ସ୍ପିନର ହେବାକୁ ଥିଲା ଇଚ୍ଛା, କିନ୍ତୁ ଭଲ ଟ୍ରେନିଂ ମିଳୁଥିବା ସ୍କୁଲ ଫିସ୍‌ ଦେବାକୁ ରୋହିତଙ୍କ ପରିବାର ପାଖରେ ନଥିଲା ଟଙ୍କା

ଭାରତୀୟ କ୍ରିକେଟ ଟିମର ଅଧିନାୟକ ରୋହିତ ଶର୍ମା ଅନେକ ଥର ଜବରଦସ୍ତ ପ୍ରଦର୍ଶନ କରି ଟିମ୍‌କୁ ଜିତାଇଛନ୍ତି । ଅଧିନାୟକ ହେବା ପୂର୍ବରୁ ଦମଦାର ପ୍ରଦର୍ଶନ କରିଥିଲେ ଏହା ପରେ ମଧ୍ୟ ବିନା କୌଣସି ଚାପରେ ଟିମର ଭଲ ଦାୟିତ୍ୱ ନେଇପାରନ୍ତି ରୋହିତ ।  କିନ୍ତୁ ଇଣ୍ଟରନ୍ୟାସନାଲ କ୍ରକେଟରେ ଅନେକ ସ୍ମରଣୀୟ ଇନିଂସ ଖେଳିଛନ୍ତି ରୋହିତ । ତେବେ ଆଜି ରୋହିତ ଶର୍ମାଙ୍କର ୩୮ ତମ ଜନ୍ମିଦନ।

ମହାରାଷ୍ଟ୍ରର ନାଗପୁରର ବନସୋଦରେ ୩୦ ଏପ୍ରିଲରେ ଜନ୍ମଗ୍ରହଣ କରିଥିଲେ ରୋହିତ । ରୋହିତଙ୍କ ପୁରାନାମ ରୋହିତ ଗୁରୁନାଥ ଶର୍ମା । ୨୩ ଜୁନ, ୨୦୦୭ରେ ଦିନିକିଆ ଡେବ୍ୟୁ କରିଥିଲେ ରୋହିତ । ସେହିପରି ଟେଷ୍ଟ କ୍ରିକେଟରେ ୨୦୧୩ରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ନଭେମ୍ବରରେ ଡେବ୍ୟୁ କରିଥିଲେ । କେବଳ ସେତିକି ନୁହେଁ, ତିନିଟି ଶତକ କରିବାରେ ମଧ୍ୟ ରେକର୍ଡ କରିଛନ୍ତି ରୋହିତ ଶର୍ମା । ଟି-୨୦ ମ୍ୟାଚରେ ମାତ୍ର ୩୫ ବଲରେ ଶତକ କରିବାର କାରନାମା ମଧ୍ୟ କରିଛନ୍ତି ।

ସ୍ପିନର ହେବାକୁ ଚାହୁଁଥିଲେ ରୋହିତ ଶର୍ମା

ରୋହିତ ଶର୍ମା କ୍ରିକେଟ ମୁମ୍ବାଇରେ ଶିଖିଲେ । ଥରେ ସେ ଟ୍ରାଏଲ ପାଇଁ ଷ୍ଟାଡିୟମରେ ପହଁଚି ଦେଖିଲେ ନେଟସରେ ବ୍ୟାଟ୍ସମ୍ୟାନଙ୍କ ଲମ୍ବା ଲାଇନ ଲାଗିଛି । ରୋହିତ ସେହି ସମୟରେ ହିଁ ନିଷ୍ପତ୍ତି ନେଇଥିଲେ ଯେ ସେ ବୋଲର ହେବେ ଏବଂ ଅଫ ସ୍ପିନ ବୋଲର ଭାବରେ ସିଲେକ୍ଟ ହେଲେ । କିନ୍ତୁ ଏହାପରେ ମୁମ୍ବାଇର ପ୍ରସିଦ୍ଧ କୋଚ୍ ଦିନେସ ଲାଡ଼ ରୋହିତଙ୍କ ଟ୍ୟାଲେଣ୍ଟକୁ ଚିହ୍ନି ପାରିଥିଲେ ଏବଂ ଜାଣିପାରିଥିଲେ ଯେ ଏହି କ୍ରିକେଟର ଜଣେ ବୋଲର ନୁହେଁ ବ୍ୟାଟ୍ସମ୍ୟାନ ଅଟନ୍ତି ।

ସ୍କୁଲର ଫିସ ଭରିବାକୁ ନଥିଲା ଟଙ୍କା

ରୋହିତ ଶର୍ମାଙ୍କ ନେଟୱର୍ଥ ଆଜି ୧୫୦ କୋଟି ଟଙ୍କାରୁ ବି ଅଧିକ । କିନ୍ତୁ ଯେତେବେଳେ ସେ କ୍ରିକେଟ ଶିଖିବା ଆରମ୍ଭ କରିଥିଲେ ସେତେବେଳେ ତାଙ୍କ ପରିବାର ପାଖରେ ତାଙ୍କ ସ୍କୁଲ ଫିସ ଦେବାପାଇଁ ମଧ୍ୟ ଟଙ୍କା ନଥିଲା । ରୋହିତ ଏକ ଗରିବ ପରିବାରରେ ଜନ୍ମ ନେଇଥିଲେ । ସେ ଡଂମ୍ବୀବଲିର ବେଳାନକନି ହାଇ ସ୍କୁଲରେ ପଢିଥିଲେ । ଏହାପରେ ରୋହିତଙ୍କୁ ବୋରେବଲିର ସ୍ୱାମୀ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ସ୍କୁଲରେ ଆଡ଼ମିଶନ ପାଇଁ ପରମିଶନ ମିଳିଲା, ଯେଉଁଠି କ୍ରିକେଟର ଭଲ ଟ୍ରେନିଂ ମିଳୁଥିଲା । କିନ୍ତୁ ତାଙ୍କ ପରିବାର ପାଖରେ ସ୍କୁଲ ଫିସ ଦେବା ପାଇଁ ଟଙ୍କା ନଥିଲା । ରୋହିତଙ୍କ ଟ୍ୟାଲେଣ୍ଟ ଦେଖି ସ୍କୁଲ ତାଙ୍କ ପୂରା ଫିସକୁ ଛାଡ କରିଦେଇଥିଲେ ।

ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ

ରୋହିତ ଶର୍ମା ଟି୨୦ ଶତକ ଲଗାଇଥିବା ପ୍ରଥମ ଭାରତୀୟ କ୍ରିକେଟର ଅଟନ୍ତି । ବର୍ଷ ୨୦୦୬-୦୭ରେ ଟି୨୦ଫର୍ମାଟକୁ ଘରୋଇ କ୍ରିକେଟରେ ଅଣାଗଲା ଏବଂ ରୋହିତ ଶର୍ମା ଗୁଜରାଟ ବିପକ୍ଷରେ ୪୫ ବଲରେ ଶତକ ମାରିଥିଲେ । ଏଥିରେ ରୋହିତ ୪୫ ବଲରେ ୧୩ ଚଉକା ଏବଂ ୫ ଛକା ମାରିଥିଲେ ।

ରୋହିତ ଶର୍ମା ଏପର୍ଯ୍ୟନ୍ତ ୪୫ଟି ଟେଷ୍ଟ, ୨୩୦ ଦିନିକିଆ, ୧୨୫ଟି ଟି-୨୦ ମ୍ୟାଚ ଖେଳିସାରିଛନ୍ତି । ଟେଷ୍ଟରେ ୩୧୩୭ ରନ, ଦିନିକିଆରେ ୯୨୮୩ ରନ୍‌ ଏବଂ ଟି-୨୦ରେ ୩୩୧୩ ରନ୍‌ କରିଛନ୍ତି । ରୋହିତ ଏପର୍ଯ୍ୟନ୍ତ ୪୧ଟି ଇଣ୍ଟରନ୍ୟାସନାଲ ଶତକ ମାରିସାରିଛନ୍ତି । ୮ଟି ଟେଷ୍ଟ, ୨୯ ଟି ଦିନିକିଆ ଏବଂ ୪ଟି ଟି୨୦ରେ ଶତକ ମାରିଛନ୍ତି । ସେହିପରି ଆଇପିଇଏଲରେ ୨୨୧ଟି ମ୍ୟାଚ ଖେଳି ୫୭୬୪ ରନ୍‌ କରିଛନ୍ତି ।

Also Read : ମୋ କ୍ୟାରିଅର ପାଇଁ ବାପା ଚାକିରି ଛାଡିଦେଲେ, ମା’ ୩ ଘଣ୍ଟା ଶୁଏ :ବୈଭବ ସୂର୍ଯ୍ୟବଂଶୀ