କ୍ରୀଡା

ଦିନିକିଆ କ୍ରିକେଟରେ ପ୍ରଥମ ଚଉକା ମାରିଥିବା ଭାରତୀୟ ଖେଳାଳି ସୁଧୀର ନାଏକଙ୍କ ପରଲୋକ, ହସପିଟାଲରେ ହୋଇଥିଲେ ଆଡମିଟ୍‌

ଦିନିକିଆ କ୍ରିକେଟରେ ଭାରତ ପାଇଁ ପ୍ରଥମ ଚଉକା ମାରିଥିବା ସୁଧୀର ନାଏକଙ୍କ ପରଲୋକ ହୋଇଛି । ମୁମ୍ବାଇ କ୍ରିକେଟ ସଂଘ ସୂଚନା ଦେଇଛି। ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଧୀର । ନିକଟରେ ବାଥରୁମ ଚଟାଣରେ ପାଦ ଖସିବା ଯୋଗୁଁ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ପରେ ସେ କୋମାକୁ ଚାଲିଯାଇଥିଲେ  । ତେବେ ସୁଧୀର ନାଏକଙ୍କ ବିୟୋଗରେ ବିସିସିଆଇ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ଶୋକ ପ୍ରକାଶ କରିଛି ।

ସୁଧୀର ମୁମ୍ବାଇ କ୍ରିକେଟ ଜଗତର ଜଣେ ସମ୍ମାନିତ ବ୍ୟକ୍ତି ଏବଂ ରଣଜୀ ଟ୍ରଫିର ଅଧିନାୟକ ରହିଥିଲେ । ତାଙ୍କ ନେତୃତ୍ୱରେ ଟିମ୍‌ ୧୯୭୦-୭୧ରେ ରଣଜୀ ଟାଇଟଲ ଜିତିଥିଲା । ତାଙ୍କ ନେତୃତ୍ୱରେ ସେତେବେଳେ ମୁମ୍ବାଇ ପକ୍ଷରୁ ସୁନୀଲ ଗାଭାସ୍କର, ଅଜିତ ଅଗରକର, ଦିଲ୍ଲୀପ ସରଦେସାଇ ଏବଂ ଅଶୋକ ମାଙ୍କଡ ଭଳି ଖେଳାଳି ରଣଜୀ ମ୍ୟାଚ୍‌ ଖେଳିଥିଲେ ।

୧୯୭୨ ପରେ ରଣଜୀ ଟିମରୁ ତାଙ୍କୁ ବାଦ୍‌ ଦିଆଯାଇଥିଲା । ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ କରିଥଲେ ସୁଧୀର । ସୁଧୀର ଦିନିକିଆ କ୍ରିକେଟରେ ଭାରତ ପାଇଁ ପ୍ରଥମ ଚଉକା ମାରିଥିଲେ । ଏହାପରେ ୨୦୧୧ ବିଶ୍ୱକପ ଫାଇନାଲ ପାଇଁ ପିଚ୍‌ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁ ମ୍ୟାଚରେ ଶ୍ରୀଲଙ୍କାକୁ ୨୮ ରନରେ ହରାଇ ଭାରତ ବିଶ୍ୱକପ ବିଜେତା ହୋଇଥିଲା ।

Swagatika

Recent Posts

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

2 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

3 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

3 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

5 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

6 hours ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

6 hours ago