ଦେଶର ୨୯ ତମ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ

ଦେଶର ନୂଆ ସ୍ଥଳସେନା ମୁଖ୍ୟ ଭାବେ ଦାୟିତ୍ୱ ନେଲେ ଜେନେରାଲ ମନୋଜ ପାଣ୍ଡେ । ଜେନେରାଲ ମୁକୁନ୍ଦ ନରଭଣେଙ୍କ ଅବସର ପରେ ୨୯ ତମ ସ୍ଥଳ ସ୍ଥଳ ସେନା ମୁଖ୍ୟ ଭାବେ ସେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଜେନେରାଲ ମନୋଜ ପାଣ୍ଡେ ସେନା ଇଂଜିନିୟର କର୍ପସର ପ୍ରଥମ ଅଧିକାରୀ ଭାବେ ସ୍ଥଳସେନାର ମୁଖ୍ୟ ପଦ ଅଳଙ୍କୃତ କରିଛନ୍ତି । ଏହାପୂର୍ବରୁ ମନୋଜ ଅନେକ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ଦାୟିତ୍ୱ ତୁଲାଇଛନ୍ତି । ୧୯୮୨ରେ ମନୋଜ ପାଣ୍ଡେ ସେନାର କୋର ଅଫ ଇଞ୍ଜିନିୟର୍ସରେ ନିଯୁକ୍ତ ହୋଇଥିଲେ ।

ଜମ୍ମୁ-କାଶ୍ମୀରରେ ଅପରେସନ ପରାକ୍ରମରେ ଇଞ୍ଜିନିୟର ରେଜିମେଣ୍ଟର କମାଣ ସମ୍ଭାଳିଥିଲ ଲେଫଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । ସେନାରେ ଉତ୍କୃଷ୍ଟ ସେବା ପାଇଁ ତାଙ୍କୁ ପରମ ବିଶିଷ୍ଟ ସେବା ପଦକ, ଅତି ବିଶିଷ୍ଟ ସେବା ପଦକ, ବିଶିଷ୍ଟ ସେବା ପଦକ ପ୍ରଦାନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.