ଦିନିକିଆ କ୍ରିକେଟରେ ପ୍ରଥମ ଚଉକା ମାରିଥିବା ଭାରତୀୟ ଖେଳାଳି ସୁଧୀର ନାଏକଙ୍କ ପରଲୋକ, ହସପିଟାଲରେ ହୋଇଥିଲେ ଆଡମିଟ୍
୨୦୧୧ ବିଶ୍ୱକପ ଫାଇନାଲରେ ପିଚ୍ ପ୍ରସ୍ତୁତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ସୁଧୀର ନାଏକ । ବାଥରୁମରେ ପଡିଯିବା ଯୋଗୁଁ ହସପିଟାଲରେ ଭର୍ତ୍ତି ହୋଇଥିଲେ । ୭୮ ବର୍ଷ ବୟସରେ ସୁଧୀର ନାଏକଙ୍କ ନିଧନ ହୋଇଥିବା ଖବର ମିଳିଛି ।

ଦିନିକିଆ କ୍ରିକେଟରେ ଭାରତ ପାଇଁ ପ୍ରଥମ ଚଉକା ମାରିଥିବା ସୁଧୀର ନାଏକଙ୍କ ପରଲୋକ ହୋଇଛି । ମୁମ୍ବାଇ କ୍ରିକେଟ ସଂଘ ସୂଚନା ଦେଇଛି। ୭୮ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ସୁଧୀର । ନିକଟରେ ବାଥରୁମ ଚଟାଣରେ ପାଦ ଖସିବା ଯୋଗୁଁ ଆହତ ହୋଇଥିଲେ । ଏହାପରେ ତାଙ୍କୁ ମୁମ୍ବାଇର ଏକ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ତା’ ପରେ ସେ କୋମାକୁ ଚାଲିଯାଇଥିଲେ । ତେବେ ସୁଧୀର ନାଏକଙ୍କ ବିୟୋଗରେ ବିସିସିଆଇ ଠାରୁ ଆରମ୍ଭ କରି କ୍ରିକେଟ ଜଗତ ଶୋକ ପ୍ରକାଶ କରିଛି ।
ସୁଧୀର ମୁମ୍ବାଇ କ୍ରିକେଟ ଜଗତର ଜଣେ ସମ୍ମାନିତ ବ୍ୟକ୍ତି ଏବଂ ରଣଜୀ ଟ୍ରଫିର ଅଧିନାୟକ ରହିଥିଲେ । ତାଙ୍କ ନେତୃତ୍ୱରେ ଟିମ୍ ୧୯୭୦-୭୧ରେ ରଣଜୀ ଟାଇଟଲ ଜିତିଥିଲା । ତାଙ୍କ ନେତୃତ୍ୱରେ ସେତେବେଳେ ମୁମ୍ବାଇ ପକ୍ଷରୁ ସୁନୀଲ ଗାଭାସ୍କର, ଅଜିତ ଅଗରକର, ଦିଲ୍ଲୀପ ସରଦେସାଇ ଏବଂ ଅଶୋକ ମାଙ୍କଡ ଭଳି ଖେଳାଳି ରଣଜୀ ମ୍ୟାଚ୍ ଖେଳିଥିଲେ ।
BCCI expresses sadness at passing away of Sudhir Naikhttps://t.co/Q9YdaXIIMi
— BCCI (@BCCI) April 6, 2023
୧୯୭୨ ପରେ ରଣଜୀ ଟିମରୁ ତାଙ୍କୁ ବାଦ୍ ଦିଆଯାଇଥିଲା । ୧୯୭୪ରେ ଇଂଲଣ୍ଡ ବିପକ୍ଷରେ ଅର୍ଦ୍ଧଶତକ କରିଥଲେ ସୁଧୀର । ସୁଧୀର ଦିନିକିଆ କ୍ରିକେଟରେ ଭାରତ ପାଇଁ ପ୍ରଥମ ଚଉକା ମାରିଥିଲେ । ଏହାପରେ ୨୦୧୧ ବିଶ୍ୱକପ ଫାଇନାଲ ପାଇଁ ପିଚ୍ ତିଆରି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଯେଉଁ ମ୍ୟାଚରେ ଶ୍ରୀଲଙ୍କାକୁ ୨୮ ରନରେ ହରାଇ ଭାରତ ବିଶ୍ୱକପ ବିଜେତା ହୋଇଥିଲା ।
My heartfelt condolences to Shri Sudhir Naik ji’s family and friends. His contributions to cricket will always be remembered. May his soul rest in peace.
— Sachin Tendulkar (@sachin_rt) April 5, 2023