ସ୍ପେଶାଲ

ପୁଅ ଝିଅଙ୍କର ସମାନ ଗୋତ୍ର ଥିଲେ କାହିଁକି ସେଠି ହୁଏନି ବାହାଘର, ଜାଣନ୍ତୁ କାରଣ

ଏବେ ଚାଲିଛି ବିବାହ ସିଜନ୍‌ । ଚାରିଆଡେ ବାହାଘର ରିସେପସନ୍‌ ନଚେତ ନିବର୍ନ୍ଧ । ନିକଟରେ ଆପଣ ବି କାହା ବାହାଘର ଭୋଜି କିମ୍ବା ରିସେପସନରେ ଯାଇଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ବାହାଘର କଥା ଯେତେବେଳେ ଆସେ ସେତେବେଳେ ଗୋତ୍ର କଥା ପ୍ରଥମେ ଆସେ । କୁହାଯାଏ ଯେ ପୁଅ ଏବଂ ଝିଅଙ୍କର ସମାନ ଗୋତ୍ର ଥିଲେ ବାହାଘର ହୁଏନି । ତେଣୁ ବହୁତ କେସରେ ଝିଅ ଅଲଗା ଗୋତ୍ରରେ ଯାଇ ବାହାଘର ହୁଏ । କିନ୍ତୁ କେବେ ଭାବିଛନ୍ତି କି ପୁଅ ଝିଅଙ୍କର ସମାନ ଗୋତ୍ର ଥିଲେ କାହିଁକି ସେମାନଙ୍କ ବାହାଘର କରାଯାଏନି । ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ପଛରେ ଥିବା କାରଣ ସମ୍ପର୍କରେ ।

ସନାତନ ଧର୍ମରେ ଗୋତ୍ରର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଗୋତ୍ର ନିଶ୍ଚୟ ମେଳ କରାଯାଏ । ହିନ୍ଦୁ ଧର୍ମରେ ସମାନ ଗୋତ୍ର ମଧ୍ୟରେ ବିବାହ ନିଷେଧ, କିନ୍ତୁ ଆପଣ ଜାଣନ୍ତି କାହିଁକି ଏହା ଘଟେ? କାହିଁକି ସମାନ ଗୋତ୍ରରେ ବିବାହ କରାଯାଏନାହିଁ।

ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ଼ ମହତ୍ତ୍ବ ରହିଛି। ସେଭଳି ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ଦେବା ଖୁବ୍ ଜରୁରୀ ବୋଲି ମନେକରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେ‌ବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ। ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅଙ୍କର ହୋଇଯାଇଥାନ୍ତି ତେବେ ବିବାହ ହୋଇନଥାଏ।

ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କାହିଁକି ଆମ ସମାଜରେ ଗୋଟିଏ ଗୋତ୍ରାରେ ବିବାହ କରିବାକୁ ଦିଆଯାଇନଥାଏ? ଏହା ପଛର କାରଣ କଣ…ହିନ୍ଦୁ ଧର୍ମରେ ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅ ହୋଇଥାନ୍ତି ତାଙ୍କର ବିବାହ କରାଯାଏ ନାହଁ। କାରଣ ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି ମନେକରାଯାଏ, ତେଣୁ ସେମାନେ ସ୍ବାମୀ-ସ୍ତ୍ରୀ ହୋଇପାରିବେ ନାହିଁ।

ସେଭଳି ଗୋଟିଏ ଗୋତ୍ରରେ ବିବାହ ନକରିବାର ଆଉ ଏକ କାରଣ ରହିଛି। ତାହା ହେଲା ସନ୍ତାନ ଜନ୍ମ ହେବା ବେଳେ ବିଭିନ୍ନ ପ୍ରକାର ବିକୃତି ଆସିଥାଏ। ତେଣୁ ଗୋଟିଏ ଗୋତ୍ରରେ ବିବାହ ସମ୍ଭବ ନୁହେଁ। ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ତେବେ ଜଣେ ନୁହେଁ ବଂର ୩ଟି ଗୋତ୍ରକୁ ଛାଡ଼ିକି ବିବାହ କରାଯାଏ। ମା-ବାପା ଓ ଆଈର ଗୋତ୍ରକୁ ଛାଡ଼ିବା ପରେ ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ। ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ନୁହେଁ।

ସେଭଳି ମାନ୍ୟତା ରହିଛି ଯେ, କୌଣସି ନିକଟତମ ସମ୍ପର୍କୀୟଙ୍କୁ ବିବାହ କରିବା ଫଳରେ ପିଲା ଭିତରେ ଯେଉଁ ଜିନ୍ ହୁଏ ସେଥିରେ କିଛି ଦୋଷ ରହିଯାଏ। ଯାହାଫଳରେ ପିଲାମାନଙ୍କର ବିକାଶ ଠିକ୍ ଭାବରେ ହୋଇପାରିନଥାଏ।

ବୈଜ୍ଞାନିକମାନଙ୍କ ବିଶ୍ୱାସ ଅନୁଯାୟୀ, ଜେନେଟିକ୍ ସୁସଙ୍ଗତତା ଏବଂ ହାଇବ୍ରିଡ୍ ଡିଏନ୍ଏ ହେତୁ ଗୋତ୍ର ସମାନର ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେତୁ ପିଲାମାନଙ୍କଠାରେ ଅନେକ ପ୍ରକାରର ସମସ୍ୟା ଉପୁଜେ। ସମାନ ଗୋତ୍ରରେ ବିବାହ ପରେ, ସେହି ଗୋତ୍ରର ତ୍ରୁଟି, ରୋଗ ଏବଂ ଶାରୀରିକ ସମସ୍ୟା ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତରିତ ହୁଏ।

 

 

Pritiparna

Recent Posts

ହିଟୱେଭ ନେଇ ୮ ଜିଲ୍ଲାର ଜିଲ୍ଲାପାଳଙ୍କୁ ଏସଆରସିଙ୍କ ଚିଠି

ଭୁବନେଶ୍ୱର(କେନ୍ୟୁଜ୍‌): ପଶ୍ଚିମ ଓଡ଼ିଶା ସମେତ ଏକାଧିକ ସ୍ଥାନରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ଏସଆରସିଙ୍କ ପକ୍ଷରୁ ଆଡଭାଇଜରୀ ଜାରି ହୋଇଛି…

3 mins ago

ଅନାଥ ଝିଅ ସସ୍ମିତାଙ୍କ ହାତ ଧରିବାକୁ ଛତିଶଗଡରୁ ଧାଇଁ ଆସିଛନ୍ତି ମୋହନଲାଲ

ସୁନ୍ଦରଗଡ (କେନ୍ୟୁଜ) : ସଜେଇ ହୋଇ ବେଦୀରେ ବସିଛି କନ୍ୟା । ପାଖରେ ବସିଛି ବର । ବ୍ରାହ୍ମଣଙ୍କ ମନ୍ତ୍ର…

9 mins ago

ହ୍ରିତିକ ରୋଶନଙ୍କ ଆପାର୍ଟମେଣ୍ଟରେ ଭଡାରେ ରହିବେ କି ବରୁଣ ! ହେବେ ଅକ୍ଷୟ କୁମାରଙ୍କ ପଡୋଶୀ

ବଲିଉଡ ଅଭିନେତା ବରୁଣ ଧୱନ ଆଜିକାଲି ପ୍ରଫେସନାଲ ଏବଂ ପର୍ସନାଲ ଲାଇଫ୍‌କୁ ନେଇ ଚର୍ଚ୍ଚାରେ ଅଛନ୍ତି । ତେବେ ନିକଟରେ…

19 mins ago

ଗାନ୍ଧି ପରିବାରକୁ ଭେଟିଲେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା; ସୋନିଆ ଗାନ୍ଧିଙ୍କୁ କଲେ ଆଲିଙ୍ଗନ, ରାହୁଲ-ପ୍ରିୟଙ୍କାଙ୍କୁ ହାଲ୍‌ଚାଲ ପଚାରିଲେ

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧି ସୋମବାର ନୂଆଦିଲ୍ଲୀରେ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କୁ ଭେଟିଛନ୍ତି । ଏହି…

22 mins ago

କୋରରେ ପ୍ରଦର୍ଶିତ ହେବ ଚଳଚ୍ଚିତ୍ର ‘ଦି ସି ଆଣ୍ଡ ସେଭେନ ଭିଲେଜସ’

ଭୁବନେଶ୍ୱର : ମୁମ୍ବାଇ ଫିଲ୍ମ ଫେଷ୍ଟିଭାଲ ୨୦୨୪ (ମିଫ୍ ) ପାଇଁ ମନୋନୀତ ହୋଇଛି ବିଶିଷ୍ଟ ଓଡ଼ିଆ ଚଳଚ୍ଚିତ୍ର ନିର୍ଦ୍ଦେଶକ…

28 mins ago

ରାଷ୍ଟ୍ରପତି ଭବନରେ ଶପଥ ଗ୍ରହଣ ଉତ୍ସବରେ ବୁଲୁଥିଲା ଜନ୍ତୁ, କିଏ କହୁଛି ବାଘ ତ କିଏ କହୁଛି ବିଲେଇ ?

ରାଷ୍ଟ୍ରପତି ଭବନରେ ନରେନ୍ଦ୍ର ମୋଦି କ୍ରମାଗତ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତାଙ୍କ ସହ…

31 mins ago