କ୍ରୀଡା

ବିଶ୍ୱକପ୍‌ : ଆଫଗାନର ଚ୍ୟାଲେଞ୍ଜ, ଭାରତ ସାମନାରେ ବିଜୟ ଲକ୍ଷ୍ୟ ୨୭୩ ରନ୍‌

ଦିଲ୍ଲୀ : ଆଶାର ବିପରୀତ ଭାବେ ଭଲ ଖେଳିଛି ଆଫଗାନିସ୍ତାନ । ବିଶ୍ୱ ମାନ୍ୟତାର ଏକ ନମ୍ବର ଦଳକୁ ଦେଇଛି ଚ୍ୟାଲେଞ୍ଜ । ବିଶ୍ୱକପ୍‌ର ଆଜିର ମ୍ୟାଚ୍‌ରେ ଘରୋଇ ଭାରତୀୟ ଦଳକୁ ଦେଇଛି ୨୭୩ ରନ୍‌ର ବିଜୟଲକ୍ଷ୍ୟ ।
ନୂଆଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଆଫଗାନିସ୍ତାନ । ଏହାର ବ୍ୟାଟରମାନେ ପୂରା ୫୦ ଓଭର ଖେଳିଲେ ଶକ୍ତିଶାଳୀ ଭାରତୀୟ ବୋଲିଂ ଆକ୍ରମଣର ମୁକାବିଲା କରି । ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ବିନିମୟରେ ୨୭୨ ରନ୍ କରିଛି ଆଫଗାନିସ୍ତାନ।

ଆଫଗାନିସ୍ତାନ ଟିମ ପକ୍ଷରୁ ଅଧିନାୟକ ହସମତୁଲା ସାହିଦି ୮୮ ବଲରେ ୮୦ ରନ୍ କରିଛନ୍ତି । ସେହିପରି ମଜମତୁଲା ଓମରଜାଇ ୬୯ ବଲରେ ୬୨ରନ୍‌ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗୁରୁବାଜ ୨୧ ରନ୍, ଇବ୍ରାହିମ ଜାରଦାନ ୨୨ ରନ, ରହମତ ଶାହା ୧୬ ରନ୍, ମହମ୍ମଦ ନବି ୧୯ ରନ୍ କରି ଆଉଟ୍ ହୋଇଛନ୍ତି ।
ସଫଳତମ ଭାରତୀୟ ବୋଲର ଭାବେ ଯଶପ୍ରୀତ ବୁମରା ୩୯ ରନରେ ୪, ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଓ୍ଵିକେଟ ନେଇଛନ୍ତି । ଶାର୍ଦ୍ଦୁଳ ଠାକୁର ଏବଂ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଛନ୍ତି ।

ଭାରତୀୟ ଦଳରେ ଗୋଟିଏ ପରିବର୍ତ୍ତନ କରାଯାଇଛି । ସ୍ପିନର ଅଶ୍ୱିନଙ୍କ ସ୍ଥାନରେ ଶାର୍ଦ୍ଦୁଳ ଠାକୁରଙ୍କୁ ସୁଯୋଗ ଦିଆଯାଇଛି । ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ମ୍ୟାଚ୍ ଜିତିବାରେ ଭାରତୀୟ ଦଳ ସଫଳ ହୋଇଛି। ତେଣୁ ବିଜୟଧାରା ବଜାୟ ରଖିବା ଲକ୍ଷ୍ୟରେ ରହିଛି ଟିମ୍ ଭାରତ । ଅନ୍ୟପଟେ ବାଂଲାଦେଶ ଠାରୁ ପ୍ରଥମ ମ୍ୟାଚରେ ପରାଜିତ ହୋଇ ସାରିଛି ଆଫଗାନିସ୍ତାନ।

୨୦୧୯ ବିଶ୍ୱକପରେ ଉଭୟ ଦଳ ପରସ୍ପରକୁ ଭେଟିଥିଲେ । ସେହି ମ୍ୟାଚରେ ୧୧ ରନରେ ଜିତିଥିଲା ଭାରତ ।

Swagatika

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

26 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

3 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

4 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

6 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago