କ୍ରୀଡା

ICC ODI Team of The Year 2023 ଘୋଷଣା, ଟିମରେ ରୋହିତଙ୍କ ସହିତ ୬ ଭାରତୀୟ ସାମିଲ

ICC ODI Team of The Year 2023 ଘୋଷଣା ହୋଇଛି । ଇଣ୍ଟରନ୍ୟାସନାଲ କ୍ରିକେଟ କାଉନସିଲ ଅର୍ଥାତ୍‌ ଆଇସିସି ରୋହିତ ଶର୍ମାଙ୍କୁ ଦିନିକିଆ ଟିମର ଅଧିନାୟକ ଚୟନ କରିଛି । ବିଶ୍ୱକପ ୨୦୨୩ ବିଜେତା ଟିମର ଅଧିନାୟକ ପାଟ କମିନ୍ସଙ୍କୁ ଏହି ଟିମରେ ସାମିଲ କରାଯାଇନାହିଁ । ପାଟ୍‌ କମିନ୍ସ ୨୦୨୩ରେ ଦିନିକିଆ କ୍ରିକେଟ ବେଶି ଖେଳିନାହାନ୍ତି । ଆଇସିସି ଘୋଷଣା କରିଥିବା ଟିମରେ ଭାରତୀୟ ଖେଳାଳି ସାମିଲ ରହିଛନ୍ତି ।

ଆଇସିସି ଘୋଷଣା କରିଥିବା ଟିମରେ ରୋହିତଙ୍କ ଶର୍ମାଙ୍କ ସହିତ ୬ ଭାରତୀୟ ଖେଳାଳି ରହିଛନ୍ତି । ସାଉଥ ଆଫ୍ରିକା ଏବଂ ଅଷ୍ଟ୍ରେଲିଆ ଟିମର ଦୁଇ-ଦୁଇ ଜଣ ଖେଳାଳି ସାମିଲ ରହିଛନ୍ତି । ସେହିପରି ନ୍ୟୁଜିଲାଣ୍ଡର ଜଣେ ଖେଳାଳି ସାମିଲ ରହିଛନ୍ତି । ଭାରତର ରୋହିତ ଶର୍ମା, ଶୁବମନ ଗିଲ, ବିରାଟ କୋହଲି, ମହମ୍ମଦ ସାମି, ମହମ୍ମଦ ସିରାଜ ଏବଂ କୁଲଦୀପ ଯାଦବ ରହିଛନ୍ତି । ରୋହିତ ଶର୍ମା ଏବଂ ଶୁବମନ ଗିଲ ଓପନର ଭାବେ ଚୟନ ହୋଇଛନ୍ତି । ବିରାଟଙ୍କ ନଂ ୪ରେ ରହିଛି ।

ଅଷ୍ଟ୍ରେଲିଆର ଦୁଇ ଖେଳାଳି ଟ୍ରେଭିସ ହେଡ ଏବଂ ସ୍ପିନର ଆଡମ ଜାମ୍ପାକୁ ଚୟନ କରାଯାଇଛି । ସାଉଥ ଆଫ୍ରିକାର ହେନରିକ କ୍ଲାସେନ ଏବଂ ମାର୍କୋ ୟାନସେନ ଏହି ଟିମର ଭାଗ ନେଇଛନ୍ତି । କ୍ଲାସେନ ଓ୍ଵିକେଟ କିପର ଭାବେ ଚୟନ ହୋଇଛନ୍ତି । ନ୍ୟୁଜିଲାଣ୍ଡର ଏକମାତ୍ର ବ୍ୟାଟର ଡେରିଲ ମିଚେଲ ଟିମରରେ ସାମିଲ ହୋଇଛନ୍ତି ।

ଆଇସିସି ଯେଉଁ ଖେଳାଳିଙ୍କୁ ଟିମରେ ଚୟନ କରିଛି, ସେମାନେ ବିଶ୍ୱକପ ୨୦୨୩ରେ ଭଲ ପ୍ରଦର୍ଶନ କରିଛନ୍ତି ।

ICC ODI Team of The Year 2023

ରୋହିତ ଶର୍ମା (ଅଧିନାୟକ), ଶୁବମନ ଗିଲ, ବିରାଟ କୋହଲି, ଟ୍ରେଭିସ ହେଡ, ଡେରିଲ ମିଚେଲ, ହେନରିକ କ୍ଲାସେନ(ଓ୍ଵିକେଟ କିପର), ମାର୍କୋ ୟାନସେନ, ଆଡମ ଜାମ୍ପା, ମହମ୍ମଦ ସିରା, କୁଲଦୀପ ଯାଦବ, ମହମ୍ମଦ ସାମି ।

Swagatika

Recent Posts

ରାଶିଫଳ : ରାଶି ଅନୁସାରେ ଜାଣନ୍ତୁ ବ୍ୟବସାୟୀଙ୍କ ପାଇଁ ଆଜି କିପରି କଟିବ ଦିନ

ମେଷ: ଚାକିରିରେ ସ୍ଥାନ ପରିବର୍ତ୍ତନର ଯୋଗ ରହିଛି । ଆୟ ବୃଦ୍ଧି ହେବ । କର୍ମକ୍ଷେତ୍ରରେ ଅଧିକ ପରିଶ୍ରମ କରିବେ…

2 hours ago

ଲୋକସଭାରେ ବିଜେପିର ୨୧ ରୁ ୨୦ ଆସନ ଦଖଲ, କଂଗ୍ରେସକୁ ମିଳିଲା ଗୋଟିଏ

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

2 hours ago

୭୮ରେ ବିଜେପିର ବାଜିମାତ : ସରକାର କରିବ ଗଠନ, ୫୧ ରେ ବିରୋଧୀ ଆସନରେ ବିଜେଡି

ଭୁବନେଶ୍ୱର (କେନ୍ୟୁଜ): ଶେଷ ହେଲା ଭୋଟ ଗଣତି । ସାମନାକୁ ଆସିଲା ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା…

3 hours ago

ଏହି କ୍ରୁଜ୍‌ ସବୁଠୁ ଦାମୀ, ଅମ୍ବାନୀଙ୍କ ପାର୍ଟି ଜାହଜ ଏହା ତୁଳନାରେ କିଛି ନୁହେଁ

ଦୁନିଆର ସବୁଠୁ ବଡ କ୍ରୁଜ୍ ଜାହାଜ । ୧୨୦୦ ଫୁଟ ଲମ୍ବ ଏବଂ ୨୦ ମହଲା ଉଚ୍ଚ ଆଇକନ୍ ନାମକ…

5 hours ago

ଓଡ଼ିଶା ନିର୍ବାଚନ ଫଳାଫଳ ୨୦୨୪: ଏବେ ଯାଏ ଫଳାଫଳ, ଗଣତି ଜାରି

ଭୁବନେଶ୍ୱର (କେନ୍ୟୁଜ): ଚାଲିଛି ଭୋଟ ଗଣତି । ସାମନାକୁ ଆସିଛି ପ୍ରାର୍ଥୀଙ୍କ ଭାଗ୍ୟର ଫଳାଫଳ । ଉଭୟ ବିଧାନସଭା ଓ…

6 hours ago

ଭାରତରେ ଏହି ସ୍ଥାନ ଚା’ ପିଉଥିବା ଲୋକଙ୍କ ମଧ୍ୟରେ ପ୍ରଥମ ଜାଣନ୍ତୁ …

ରାତି ପାହିଲେ କପେ ଚା’ ନ ପିଇଲେ ଦିନ ଆରମ୍ଭ ହୁଏ ନାହିଁ । ମନ ଭଲ ଲାଗେ ନାହିଁ…

7 hours ago