କ୍ରୀଡା

୧୯୮୭ ମସିହାର ଓ୍ଵାସିମ୍‌ ଆକ୍ରମଙ୍କ ଅଣ୍ଡରୱେୟାର ପିନ୍ଧା ଫଟୋ ଭାଇରାଲ, ଫଟୋ ଦେଖି ପତ୍ନୀ କହିଲେ, ‘ଏହା କ’ଣ ନର୍ମାଲ?’

ପାକିସ୍ତାନ କ୍ରିକେଟ ଟିମ୍‌ର ପୂର୍ବତନ କ୍ୟାପଟେନ ଓ୍ଵାସିମ୍‌ ଆକ୍ରମଙ୍କ ଏକ ଫଟୋ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି। ଏହି ଫଟୋ ୧୯୮୭ ମସିହାର, ଯେତେବେଳେ ପାକିସ୍ତାନ ଟିମ୍‌ ଭାରତ ଗସ୍ତରେ ଆସିଥିଲା। ଫଟୋରେ ଆକ୍ରମ ହୋଲି ପାଳିଥିବାର ଦେଖାଯାଉଛନ୍ତି। ଏହି ଫଟୋକୁ ସ୍ପୋର୍ଟସ୍‌ ପ୍ରେଜେଣ୍ଟର ଗୌତମ ଭିମାନୀ ନିଜ ଟ୍ଵିଟର ହ୍ୟାଣ୍ଡେଲରେ ଶେୟାର କରିଛନ୍ତି।

ଗୌତମ ଲେଖିଛନ୍ତି, ‘ମୋ ପସନ୍ଦର କ୍ରିକେଟିଂ ହୋଲିର ସ୍ମୃତି। ଭାରତ ଓ ପାକିସ୍ତାନ ଟିମ ପୁଲ୍‌ରେ ହୋଲି ଖେଳିଥିଲା’। ଏହି ଫଟୋକୁ ଲୋକେ ମଧ୍ୟ ଖୁବ୍‌ ପସନ୍ଦ କରିଛନ୍ତି। କିନ୍ତୁ ଆକ୍ରମଙ୍କ ପତ୍ନୀ ଶନାୟରା ନିଜ ସ୍ୱାମୀଙ୍କୁ ହିଁ ଟ୍ରୋଲ କରିଛନ୍ତି। ଗୌତମ ଭିମାନୀଙ୍କ ସହିତ ଛିଡ଼ା ହୋଇଥିବା ଓ୍ଵାସିମ୍‌ ଆକ୍ରମ କେବଳ ଅଣ୍ଡରେଓ୍ଵୟାର ପିନ୍ଧିଥିବାର ନଜର ଆସୁଛନ୍ତି। ତାଙ୍କ ମୁହଁରେ ରଙ୍ଗ ଲାଗିଥିବା ଦେଖାଯାଉଛି।

ଓ୍ଵାସିମ୍‌ ଫଟୋକୁ ରିଟ୍ଵିଟ୍‌ କରି ‘ହାପି ହୋଲି’ ବୋଲି ଲେଖିଛନ୍ତି। ସେହିପରି ପତ୍ନୀ ଶନାୟରା ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ଆଜି ମୁଁ ଯେତେବେଳେ ଟ୍ଵିଟର ଖୋଲିଲି, ତ ମୁଁ ମୋ ସ୍ୱାମୀଙ୍କ ଅଣ୍ଡରେଓ୍ଵୟାର ପିନ୍ଧା ଏକ ଫଟୋ ଦେଖିଲି। କ’ଣ ଏହା ନର୍ମାଲ?’ ଏହା ଉପରେ ଉତ୍ତର ରଖି ଓ୍ଵାସିମ୍‌ ଲେଖିଛନ୍ତି, ‘ଏହା ନର୍ମାଲ। ଆପଣ ଜାଣିବା ପାଇଁ କହୁଛି କି, ଏହା ଶର୍ଟସ୍‌ ଥିଲା। ଅଣ୍ଡରେଓ୍ଵୟାର ନୁହେଁ’।

Roshni

Recent Posts

ବିରାଟଙ୍କ ଟିମ୍‌ ହାରିଯିବା ପରେ ଦୁଃଖରେ ଭାଙ୍ଗିପଡିଲେ ଅନୁଷ୍କା ଶର୍ମା, ଲୋକ କହିଲେ ‘ସବୁବେଳେ ସପୋର୍ଟ କରନ୍ତି’

ବିରାଟ କୋହଲିଙ୍କୁ ସପୋର୍ଟ କରିବା ପାଇଁ ଅନୁଷ୍କା ଶର୍ମା ସବୁବେଳେ ମ୍ୟାଚ ଦେଖିବାକୁ ପହଞ୍ଚିଯାଆନ୍ତି । ଖାସ୍‌ କରି ଆଇପିଏଲ…

19 seconds ago

ବେଙ୍ଗାଲୁରୁର ୩ ବଡ଼ ହୋଟେଲକୁ ବୋମା ଧମକ, ପରିସରରେ ଚାଲିଛି ଛାନ୍‌ଭିନ୍‌

କେବଳ ଦିଲ୍ଲୀ ନୁହେଁ, କର୍ଣ୍ଣାଟକର ବେଙ୍ଗାଲୁରୁରେ ମଧ୍ୟ ବିଳାସମୟ ହୋଟେଲଗୁଡ଼ିକୁ ମିଳିଛି ବୋମା ଧମକ । ଇମେଲ୍‌ ଜରିଆରେ ବୋମା…

13 mins ago

ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଘନୀଭୂତ ହେଉଛି ଲଘୁଚାପ

ଭୁବନେଶ୍ୱର (କେନ୍ୟୁଜ): ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ବଙ୍ଗୋପସାଗରରେ ଏବେ ଘନୀଭୂତ ହେଉଛି ଲଘୁଚାପ। ଏହା ଉତ୍ତର ପୂର୍ବ ଦିଗରେ…

14 mins ago

ଚୀନରେ ଭୟଙ୍କର ବିସ୍ଫୋରଣରେ ଉଡିଲା ବିଲିଡିଂ; ଜଣେ ମୃତ, ୩ ଆହତ

ଚୀନର ଏକ ବିଲିଡିଂରେ ଭୟଙ୍କର ବିସ୍ଫୋରଣ । ବିସ୍ଫୋରଣ ଯୋଗୁଁ ବିଲିଡିଂ ସଂପୂର୍ଣ୍ଣ ନଷ୍ଟ ହୋଇଛି । ଏଥିଯୋଗୁଁ ଜଣେ…

26 mins ago

କିଙ୍ଗ ଖାନ୍‌ଙ୍କ ସ୍ୱାସ୍ଥ୍ୟରେ ସୁଧାର, ଆଜି ମିଳିପାରେ ଡିସଚାର୍ଜ

ସୁପରଷ୍ଟାର ଶାହାରୁଖ ଖାନ ବର୍ତ୍ତମାନ ଅହମ୍ମଦାବାଦର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ପ୍ରଶଂସକମାନେ ତାଙ୍କ ସ୍ୱାସ୍ଥ୍ୟ କିପରି ଅଛି…

33 mins ago

ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ, ଝର କୂଅ ଭରସାରେ ଲୋକେ

ଗ୍ରୀଷ୍ମ ପ୍ରକୋପରେ ଶୁଖିଗଲା ଜଳସ୍ରୋତ । ଏବେ ପାଣି ପାଇଁ ହନ୍ତସନ୍ତ ଗ୍ରାମବାସୀ । ମାର୍ଚ୍ଚ ଠାରୁ ଏହି ସମସ୍ୟା…

40 mins ago