Categories: କ୍ରୀଡା

ଏସିଆ କପ୍‌ ଟାଇଟଲ୍‌ ହାତେଇଲା ଭାରତ,ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ

ଦୁବାଇ(କେନ୍ଯୁଜ୍) : ଏସିଆର କିଙ୍ଗ୍‌ ଟିମ୍‌ ଇଣ୍ଡିଆ । ଏସିଆ କପ୍‌ ଫାଇନାଲ୍‌ ମୁକାବିଲେରେ ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ । ବାଲାଂଦେଶକୁ ୩ ଓ୍ଵିକେଟରେ ହରାଇ ସପ୍ତମ ଥର ଏସିଆ କପ୍‌ ଟାଇଟଲ୍‌ ହାତେଇଛି ଭାରତ । ଗତକାଲି ଫାଇନାଲ୍‌ ମ୍ୟାଚ୍‌ ବେଶ ଉତ୍କଣ୍ଠାପୂର୍ଣ୍ଣ ଓ ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ କରି ବାଲାଂଦେଶ ୨୨୨ ରନ୍‌ କରିଥିଲା । ୨୨୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଭାରତ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ତେବେ ଭାଗିଦାରୀ ନହେବାରୁ ଶେଷ ପର‌୍ୟ୍ୟନ୍ତ ସଂଘର୍ଷ କରିଥିଲା ଦଳ । ଶେଷ ଓଭରରେ ୬ ରନ୍‌ ଦରକାର ଥିବା ବେଳେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଭାରତ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଦୀନେଶ କାର୍ତ୍ତିକ ୩୭, ଧୋନି ୩୬, କେଦାର ଯାଦବ ଅପରାଜିତ ୨୭ ରନ୍‌ କରିଥିଲେ ।

ବେକାର ଯାଇଥିଲା ବାଲାଂଦେଶ ଓପନର୍‌ ଲିଟନ୍‌ ଦାସଙ୍କ ୧୨୧ ରନ୍‌ର ଶତକୀୟ ଇନିଂସ । ଏହି ବିଜୟ ସହ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ସପ୍ତମ ଥର ଟାଇଟଲ୍‌ ଜିତିଛି । ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦/୧୯୯୧, ୧୯୯୫, ୨୦୧୦ ଓ ୨୦୧୬ରେ ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ସେପଟେ ତୃତୀୟ ଥର ପାଇଁ ଏସିଆ କପ୍‌ ଫାଇନାଲ୍‌କୁ ଯାଇଥିଲେ ବି ବାଲାଂଦେଶ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି ।

KNews Bureau

Recent Posts

ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର, ମେଡିକାଲରେ ଭର୍ତ୍ତି

କେନ୍ୟୁଜ (ବ୍ୟୁରୋ) : ଭୁବନେଶ୍ୱର ଡ୍ରେନରେ ଭାସିଯାଇଥିବା ଶିଶୁ ଉଦ୍ଧାର । ଆଜି ୟୁନିଟ ୩ ମସଜିଦ କଲୋନୀ ନିକଟରେ…

51 seconds ago

ଶୁଣିବା ଶକ୍ତି ହରାଇଲେ ପ୍ରସିଦ୍ଧ ବଲିଉଡ୍ ଗାୟିକା ଅଲକା ୟାଗନିକ୍, ପୋଷ୍ଟରେ କହିଲେ…

ଅଲକା ୟାଗନିକ୍ ଜଣେ ପ୍ରସିଦ୍ଧ ବଲିଉଡ୍ ଗାୟିକା । ସଙ୍ଗୀତ ଦୁନିଆରେ ତାଙ୍କୁ କିଏ ବା ନ ଜାଣେ ।…

36 mins ago

ସିକ୍କିମ୍‌ରେ ବର୍ଷା ଓ ଭୂସ୍ଖଳନ ଯୋଗୁ ସ୍ଥିତି ସାଂଘାତିକ, ୨,୦୦୦ ପର୍ଯ୍ୟଟକଙ୍କୁ ଏୟାରଲିଫ୍ଟ କରିବାକୁ ଚାଲିଛି ପ୍ରସ୍ତୁତି

ସିକ୍କିମ୍‌ରେ ବର୍ତ୍ତମାନ ସ୍ଥିତି ସାଂଘାତିକ । ଏଠାରେ କ୍ରମାଗତ ବର୍ଷା ଏବଂ ଭୂସ୍ଖଳନ ଯୋଗୁ ପରିସ୍ଥିତି ଜଟିଳ ହୋଇପଡ଼ିଛି ।…

48 mins ago

ଜୀବନର ଶେଷ ରିଲ୍‌…୩୦୦ ଫୁଟ୍‌ ଗଭୀର ଖାଇକୁ ଖସିଲା କାର୍‌, ଯୁବତୀ ମୃତ

ସୋସିଆଲ ମିଡିଆରେ ରିଲ୍ସ କରିବାକୁ ନେଇ ଲୋକଙ୍କ ମଧ୍ୟରେ ଏତେ ଉତ୍ସାହ ରହୁଛି ଯେ ନିୟମ ସୁଦ୍ଧା ମାନିବାକୁ ସେମାନେ ପ୍ରସ୍ତୁତ…

1 hour ago

ରିଳିଜ୍‌ ହେଲା ଫିଲ୍ମ ‘ସରଫିରା’ର ଟ୍ରେଲର, ଦମ୍‌ଦାର ଲୁକ୍‌ରେ ନଜର ଆସିଲେ ଅକ୍ଷୟ କୁମାର

ବଲିଉଡ ଷ୍ଟାର ଅକ୍ଷୟ କୁମାରଙ୍କ ନୂଆ ଫିଲ୍ମ 'ସରଫିରା'ଟ୍ରେଲର ରିଲିଜ୍‌ ହୋଇଛି । ଖିଲାଡୀ କୁମାରଙ୍କ ଅପ୍‌କମିଂ ଫିଲ୍ମ ସରଫିରା…

1 hour ago

ଇକ୍ୱାଡୋରରେ ପ୍ରବଳ ବର୍ଷା ସାଙ୍ଗକୁ ଭୂସ୍ଖଳନ; ୮ ମୃତ, ୧୧ ନିଖୋଜ

ଇକ୍ୱାଡୋରରେ ବର୍ଷା ରଚିଛି ତାଣ୍ଡବ । ପ୍ରବଳ ବର୍ଷା ଯୋଗୁଁ ଲୋକଙ୍କୁ ଅନେକ ସମସ୍ୟା ସାମ୍ନା କରିଛନ୍ତି । ମଧ୍ୟ…

2 hours ago