ପୁଅ ଝିଅଙ୍କର ସମାନ ଗୋତ୍ର ଥିଲେ କାହିଁକି ସେଠି ହୁଏନି ବାହାଘର, ଜାଣନ୍ତୁ କାରଣ
ସମାନ ଗୋତ୍ରରେ ବିବାହ କାହିଁକି କରାଯାଏନି?

ଏବେ ଚାଲିଛି ବିବାହ ସିଜନ୍ । ଚାରିଆଡେ ବାହାଘର ରିସେପସନ୍ ନଚେତ ନିବର୍ନ୍ଧ । ନିକଟରେ ଆପଣ ବି କାହା ବାହାଘର ଭୋଜି କିମ୍ବା ରିସେପସନରେ ଯାଇଥିବେ । କିନ୍ତୁ ଆପଣ ଜାଣିଛନ୍ତି କି ବାହାଘର କଥା ଯେତେବେଳେ ଆସେ ସେତେବେଳେ ଗୋତ୍ର କଥା ପ୍ରଥମେ ଆସେ । କୁହାଯାଏ ଯେ ପୁଅ ଏବଂ ଝିଅଙ୍କର ସମାନ ଗୋତ୍ର ଥିଲେ ବାହାଘର ହୁଏନି । ତେଣୁ ବହୁତ କେସରେ ଝିଅ ଅଲଗା ଗୋତ୍ରରେ ଯାଇ ବାହାଘର ହୁଏ । କିନ୍ତୁ କେବେ ଭାବିଛନ୍ତି କି ପୁଅ ଝିଅଙ୍କର ସମାନ ଗୋତ୍ର ଥିଲେ କାହିଁକି ସେମାନଙ୍କ ବାହାଘର କରାଯାଏନି । ଯଦି ଜାଣିନାହାଁନ୍ତି ତାହେଲେ ଆଜି ଆମେ ଆପଣଙ୍କୁ ଜଣାଇବୁ ଏହା ପଛରେ ଥିବା କାରଣ ସମ୍ପର୍କରେ ।
ସନାତନ ଧର୍ମରେ ଗୋତ୍ରର ବହୁତ ମହତ୍ତ୍ୱ ରହିଛି । ହିନ୍ଦୁ ଧର୍ମରେ ବିବାହ ପୂର୍ବରୁ ଗୋତ୍ର ନିଶ୍ଚୟ ମେଳ କରାଯାଏ । ହିନ୍ଦୁ ଧର୍ମରେ ସମାନ ଗୋତ୍ର ମଧ୍ୟରେ ବିବାହ ନିଷେଧ, କିନ୍ତୁ ଆପଣ ଜାଣନ୍ତି କାହିଁକି ଏହା ଘଟେ? କାହିଁକି ସମାନ ଗୋତ୍ରରେ ବିବାହ କରାଯାଏନାହିଁ।
ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ଼ ମହତ୍ତ୍ବ ରହିଛି। ସେଭଳି ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ଦେବା ଖୁବ୍ ଜରୁରୀ ବୋଲି ମନେକରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ। ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅଙ୍କର ହୋଇଯାଇଥାନ୍ତି ତେବେ ବିବାହ ହୋଇନଥାଏ।
ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କାହିଁକି ଆମ ସମାଜରେ ଗୋଟିଏ ଗୋତ୍ରାରେ ବିବାହ କରିବାକୁ ଦିଆଯାଇନଥାଏ? ଏହା ପଛର କାରଣ କଣ…ହିନ୍ଦୁ ଧର୍ମରେ ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅ ହୋଇଥାନ୍ତି ତାଙ୍କର ବିବାହ କରାଯାଏ ନାହଁ। କାରଣ ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି ମନେକରାଯାଏ, ତେଣୁ ସେମାନେ ସ୍ବାମୀ-ସ୍ତ୍ରୀ ହୋଇପାରିବେ ନାହିଁ।
ସେଭଳି ଗୋଟିଏ ଗୋତ୍ରରେ ବିବାହ ନକରିବାର ଆଉ ଏକ କାରଣ ରହିଛି। ତାହା ହେଲା ସନ୍ତାନ ଜନ୍ମ ହେବା ବେଳେ ବିଭିନ୍ନ ପ୍ରକାର ବିକୃତି ଆସିଥାଏ। ତେଣୁ ଗୋଟିଏ ଗୋତ୍ରରେ ବିବାହ ସମ୍ଭବ ନୁହେଁ। ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ତେବେ ଜଣେ ନୁହେଁ ବଂର ୩ଟି ଗୋତ୍ରକୁ ଛାଡ଼ିକି ବିବାହ କରାଯାଏ। ମା-ବାପା ଓ ଆଈର ଗୋତ୍ରକୁ ଛାଡ଼ିବା ପରେ ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ। ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ନୁହେଁ।
ସେଭଳି ମାନ୍ୟତା ରହିଛି ଯେ, କୌଣସି ନିକଟତମ ସମ୍ପର୍କୀୟଙ୍କୁ ବିବାହ କରିବା ଫଳରେ ପିଲା ଭିତରେ ଯେଉଁ ଜିନ୍ ହୁଏ ସେଥିରେ କିଛି ଦୋଷ ରହିଯାଏ। ଯାହାଫଳରେ ପିଲାମାନଙ୍କର ବିକାଶ ଠିକ୍ ଭାବରେ ହୋଇପାରିନଥାଏ।
ବୈଜ୍ଞାନିକମାନଙ୍କ ବିଶ୍ୱାସ ଅନୁଯାୟୀ, ଜେନେଟିକ୍ ସୁସଙ୍ଗତତା ଏବଂ ହାଇବ୍ରିଡ୍ ଡିଏନ୍ଏ ହେତୁ ଗୋତ୍ର ସମାନର ସମ୍ପର୍କୀୟଙ୍କ ମଧ୍ୟରେ ବିବାହ ହେତୁ ପିଲାମାନଙ୍କଠାରେ ଅନେକ ପ୍ରକାରର ସମସ୍ୟା ଉପୁଜେ। ସମାନ ଗୋତ୍ରରେ ବିବାହ ପରେ, ସେହି ଗୋତ୍ରର ତ୍ରୁଟି, ରୋଗ ଏବଂ ଶାରୀରିକ ସମସ୍ୟା ପରବର୍ତ୍ତୀ ପିଢ଼ିକୁ ସ୍ଥାନାନ୍ତରିତ ହୁଏ।