ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ୭କୋଟି ୨୩ ଲକ୍ଷ ଟଙ୍କାର ସମ୍ପତ୍ତି ଜବତ କଲା ଇଡି, ଠକ ସୁକେଶ ଦେଇଥିଲା ଏସବୁ ସମ୍ପତ୍ତି

ଫସିଗଲେ ଜ୍ୟାକଲିନ। ସିଜ୍ ହେଲା ବଲିଉଡ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସମ୍ପତ୍ତି । ସୁକେଶ ଚନ୍ଦ୍ରଶେଖର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜ୍ୟାକଲିନଙ୍କ ବିରୋଧରେ ବଡ ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି । ୭ କୋଟି ୨୭ଲକ୍ଷ କୋଟିର ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଜବତ ସମ୍ପତ୍ତି ମଧ୍ୟରେ ଜ୍ୟାକଲିନଙ୍କ ୭ କୋଟି ୧୨ ଲକ୍ଷ କୋଟି ଟଙ୍କାର ଫିକ୍ସ ଡିପୋଜିଟ୍ ରହିଛି ।
ଇଡି ମୁତାବକ, ୨୦୦ କୋଟି ଠକିଥିବା ଠକ ସୁକେଶ ଚନ୍ଦ୍ରଶେଖର ଜୋର ଜବରଦସ୍ତ ଟଙ୍କା ଆଦାୟ କରି ଜ୍ୟାକଲିନଙ୍କୁ ୫ କୋଟି ୧୭ ଲକ୍ଷ ଟଙ୍କାର ଗିଫ୍ଟ ଦେଇଥିଲା । କେବଳ ସେତିକି ନୁହେଁ ସୁକେଶ ଜ୍ୟାକଲିନ୍ ପରିବାର ଲୋକଙ୍କୁ ମଧ୍ୟ ଟଙ୍କା ପଠାଇଥିଲା । ଦାମୀ ଗିଫ୍ଟ ସହ କାର୍ ଓ ଅନେକ ଜିନିଷ ଦେଇଥିଲା ସୁକେଶ । ସୁକେଶ ବାହାରିନରେ ଥିବା ଜ୍ୟାକଲିନଙ୍କ ମାତାପିତାଙ୍କ ଏବଂ ଆମେରିକାରେ ରହିଥିବା ଭଉଣୀକୁ ମହଙ୍ଗା କାର ଉପହାର ଦେଇଥିଲେ। ଏହାଛଡା ଭାଇକୁ ୧୫ ଲକ୍ଷ ଟଙ୍କା ଦେଇଥିଲେ।
ଯାଞ୍ଚ ସମୟରେ ଇଡି ଜ୍ୟାକଲିନଙ୍କ ବୟାନକୁ ରେକର୍ଡ କରିଥିଲେ। ଏହି ସମୟରେ ଜ୍ୟାକଲିନ ଇଡିକୁ କହିଥିଲେ କି, ସୁକେଶ ତାଙ୍କ ପରିବାର ଏବଂ ତାଙ୍କୁ ମହଙ୍ଗା ଗିଫ୍ଟ ଦେଇଥିଲେ। ଏଥିରେ ଲକ୍ଷେ ଟଙ୍କାର ଘୋଡା ମଧ୍ୟ ସାମିଲ ରହିଛି। ଏହା ଛଡା ଚ୍ୟାକଲିନ ରହୁଥିବା ବିଳାସପୂର୍ଣ୍ଣ ହୋଟେଲର ଖର୍ଚ୍ଚ ମଧ୍ୟ ସୁକେଶ ଉଠାଉଥିଲେ।

ଦୀର୍ଘ ଦିନ ଧରି ଇଡି ରାଡାରରେ ରହିଥିଲେ ଜ୍ୟାକଲିନ୍ । ଇଡିର ସୂଚନା ଅନୁସାରେ ଏହା ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ବିରୋଧରେ ପ୍ରାରମ୍ଭିକ କାର୍ଯ୍ୟାନୁଷ୍ଠାନ । ଏହି ମାମଲାରେ ଜ୍ୟାକଲିନ ଆହୁରି ଫସିପାରନ୍ତି । ଆଗକୁ ଇଡି ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆହୁରି ଅଧିକ ସମ୍ପତ୍ତି ଜବତ କାରିପାରେ ।
ସୂଚନାଯୋଗ୍ୟ, ବହୁ ଦିନ ତଳୁ ଜ୍ୟାକଲିନ ଏବଂ ସୁକେଶଙ୍କର କିଛି ଫଟୋ ସାମ୍ନାକୁ ଆସିଥିଲା। ଏବେ ସୁକେଶ ତିହାଡ ଜେଲରେ ରହିଛି। ଇଡି ଯାଞ୍ଚ ସମୟରେ ଜ୍ୟାକଲିନଙ୍କୁ ସୁକେଶ ୭ କୋଟି ଟଙ୍କାର ସଂପତ୍ତି ଦେଇଥିବା ଜଣାପଡିଛି। ଯାହାକୁ ଯାଞ୍ଚ କରେ ଜବତ କରିଛି ଇଡି। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କ ସହ ସୁକେଶ ଚନ୍ଦ୍ରଶେଖରଙ୍କ ଫଟୋ ଭାଇରାଲ ହେବା ପରେ ଜ୍ୟାକଲିନଙ୍କୁ ଇଡି ପଚରାଉଚରା କରିଥିଲା । ତେବେ କେବଳ ଜ୍ୟାକଲିନ ନୁହେଁ, ନୋରା ଫତେହୀଙ୍କ ପରି ବହୁ ବଲିଉଡ ଅଭିନେତ୍ରୀଙ୍କୁ କୋଟି କୋଟି ଟଙ୍କାର ଗିଫ୍ଟ ଦେଇଥିଲା ଚନ୍ଦ୍ରଶେଖର।