ଭାରତୀୟ ରେଳରେ ଦେଶୀ ଓ ସହଜ ସଫେଇ: ଭିଡିଓ ଦେଖି ହସିବେ ନିଶ୍ଚିତ କିନ୍ତୁ ରେଳ ବିଭାଗ ଏଥିପ୍ରତି ଧ୍ୟାନ ଦେବା ଦରକାର

ଆପଣ ଭାରତୀୟ ରେଳରେ ନିଶ୍ଚିତ ଯାତ୍ରା କରିଥିବେ। ଏବେ ରେଳ ଗାଡ଼ିରେ ଯାତ୍ରୀ ମାନଙ୍କୁ ଅନେକ ସୁବିଧା ମଧ୍ୟ ମିଳୁଛି। କିନ୍ତୁ ଏକ ଷ୍ଟେସନରେ ଏମିତି ଘଟଣା ଘଟିଛି ଯାହାର ଭିଡିଓ ଏବେ ଇଣ୍ଟରନେଟରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଦେଖିଲେ ଆପଣ ନିଜର ହସକୁ ଅଟକାଇ ପାରିବେ ନାହିଁ। ଏପରି ସଫେଇ କାମ କରାଯାଇଛି ଯାହା ଖୁବ୍ ସହଜ ଓ ସରଳ।ଭାରତୀୟ ରେଳ ବିଭାଗ ଏବେ ଟ୍ରେନକୁ ଧୋଇବା ପାଇଁ ଏକଦମ ନୂଅ ଦେଶୀ ଉପାୟ ବାଛିନେଇଛି। ଯେଉଁଥିରେ ଆଉ ଅଧିକ କଷ୍ଟ କରିବାକୁ ପଡ଼ିବନି।
Indian railways at your service 😂 pic.twitter.com/fEL65NFjHs
— Abhy (@craziestlazy) October 26, 2022
ଯାହା ଏହି ଭିଡ଼ିଓରେ ୟୁଜରମାନେ ଦେଖି ମଜା ନେଉଛନ୍ତି। ଘଟଣାଟି ଏକ ଷ୍ଟେସନରେ ଲୋକାଲ ପ୍ଲାଟପର୍ମ ଦେଇ ଟ୍ରେନ ଯାଉଥିବା ସମୟରେ ପ୍ଲାଟଫର୍ମରେ ପାଣି ଟ୍ୟାବ୍ର ପାଇପ୍ ଭାଙ୍ଗି ସିଧା ଟ୍ରେନ ଉପରେ ଏବଂ ଭିତରେ ବସିଥିବା ଯାତ୍ରୀମାନଙ୍କ ଉପରେ ପଡ଼ୁଛି। ଅଗ୍ନିଶମ ବାହିନୀର ପମ୍ପରୁ ବାହାରୁଥିବା ପାଣି ପରି ଟ୍ରେନକୁ ଏବଂ ତା ସହିତ ଯାତ୍ରୀମାନଙ୍କୁ ପୁରା ଭିଜେଇ ଦେଉଛି। ଏଥିରେ ଯାତ୍ରୀ ମାନଙ୍କୁ ତ ନିଶ୍ଚିତ ଅସୁବିଧା ହେଉଛି କିନ୍ତୁ ଇଣ୍ଟରନେଟ୍ ୟୁଜର ମାନେ ବହୁତ ମଜା ନେଉଛନ୍ତି। ଅନେକ ୟୁଜର ମଜାଳିଆ କମେଣ୍ଟସ ମଧ୍ୟ ଦେଇଛନ୍ତି। ଜଣେ
ୟୁଜର କହିଛନ୍ତି ‘ଯେଉଁମାନେ ଗାଧେିାଇ ନାହାଁନ୍ତି ସେମାନଙ୍କୁ ଗାଧୋଇ ଦିଆଯାଉଛି,ବାଃ ଇଣ୍ଡିଆନ ରେଲେଓ୍ଵ ’। ଆଉ ଜଣେ ଲେଖିଛନ୍ତି ଯେ ‘ୟେ ଟ୍ରେନକୁ ଧୋଇବାର ନୂଆ ଟେକ୍ନିକ୍’। ଅନ୍ୟ ଜଣେ ୟୁଜର ଲେଖିଛନ୍ତି ‘ରେଲେଓ୍ଵର ୟେ ଦେଶୀ ଇନୋଭେସନ’ ଏହି ଭିଡ଼ିଓକୁ @craziestlazy ନାମକ ଆକାଉଣ୍ଟରୁ ସେୟାର ହୋଇଛି ଯାହାକୁ ଲୋକମାନେ ପସନ୍ଦ କରିଛନ୍ତି। ଏହି ଭିଡ଼ିଓକୁ ୧୦ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। କିନ୍ତୁ ବ୍ୟବସ୍ଥା ଅନେକ ଯାତ୍ରୀଙ୍କୁ ହଇରାଣରେ ପକାଇଛି। ସେଥି ପ୍ରତି ଭାରତୀୟ ରେଳ ବିଭାଗ ଧ୍ୟାନ ଦେବା ଦରକାର।