ପୁରୁଣା ଫିଲ୍ମ ରି-ରିଲିଜ କରିବା ହଲ୍ ମାଲିକଙ୍କୁ ପଡିଲା ମହଙ୍ଗା, ନିଆଁ ଲଗାଇଦେଲେ ଫ୍ୟାନ୍ସ
ଅଭିନେତା ପୱନ୍ କଲ୍ୟାଣଙ୍କ ଏକ ପୁରୁଣା ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ ସିନେମା ହଲରେ ପୁଣିଥରେ ରିଲିଜ୍ କରାଯାଇଥିଲା । ନିଜ ପ୍ରିୟ ସୁପରଷ୍ଟାରଙ୍କ ଫିଲ୍ମକୁ ଆଉଥରେ ହଲରେ ଦେଖି ଫ୍ୟାନ୍ସ ଏଭଳି ହଙ୍ଗାମା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।

ସାଉଥ ସୁପରଷ୍ଟାର ପଓ୍ଵନ କଲ୍ୟାଣଙ୍କ ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ କୁ ଆଉ ଥରେ ଫିଲ୍ମରେ ରିଲିଜ କରିବା ହଲ୍ ମାଲିକକୁ ମହଙ୍ଗା ପଡିଛି । ଫିଲ୍ମର ଏମିତି କ୍ରେଜ ଥିଲା ଯେ ଫ୍ୟାନ୍ସ ସିନେମା ହଲ୍ରେ ନିଆଁ ଲଗାଇଦେଲେ । କ୍ରେଜ୍ ଏତେ କି ହଲ୍ ଭିତରେ ହିଁ ନିଆଁ ଲଗାଇ ଡେଇଁଲେ । ଏଭଳି କିଛି ଘଟଣା ଆନ୍ଧ୍ରପ୍ରଦେଶ ନନ୍ଦୟାଲରେ ଘଟିଛି । ନିଜ ପ୍ରିୟ ସୁପରଷ୍ଟାରଙ୍କ ଫିଲ୍ମକୁ ଆଉଥରେ ହଲରେ ଦେଖି ଫ୍ୟାନ୍ସ ଏଭଳି ହଙ୍ଗାମା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
ଖବର ମୁତାବକ, ଅଭିନେତା ପୱନ୍ କଲ୍ୟାଣଙ୍କ ଏକ ପୁରୁଣା ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ ସିନେମା ହଲରେ ପୁଣିଥରେ ରିଲିଜ୍ କରାଯାଇଥିଲା । ଆନ୍ଧ୍ରପ୍ରଦେଶ ନନ୍ଦୟାଲରେ ଏକ ହଲରେ ଆକ୍ସନ୍ ସିନରେ ଫ୍ୟାନ୍ ଏତେ ମଜି ଯାଇଥିଲେ କି ସାଙ୍ଗରେ ଆଣିଥିବା କାଗଜ ଟୁକୁଡ଼ାକୁ ନିଆଁ ଲଗାଇ ଫୋପାଡ଼ିବାକୁ ଲାଗିଥିଲେ । କାଗଜରେ ନିଆଁ ଲଗାଇ ତା’ ଉପରେ ନାଚିଥିଲେ ଫ୍ୟାନ୍ସ । କେହି କିଛି ବୁଝିବା ପୂର୍ବରୁ ନିଆଁ ଚାରିଆଡେ ବ୍ୟାପି ଯାଇଥିଲା । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି ।
#WATCH | Andhra Pradesh: During the re-release of Pawan Kalyan’s movie ‘Cameraman Ganga to Rambabu’, fans lit scraps of papers inside a theatre in Nandyala, earlier today pic.twitter.com/aKjbAv0zri
— ANI (@ANI) February 8, 2024
ପଓ୍ଵନ କଲ୍ୟାଣଙ୍କ ଫ୍ୟାନ୍ସ ସବୁବେଳେ ହଲ୍ରେ ଏମିତି କାରନାମା କରିଥାନ୍ତି । ୨୦୨୧ରେ ଫିଲ୍ମ ବୈଷୟିକ ତ୍ରୁଟି ଯୋଗୁଁ ଥିଏଟରର ଚାଲିନଥିଲା । ଫଳରେ କିଛି ଫ୍ୟାନ୍ସ ଜୋଗୁଲାମ୍ବା ଗଡଓ୍ଵାଲ ହଲରେ ଭଙ୍ଗାରୁଜା କରିଥିଲେ ।
ଫିଲ୍ମ ‘କ୍ୟାମେରାମ୍ୟାନ୍ ଗଙ୍ଗାଥୋ ରାମବାବୁ’ ଫିଲ୍ମ ଏକ ପଲିଟିକାଲ-ଆକ୍ସନ ଫିଲ୍ମ । ଏଥିରେ ପଓ୍ଵନ କଲ୍ୟାଣ ରାମବାବୁ ଭୂମିକାରେ ନଜର ଆସିଥିଲେ । ସେ ଜଣେ ବୈଦ୍ୟୁତିକ ଗଣମାଧ୍ୟମ ପ୍ରତିନିଧି ଭାବେ ନଜର ଆସିଥିଲେ । ଏହି ଫିଲ୍ମରେ ପ୍ରକାଶ ରାଜ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ରହିଥିଲେ ।