ପୁଣି ଦେଶରେ କରୋନାର କାୟା: ୫ ହଜାର ଟପିଲା ଦୈନିକ ସଂକ୍ରମଣ, ୬ଜଣଙ୍କ ମୃତ୍ୟୁ

ଗତ ୨୪ ଘଣ୍ଟାରେ ଦେଶରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ। ଯାହାକି ସେପ୍ଟେମ୍ବର ପରଠୁ ସର୍ବାଧିକ । ୬ଜଣଙ୍କ ଜୀବନ ନେଇଛି ଭାଇରସ।

ନୂଆଦିଲ୍ଲୀ : ଦେଶରେ କରୋନାର ଲମ୍ବା ଲମ୍ଫ। ୫ ହଜାର ଟପିଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ଦେଶରେ ୫ହଜାର ୩୩୫ ନୂଆ ମାମଲା ଚିହ୍ନଟ। ଯାହାକି ସେପ୍ଟେମ୍ବର ପରଠୁ ସର୍ବାଧିକ । ୬ଜଣଙ୍କ ଜୀବନ ନେଇଛି ଭାଇରସ।

କର୍ଣ୍ଣାଟକରୁ ୨ଜଣ, କେରଳରୁ ଜଣେ, ମହାରାଷ୍ଟ୍ରରୁ ୨ ଓ ପଞ୍ଜାବରେ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି । ସଂକ୍ରମଣ ବଢିବା ସହ ଦେଶରେ କରୋନା ଆକ୍ଟିଭ କେସ ୨୫ ହଜାର ପାର୍‌ କରିଛି। ବର୍ତ୍ତମାନ ସକ୍ରିୟ ମାମଲା ରହିଛି ୨୫ହଜାର ୫୮୭ । ଗତକାଲି ୪ହଜାର ୪୩୫ ଜଣ ସଂକ୍ରମିତ ହୋଇଥିଲେ । ଗତକାଲିଠାରୁ ଆଜି ୨୦ ପ୍ରତିଶତ ଅଧିକ ସଂକ୍ରମିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.