ଥ, ଫ୍ୟାନ୍‌ ଦେଲେ ମୁହଁତୋଡ ଜବାବ

ଆଇସିସି ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ ହୋଇଛି । ଲଗାତାର ଦ୍ୱିତୀୟ ଥର ପାଇଁ ରୋହିତ ଶର୍ମା ଭାରତୀୟ ଟିମର…

14 mins ago

ହସପିଟାଲ ବେଡରୁ ଦୁବାଇ ପାର୍ଟିରେ ପହଞ୍ଚିଲେ ରାକ୍ଷୀ ! ଫ୍ୟାନ୍ସ କଲେ ଟ୍ରୋଲ

ରାକ୍ଷୀ ସାୱନ୍ତ ଗତ କିଛି ଦିନ ହେବ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି । କିଛି…

29 mins ago

ଗୋଟିଏ ମିନିଟରେ ହେବ ସ୍ମାର୍ଟଫୋନ ଚାର୍ଜ, ଆସିଲା ଫାଷ୍ଟ ଚାର୍ଜିଂ ଟେକ୍ନୋଲୋଜି

ସ୍ମାର୍ଟଫୋନ୍ ଓ ଇଲେକ୍ଟ୍ରିକ୍‌ ଗାଡ଼ି ର ଆବଶ୍ୟକତା ଆମ ଜୀବନରେ ବଢ଼ିବାରେ ଲାଗିଛି । ଏହି ସ୍ମାର୍ଟଫୋନ ଓ ଇଲେକ୍ଟ୍ରିକ୍‌…

46 mins ago

ଶ୍ରୀଲଙ୍କାରେ ପ୍ରବଳ ବର୍ଷା ଓ ଭୂସ୍ଖଳନ; ୧୦ ଜଣଙ୍କ ମୃତ୍ୟୁ, ୬ ନିଖୋଜ

ଶ୍ରୀଲଙ୍କାରେ ତାଣ୍ଡବ ରଚିଛି ବର୍ଷା । ଭୟଙ୍କର ବନ୍ୟା ପରିସ୍ଥିତି ଯୋଗୁ ସୋମବାର ସ୍କୁଲଗୁଡ଼ିକୁ ବନ୍ଦ କରି ଦିଆଯାଇଛି ।…

1 hour ago

ଓଜେଇ ୨୦୨୪ର ଫଳାଫଳ ପ୍ରକାଶ, ୨୩ ଟି ବିଭାଗରେ ୨୩ ଜଣ ଟପ୍ପର

 ଭୁବନେଶ୍ୱର : ଓଡ଼ିଶା ମିଳିତ ପ୍ରବେଶିକା ପରୀକ୍ଷା -ଓଜେଇ ୨୦୨୪ର ଫଳାଫଳ ପ୍ରକାଶ । ଚଳିତ ବର୍ଷ ମେ'ରେ ହୋଇଥିଲା…

1 hour ago

ୟୁପି : ଜଣେ ଭିନ୍ନକ୍ଷମ ଶିଶୁକୁ ମାରିବା ଇନ୍ସପେକ୍ଟରଙ୍କ ପାଇଁ ପଡିଲା ମହଙ୍ଗା, ଭାଇରାଲ ହେଉଛି ଭିଡିଓ

ୟୁପିର ବିଜନୋରରେ ପିଲାଙ୍କୁ ପିଟିଥିବା ଇନ୍ସପେକ୍ଟରଙ୍କ ପାଇଁ ମହଙ୍ଗା ପଡିଛି । ଭିଡିଓ ଭାଇରାଲ ହେବା ପରେ ଇନ୍ସପେକ୍ଟରଙ୍କୁ ନିଲମ୍ବିତ…

2 hours ago