ଏସିଆ କପ୍‌ ଟାଇଟଲ୍‌ ହାତେଇଲା ଭାରତ,ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ

ଦୁବାଇ(କେନ୍ଯୁଜ୍) : ଏସିଆର କିଙ୍ଗ୍‌ ଟିମ୍‌ ଇଣ୍ଡିଆ । ଏସିଆ କପ୍‌ ଫାଇନାଲ୍‌ ମୁକାବିଲେରେ ଶେଷ ବଲ୍‌ରେ ରୋମାଞ୍ଚକର ବିଜୟ । ବାଲାଂଦେଶକୁ ୩ ଓ୍ଵିକେଟରେ ହରାଇ ସପ୍ତମ ଥର ଏସିଆ କପ୍‌ ଟାଇଟଲ୍‌ ହାତେଇଛି ଭାରତ । ଗତକାଲି ଫାଇନାଲ୍‌ ମ୍ୟାଚ୍‌ ବେଶ ଉତ୍କଣ୍ଠାପୂର୍ଣ୍ଣ ଓ ରୋମାଞ୍ଚକର ଥିଲା । ପ୍ରଥମେ ବ୍ୟାଟିଂ କରି ବାଲାଂଦେଶ ୨୨୨ ରନ୍‌ କରିଥିଲା । ୨୨୩ ରନ୍‌ର ଛୋଟିଆ ବିଜୟ ଲକ୍ଷ୍ୟର ପିଛା କରି ଭାରତ ପ୍ରଥମରୁ ଭଲ ଆରମ୍ଭ କରିଥିଲା । ତେବେ ଭାଗିଦାରୀ ନହେବାରୁ ଶେଷ ପର‌୍ୟ୍ୟନ୍ତ ସଂଘର୍ଷ କରିଥିଲା ଦଳ । ଶେଷ ଓଭରରେ ୬ ରନ୍‌ ଦରକାର ଥିବା ବେଳେ ଶେଷ ବଲ୍‌ରେ ବିଜୟୀ ହୋଇଥିଲା ଭାରତ । ଦଳ ପକ୍ଷରୁ ଅଧିନାୟକ ରୋହିତ ଶର୍ମା ସର୍ବାଧିକ ୪୮ ରନ୍‌ କରିଥିବା ବେଳେ ଦୀନେଶ କାର୍ତ୍ତିକ ୩୭, ଧୋନି ୩୬, କେଦାର ଯାଦବ ଅପରାଜିତ ୨୭ ରନ୍‌ କରିଥିଲେ ।

asia cup finalବେକାର ଯାଇଥିଲା ବାଲାଂଦେଶ ଓପନର୍‌ ଲିଟନ୍‌ ଦାସଙ୍କ ୧୨୧ ରନ୍‌ର ଶତକୀୟ ଇନିଂସ । ଏହି ବିଜୟ ସହ ଭାରତ ଲଗାତାର ଦ୍ୱିତୀୟ ଥର ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିବା ବେଳେ ସପ୍ତମ ଥର ଟାଇଟଲ୍‌ ଜିତିଛି । ପୂର୍ବରୁ ଭାରତ ୧୯୮୪, ୧୯୮୮, ୧୯୯୦/୧୯୯୧, ୧୯୯୫, ୨୦୧୦ ଓ ୨୦୧୬ରେ ଏସିଆ କପ୍‌ ଚାମ୍ପିଅନ୍‌ ହୋଇଥିଲା । ସେପଟେ ତୃତୀୟ ଥର ପାଇଁ ଏସିଆ କପ୍‌ ଫାଇନାଲ୍‌କୁ ଯାଇଥିଲେ ବି ବାଲାଂଦେଶ ରନର୍ସଅପ୍‌ରେ ସନ୍ତୁଷ୍ଟ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.