Categories: ସ୍ପେଶାଲ

ବିଶ୍ୱର ସର୍ବବୃହତ୍‌ ଭାସମାନ କ୍ରିସମାସ୍‌ ଟ୍ରି, ଲାଗିଛି ୯ଲକ୍ଷରୁ ଊର୍ଦ୍ଧ୍ୱ ଏଲ୍‌ଇଡି ବଲ୍‌ବ

ବ୍ରାଜିଲର ରିୟୋ ଡି ଜେନେରୋରେ ପାରମ୍ପରିକ ଢଙ୍ଗରେ ସଜାଯାଇଥିବା କ୍ରିସ୍‌ମାସ୍‌ ଟ୍ରି ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଏହି ଟ୍ରିକୁ ଦୁନିଆର ସବୁଠାରୁ ବଡ଼ କ୍ରିସ୍‌ମାସ୍‌ ଟ୍ରି କୁହାଯାଉଛି। ଟ୍ରିକୁ ଲାଇଟ୍‌ ଓ ମ୍ୟୁଜିକ୍‌ରେ ସଜାଯାଇଛି। ଏହି ଟ୍ରିର ଉଦ୍‌ଘାଟନ ଅବସରରେ ଏକ ବିରାଟ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଠାକାର ଲୋକେ ଡିସେମ୍ବର ମାସକୁ ପର୍ବପର୍ବାଣୀର ଆରମ୍ଭର ସଙ୍କେତ କହିଥାନ୍ତି।

ରିପୋର୍ଟ ମୁତାବକ, ୨୩୦ ଫୁଟ ଉଚ୍ଚ ଏହି କ୍ରିସ୍‌ମାସ୍‌ ଟ୍ରିକୁ ଏକ ଶକ୍ତିଶାଳୀ ଧାତୁରେ ନିର୍ମାଣ କରାଯାଇଛି। ଶନିବାର ରୋଡ୍ରିଗୋ ଡି ଫ୍ରିଟାସ୍‌ ଲାଗୁନ୍‌ ଉପରେ ଏହି ଟ୍ରିକୁ ରଙ୍ଗବେରଙ୍ଗର ଆଲୋକମାଳାରେ ସଜ୍ଜିତ କରାଇ ଆଲୋକିତ କରାଯାଇଥିଲା। ଏହା ସ୍ଥାନକୁ ରିୟୋ ଡି ଜେନେରୋର ସବୁଠାରୁ ଲୋକପ୍ରିୟ ସ୍ଥାନ ଭାବେ ବିବେଚନା କରାଯାଏ।

ଟ୍ରିର ଉଦ୍‌ଘାଟନୀ ଅବସରରେ ଆଲୋକମାଳା, ମ୍ୟୁଜିକାଲ ଶୋ ଓ ଆତସବାଜି ପ୍ରାୟ ୭ ମିନିଟ୍‌ ଧରି ଚାଲିଥିଲା। ଏ ଅବସରରେ ଲକ୍ଷ ଲକ୍ଷ ଲୋକ ଉପସ୍ଥିତ ହୋଇ ଶୋ’ର ମଜା ଉଠାଇଥିଲେ।

Video Courtesy: On Demand News

ପ୍ରାୟ ୨୪ ତାଲା ବିଲ୍ଡିଂ ଉଚ୍ଚ ଏହି କ୍ରିସ୍‌ମାସ୍‌ ଟ୍ରି ପାଣିରେ ଭାସୁଥିବା ୧୧ ପ୍ଲାଟଫର୍ମ ଉପରେ ରଖାଯାଇଛି। ଏହାକୁ ସଜାଇବାକୁ ପାଇଁ ୯ ଲକ୍ଷରୁ ଊର୍ଦ୍ଧ୍ୱ ଏଲ୍‌ଇଡି ବଲ୍‌ବ ବ୍ୟବହାର କରାଯାଇଛି। ୧୯୯୬ ମସିହାରୁ ଏହି ଉତ୍ସବ ପାଳିତ ହୋଇ ଆସୁଛି।

WCW 11

Recent Posts

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

39 mins ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

40 mins ago

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

47 mins ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

1 hour ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

2 hours ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

2 hours ago