କ୍ରୀଡା

କ୍ୟାପ୍‌ଟେନ ପଦ ଛାଡ଼ିବା ପରେ ବିରାଟ ଓ ବିସିସିଆଇ ମଧ୍ୟରେ ତୁତୁ ମେଁମେଁ, ଫେରୱେଲ୍ ଟେଷ୍ଟ ଖେଳିବାକୁ ମନା କଲେ କୋହଲି

ଟେଷ୍ଟ କ୍ୟାପ୍‌ଟେନ ପଦ ଛାଡ଼ିବା ପରେ ବିରାଟ ଓ ବିସିସିଆଇ ମଧ୍ୟରେ ତୁତୁ ମେଁମେଁ । ଫେରୱେଲ୍ ଟେଷ୍ଟ ଖେଳିବାକୁ ମନା କରି ଚର୍ଚ୍ଚାରେ ବିରାଟ କୋହଲି। କ୍ୟାପ୍‌ଟେନ ଭାବେ ଫେରୱେଲ୍ ଟେଷ୍ଟ ଖେଳିବେନି ବୋଲି କହିଛନ୍ତି ବିରାଟ। ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କୋହଲିଙ୍କୁ କ୍ୟାପ୍‌ଟେନ ଭାବେ ଫେରୱେଲ୍ ମ୍ୟାଚ୍‌ ଖେଳିବାକୁ ଅଫର କରିଥିଲେ। କିନ୍ତୁ ବିରାଟ ଏହି ଅଫରକୁ ରୋକ ଠୋକ ମନା କରିଦେଇଛନ୍ତି। କୋହଲି କହିଛନ୍ତି, ଗୋଟିଏ ମ୍ୟାଚ୍‌ରେ କୌଣସି ଫରକ ପଡ଼ିବନି। ଫେବ୍ରୁଆରୀରେ ଶ୍ରୀଲଙ୍କା ବିପକ୍ଷରେ ବେଙ୍ଗାଲୁରୁରେ ନିଜର ୧୦୦ତମ ଟେଷ୍ଟ ଖେଳିବେ କୋହଲି। ବିସିସିଆଇ ଅଧିକାରୀ ତାଙ୍କୁ ଅଫର ଦେଇ କହିଥିଲେ, କ୍ୟାପଟେନ୍‌ ଭାବେ ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳି ପଦ ଛାଡ଼ନ୍ତୁ। କିନ୍ତୁ ନିଜ ଜିଦ୍‌ରେ ଅଟଳ ଅଛନ୍ତି ବିରାଟ।

ଅନ୍ୟପଟେ ଏବେ ଚାରିଆଡ଼େ ଗୋଟିଏ ଚର୍ଚ୍ଚା। ଟେଷ୍ଟ ଟିମ୍‌ର ନୂଆ ଅଧିନାୟକ କିଏ ହେବ। ବିରାଟ କୋହଲି କ୍ୟାପଟେନ ପଦ ଛାଡ଼ିବା ପରେ ଏବେ ରେସରେ ଅଛନ୍ତି ରୋହିତ, ଲୋକେଶ ରାହୁଲ ଓ ଋଷଭ ପନ୍ତ। ତେବେ ସବୁଠୁ ଆଗରେ ଅଛନ୍ତି ହିଟ୍‌ମ୍ୟାନ୍‌ ରୋହିତ ଶର୍ମା। ରୋହିତ ଶର୍ମାଙ୍କୁ ଦଳର ଦାୟିତ୍ୱ ଦିଆଯିବାର ସମ୍ଭାବନା ଯଥେଷ୍ଟ ଅଧିକ। ରୋହିତଙ୍କ ପରେ କେ.ଏଲ ରାହୁଲ ଟେଷ୍ଟ ଦଳର ଅଧିନାୟକ ପଦ ପାଇଁ ପ୍ରମୁଖ ଦାବିଦାର। ସେହିଭଳି ଭାରତୀୟ ଦଳର ଓ୍ଵିକେଟ କିପର ଋଷଭ ପନ୍ତଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି। ଶେଷ ଟେଷ୍ଟ ମ୍ୟାଚ୍‌ର ଦ୍ୱିତୀୟ ଇନିଂସରେ ଏକାକୀ ଶତକୀୟ ପାରି ଖେଳିଥିଲେ ପନ୍ଥ। ଏହାସହ ସବୁ ଫର୍ମାଟରେ ବି ସେ ସ୍ଥାନ ପକ୍କା କରୁଛନ୍ତି।

ତେବେ ଟେଷ୍ଟରେ ପରାଜୟ ପରେ ଏବେ ଟିମ୍‌ ଇଣ୍ଡିଆ ନଜରରେ ଓ୍ଵାନଡେ ସିରିଜ୍‌। କେଏଲ ରାହୁଲଙ୍କ ନେତୃତ୍ୱରେ ଦଳ ୩ଟି ଦିନିକିଆ ସିରିଜ ଖେଳିବ। ବିରାଟ କୋହଲିଙ୍କ ପାଇଁ ସିରିଜ ଗୁରୁତ୍ୱପୂର୍ଣ୍ଣ। ଓ୍ଵାନଡେ ଅଧିନାୟକ ପଦରୁ ହଟିବା ପରେ ବିରାଟଙ୍କ ଏହା ପ୍ରଥମ ସିରିଜ୍‌। ବିସିସିଆଇ ପକ୍ଷରୁ ଜାରି ପ୍ରାକ୍ଟିସ ଫଟୋରେ ଅଧିନାୟକ ଲୋକେସ ରାହୁଲ ଆକ୍ସନ ମୋଡ଼ରେ ନଜର ଆସିଛନ୍ତି। ତାଙ୍କ ସହ କୋଚ୍‌ ରାହୁଲ ଦ୍ରାବିଡଙ୍କ ସମେତ ଅନ୍ୟ ଖେଳାଳି ବି ଅଭ୍ୟାସ କରୁଥିବା ଦେଖାଯାଇଛି। ଫଟୋରେ ରାହୁଲଙ୍କ ଗେମ୍‌ ପ୍ଲାନକୁ ବିରାଟ ମନ ଦେଇ ଶୁଣୁଥିବା ଦେଖିବାକୁ ମିଳିଛି।

୨୦୧୭ ପରେ ପ୍ରଥମ ଥର ପାଇଁ ବିରାଟ ଅନ୍ୟ କ୍ୟାପଟେନଙ୍କ ଅଧୀନରେ ମ୍ୟାଚ୍‌ ଖେଳୁଛନ୍ତି। ମହେନ୍ଦ୍ର ସିଂହ ଧୋନୀଙ୍କ ପରେ କେଏଲ ରାହୁଲ ଦ୍ୱିତୀୟ କ୍ୟାପ୍‌ଟେନ, ଯାହାଙ୍କ ଅଧିନାୟକତ୍ୱରେ କୋହଲି ମ୍ୟାଚ୍‌ ଖେଳିବେ। ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତୀୟ ଦଳ ଘୋଷଣା ବେଳେ ବିରାଟ କୋହଲିଙ୍କୁ ଅଧିନାୟକ ପଦରୁ ହଟାଯାଇଥିଲା। ଏହାପରେ ବିରାଟ ସାଉଥ ଆଫ୍ରିକା ବିପକ୍ଷ ଓ୍ଵାନଡେ ସିରିଜ ନ ଖେଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ସବୁକୁ ଖଣ୍ଡନ କରି ସିରିଜ୍‌ ଖେଳିବେ ବୋଲି କୋହଲି ସ୍ପଷ୍ଟ କରିଥିଲେ। ଆସନ୍ତା ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଥମ ଦିନିକିଆ ଖେଳିବ। ସେହିପରି ଆସନ୍ତା ୨୧ରେ ଦ୍ୱିତୀୟ ଓ ୨୩ରେ ତୃତୀୟ ଦିନିକିଆ ମ୍ୟାଚ୍‌ ଖେଳାଯିବ।

WCW 11

Recent Posts

ଟି୨୦ ବିଶ୍ୱକପ ମହାକୁମ୍ଭ ଆରମ୍ଭ, ପ୍ରଥମ ମ୍ୟାଚରେ ୭ ଓ୍ଵିକେଟରେ କାନାଡାକୁ ହରାଇଲା ଆମେରିକା

ଟି-୨୦ ବିଶ୍ବକପ ମହାକୁମ୍ଭ ଆରମ୍ଭ ହୋଇଛି । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆମେରିକା ଓ କାନାଡା । ଏହି…

5 mins ago

ପରକୀୟା ପ୍ରୀତିକୁ ବାରଣ କରିବାରୁ ସ୍ତ୍ରୀକୁ ମାଡ ମାରି ଘରୁ ତଡିଦେଲା ସ୍ୱାମୀ, ଏବେ ଥାନାରେ ମାମଲା

ନରସିଂହପୁର(କେନ୍ୟୁଜ୍): ପରକୀୟା ପ୍ରୀତିକୁ ନେଇ ଥାନାରେ ଆସି ମାମଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁର…

17 mins ago

ବାଣ ବିସ୍ପୋରଣ ମାମଲା, ମୃତ୍ୟୁ ସଂଖ୍ୟା ୧୧କୁ ବୃଦ୍ଧି

ପୁରୀ (କେନ୍ୟୁଜ): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ମାମଲାରେ ଆଉ ୨ଜଣଙ୍କ ମୃତ୍ୟୁ ।  ଏଥିସହ ମୃତ୍ୟୁସଂଖ୍ୟା ୧୧କୁ…

22 mins ago

ନୀଳାଞ୍ଚଳ ଏକ୍ସପ୍ରେସ ଉପରେ ଛିଡ଼ି ପଡ଼ିଲା ଓଭରହେଡ୍‌ ତାର, ୨ ଯାତ୍ରୀ ଗୁରୁତର

ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ମଧ୍ୟରେ ଥିବା ରାଞ୍ଚି ରେଳ ବିଭାଗରେ ହୋଇଛି ବଡ଼ ଦୁର୍ଘଟଣା । ଏଠାରେ ଟ୍ରେନ୍ ଉପରେ…

23 mins ago

ମୁହାଁମୁହିଁ ଧକ୍କା ହେଲା ମାଲବାହୀ ଟ୍ରେନ୍, ୨ ଲୋକୋ ପାଇଲଟ୍ ଗୁରୁତର

ପଞ୍ଜାବ : ମୁହାଁମୁହିଁ ଧକ୍କା ହେଲା ୨ ମାଲବାହୀ ଟ୍ରେନ୍ ।  ପଞ୍ଜାବ ଫତେଗଡ଼ ସାହିବ ନିକଟ ମାଧେପୁର ଠାରେ…

1 hour ago

ଜୟପୁର ସହରରେ ପଡିଛି ଡାଇମଣ୍ଡ ସର୍କସ: ଜୋକରର କମେଡି ସାଙ୍ଗକୁ ଆଫ୍ରିକାନ କଳାକାରଙ୍କ ଶୋ ଲୋକଙ୍କ ମନ ଜିଣୁଛି

ଜୟପୁର(କେନ୍ୟୁଜ୍‌): ଦିନ ଥିଲା ସର୍କସ ନା ଶୁଣିଲେ ମନରେ ଉତ୍ସାହ ଭରି ଉଠୁଥିଲା । ପିଲା ଠୁ ଟୋକା, ବୁଢା…

1 hour ago