କ୍ରୀଡା

ସ୍ପିନର ହେବାକୁ ଥିଲା ଇଚ୍ଛା, କିନ୍ତୁ ଭଲ ଟ୍ରେନିଂ ମିଳୁଥିବା ସ୍କୁଲ ଫିସ୍‌ ଦେବାକୁ ରୋହିତଙ୍କ ପରିବାର ପାଖରେ ନଥିଲା ଟଙ୍କା

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଅନେକ ଥର ଜବରଦସ୍ତ ପ୍ରଦର୍ଶନ କରି ଟିମ୍‌କୁ ଜିତାଇଛନ୍ତି। ଅଧିନାୟକ ହେବା ପୂର୍ବରୁ ଦମଦାର ପ୍ରଦର୍ଶନ କରିଥିଲେ ଏହା ପରେ ମଧ୍ୟ ବିନା କୌଣସି ଚାପରେ ଟିମର ଭଲ ଦାୟିତ୍ୱ ନେଇପାରନ୍ତି ରୋହିତ। କିନ୍ତୁ ଚଳିତଥର ଆଇପିଏଲରେ ବେଶ୍‌ କିଛି କମାଲ କରିପାରିନାହାନ୍ତି। ଚଳିତ ଆଇପିଏଲ ପଏଣ୍ଟ ତାଲିକାରେ ତାଙ୍କ ଟିମ ତଳେ ରହିଛି। କିନ୍ତୁ ଇଣ୍ଟରନ୍ୟାସନାଲ କ୍ରକେଟରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି ରୋହିତ। ତେବେ ଆଜି ରୋହିତ ଶର୍ମାଙ୍କର ୩୫ ତମ ଜନ୍ମିଦନ। ରୋହିତଙ୍କ ଜନ୍ମଦିନ ଅବସରରେ ପତ୍ନୀ ରିତିକା ସୋସିଆଲ ମିଡିଆରେ କିଛି ଫଟୋ ସେୟାର କରି ବାର୍ଥଡେ ଶୁଭେଚ୍ଛା ଜଣାଇଛନ୍ତି।

ମହାରାଷ୍ଟ୍ରର ନାଗପୁରର ବନସୋଦରେ ୩୦ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ ରୋହିତ। ରୋହିତଙ୍କ ପୁରାନାମ ରୋହିତ ଗୁରୁନାଥ ଶର୍ମା। ୨୩ ଜୁନ, ୨୦୦୭ରେ ଦିନିକିଆ ଡେବ୍ୟୁ କରିଥିଲେ ରୋହିତ। ସେହିପରି ଟେଷ୍ଟ କ୍ରିକେଟରେ ୨୦୧୩ରେ େଓ୍ଵଷ୍ଟଇଣ୍ଡିଜ ବିପକ୍ଷରେ ନଭେମ୍ବରରେ ଡେବ୍ୟୁ କରିଥିଲେ। କେବଳ ସେତିକି ନୁହେଁ, ତିନିଟି ଶତକ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ରୋହିତ ଶର୍ମା। ଟି-୨୦ ମ୍ୟାଚରେ ମାତ୍ର ୩୫ ବଲରେ ଶତକ କରିବାର କାରନାମା ମଧ୍ୟ କରିଛନ୍ତି।

ସ୍ପିନର ହେବାକୁ ଚାହୁଁଥିଲେ ରୋହିତ ଶର୍ମା

ରୋହିତ ଶର୍ମା କ୍ରିକେଟ ମୁମ୍ବାଇରେ ଶିଖିଲେ। ଥରେ ସେ ଟ୍ରାଏଲ ପାଇଁ ଷ୍ଟାଡିୟମରେ ପହଁଚି ଦେଖିଲେ ନେଟସରେ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ଲାଇନ ଲାଗିଛି। ରୋହିତ ସେହି ସମୟରେ ହିଁ ନିଷ୍ପତ୍ତି ନେଇଥିଲେ ଯେ ସେ ବୋଲର ହେବେ ଏବଂ ଅଫ ସ୍ପିନ ବୋଲର ଭାବରେ ସିଲେକ୍ଟ ହେଲେ। କିନ୍ତୁ ଏହାପରେ ମୁମ୍ବାଇର ପ୍ରସିଦ୍ଧ କୋଚ୍ ଦିନେସ ଲାଡ଼ ରୋହିତଙ୍କ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ ଏବଂ ଜାଣିପାରିଥିଲେ ଯେ ଏହି କ୍ରିକେଟର ଜଣେ ବୋଲର ନୁହେଁ ବ୍ୟାଟ୍ସମ୍ୟାନ ଅଟନ୍ତି।

ସ୍କୁଲର ଫିସ ଭରିବାକୁ ନଥିଲା ଟଙ୍କା

ରୋହିତ ଶର୍ମାଙ୍କ ନେଟୱର୍ଥ ଆଜି ୧୫୦ କୋଟି ଟଙ୍କାରୁ ବି ଅଧିକ। କିନ୍ତୁ ଯେତେବେଳେ ସେ କ୍ରିକେଟ ଶିଖିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପରିବାର ପାଖରେ ତାଙ୍କ ସ୍କୁଲ ଫିସ ଦେବାପାଇଁ ମଧ୍ୟ ଟଙ୍କା ନଥିଲା। ରୋହିତ ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ। ସେ ଡଂମ୍ବୀବଲିର ବେଳାନକନି ହାଇ ସ୍କୁଲରେ ପଢିଥିଲେ। ଏହାପରେ ରୋହିତଙ୍କୁ ବୋରେବଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଡ଼ମିଶନ ପାଇଁ ପରମିଶନ ମିଳିଲା, ଯେଉଁଠି କ୍ରିକେଟର ଭଲ ଟ୍ରେନିଂ ମିଳୁଥିଲା। କିନ୍ତୁ ତାଙ୍କ ପରିବାର ପାଖରେ ସ୍କୁଲ ଫିସ ଦେବା ପାଇଁ ଟଙ୍କା ନଥିଲା। ରୋହିତଙ୍କ ଟ୍ୟାଲେଣ୍ଟ ଦେଖି ସ୍କୁଲ ତାଙ୍କ ପୂରା ଫିସକୁ ଛାଡ କରିଦେଇଥିଲେ।

ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ

ରୋହିତ ଶର୍ମା ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ କ୍ରିକେଟର ଅଟନ୍ତି। ବର୍ଷ ୨୦୦୬-୦୭ରେ ଟି୨୦ଫର୍ମାଟକୁ ଘରୋଇ କ୍ରିକେଟରେ ଅଣାଗଲା ଏବଂ ରୋହିତ ଶର୍ମା ଗୁଜରାଟ ବିପକ୍ଷରେ ୪୫ ବଲରେ ଶତକ ମାରିଥିଲେ। ଏଥିରେ ରୋହିତ ୪୫ ବଲରେ ୧୩ ଚଉକା ଏବଂ ୫ ଛକା ମାରିଥିଲେ।

ରୋହିତ ଶର୍ମା ଏପର୍ଯ୍ୟନ୍ତ ୪୫ଟି ଟେଷ୍ଟ, ୨୩୦ ଦିନିକିଆ, ୧୨୫ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି। ଟେଷ୍ଟରେ ୩୧୩୭ ରନ, ଦିନିକିଆରେ ୯୨୮୩ ରନ୍‌ ଏବଂ ଟି-୨୦ରେ ୩୩୧୩ ରନ୍‌ କରିଛନ୍ତି। ରୋହିତ ଏପର୍ଯ୍ୟନ୍ତ ୪୧ଟି ଇଣ୍ଟରନ୍ୟାସନାଲ ଶତକ ମାରିସାରିଛନ୍ତି। ୮ଟି ଟେଷ୍ଟ, ୨୯ ଟି ଦିନିକିଆ ଏବଂ ୪ଟି ଟି୨୦ରେ ଶତକ ମାରିଛନ୍ତି। ସେହିପରି ଆଇପିଇଏଲରେ ୨୨୧ଟି ମ୍ୟାଚ ଖେଳି ୫୭୬୪ ରନ୍‌ କରିଛନ୍ତି।

Swagatika

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

6 hours ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

9 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

9 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

9 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

10 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

10 hours ago