ହକି ବିଶ୍ୱକପ୍‌ : ପାକିସ୍ତାନକୁ ୫-୦ ଗୋଲ୍‌ରେ ହରାଇ କ୍ୱାର୍ଟର ଫାଇନାଲ୍‌ରେ ବେଲଜିୟମ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ହକି ବିଶ୍ୱ କପ୍‌ର ଆଜି ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ଶୋଚନୀୟ ଭାବେ ୫-୦ ଗୋଲ୍‌ରେ ପରାସ୍ତ କରି କ୍ୱାର୍ଟର ଫାଇନାଲ୍‌ରେ ପହଞ୍ଚିଛି ବେଲଜିୟମ ଦଳ । ଟୁର୍ଣ୍ଣାମେଣ୍ଟ ସାରା ଅତ୍ୟନ୍ତ ଖରାପ ପ୍ରଦର୍ଶନ କରି ବିଦାୟ ନେଇଛି ପାକିସ୍ତାନ ଦଳ । କ୍ୱାର୍ଟରଫାଇନାଲ୍‌ରେ ବେଲଜିୟମ୍‌ ଦଳ ଜର୍ମାନୀକୁ ଭେଟିବ ।

ଆଜିର ଏହି ପ୍ରଥମ ମ୍ୟାଚ୍‌ରେ ଆରମ୍ଭରୁ ଶେଷ ଯାଏ ବେଲଜିୟମ ପ୍ରଭାବ ବିସ୍ତାର କରି ଖେଳିବା ସହ ୫ଟି ଗୋଲ୍‌ ଦେଇଥିଲେ । ମଧ୍ୟାନ୍ତର ପୂର୍ବରୁ ୧୦ ଓ ୧୩ ମିନିଟ୍‌ରେ ଆଲେକଜାଣ୍ଡାର ହେଣ୍ଡରିକ୍ସ ଏବଂ ଥୋମାସ୍‌ ବ୍ରାଏଲ୍‌ସ ଗୋଲ୍‌ ସ୍କୋର କରିଥିଲେ । ପୁଣି ୨୭ ମିନିଟ୍‌ରେ ସେଡ୍ରିକ୍‌ ଚାର୍ଲିୟରଙ୍କ ଗୋଲ୍‌ ବଳରେ ବିରତି ବେଳକୁ ବେଲଜିୟମ ୩-୦ରେ ଆଗୁଆ ଥିଲା । ପରେ ୩୫ ମିନିଟ୍‌ରେ ସେବାଷ୍ଟିଆନ ଡକିୟର ଏବଂ ୫୩ ମିନିଟ୍‌ରେ ଟମ୍‌ ବୁନ୍‌ ପରବର୍ତ୍ତୀ ଦୁଇଟି ଗୋଲ୍‌ ସ୍କୋର କରି ବେଲଜିୟମକୁ ବଢ଼ିଆ ବିଜୟ ଆଣି ଦେଇଥିଲେ । ସାଇମନ୍‌ ଗଗନର୍ଡ଼ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଅନ୍ୟପକ୍ଷରେ ପାକିସ୍ତାନ କିଛି ଭଲ ଗୋଲ୍‌ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ତାକୁ ଗୋଲ୍‌ରେ ପରିଣତ କରି ପାରିନଥିଲା ।

ପରବର୍ତ୍ତୀ ମ୍ୟାଚ୍‌ ନେଦଲାଣ୍ଡସ୍‌ ଓ କାନାଡ଼ା ମଧ୍ୟରେ ୭ଟା ବେଳକୁ ଖେଲାଯିବ । ଏହି ମ୍ୟାଚ୍‌ର ବିଜେତା ୧୩ ତାରିଖ ଦିନ କ୍ୱାର୍ଟରଫାଇନାଲ୍‌ରେ ଆୟୋଜକ ଭାରତକୁ ଭେଟିବ ।

KNews Bureau

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

3 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

6 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

7 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

7 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

7 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

7 hours ago