କ୍ରୀଡା

ଦ୍ବିତୀୟ ଟି-୨୦: ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା, ଜାନୁଆରି ୭ରେ ନିର୍ଣ୍ଣାୟକ ମୁକାବିଲା

ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଅକ୍ଷର ପଟେଲଙ୍କ ବିସ୍ଫୋରକ ଇଂନିସ ସତ୍ୱେ ହାରିଲା ଭାରତ । ୨୦୭ ରନ୍‌ର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୯୦ ରନ କରିଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ଟି-ଟେ୍ଵଣ୍ଟି ସିରିଜ ୧-୧ରେ ବରାବର ରହିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୦୬ ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦସୁନ ଶନକା ସର୍ବାଧିକ ୫୬ ରନ୍‌ର ଇଂନିସ ଖେଳିଥିଲେ । ଆସନ୍ତା ୭ ତାରିଖରେ ୩ୟ ତଥା ଅନ୍ତିମ ମୁକାବିଲା ରାଜକୋଟରେ ଖେଳାଯିବ।

ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ଭାରତର ବିଜୟ ପାଇଁ ଚେଷ୍ଟା କରିଥିଲେ। ସେମାନେ ୬ଷ୍ଠ ୱିକେଟ୍‌ରେ ୯୧ ରନ୍‌ର ଭାଗିଦାରୀ ହୋଇଥିଲେ। ଅକ୍ଷର ପଟେଲ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୧ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ୩୬ଟି ବଲ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୩ ଟି ଛକା ସାମିଲ ଥିଲା।

ଭାରତର ପ୍ରାରମ୍ଭିକ ବ୍ୟାଟରମାନେ ଖରାପ ପ୍ରଦର୍ଶନ କରିଥିଲେ। ଟିମ୍‌ ଇଣ୍ଡିଆର ସ୍କୋର ୫୭ ରନ୍‌ ବେଳକୁ ୫ଜଣ ଖେଳାଳି ଆଉଟ୍‌ ହୋଇସାରିଥିଲେ। ଈଶାନ କିଶନ୍‌(୨), ଶୁଭବାନ ଗିଲ(୫), ରାହୁଲ ତ୍ରିପାଠୀ(୫), ହାର୍ଦ୍ଦିକ ପାଣ୍ଡ୍ୟା (୧୨) ଓ ଦିପକ ହୁଡା (୯) ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ତେବେ ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ଭାରତୀୟମାନଙ୍କ ମନରେ ବିଜୟର ଆଶା ସଂଚାର କରିଥିଲେ।

Barsha

Recent Posts

ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କୁ ଭେଟିଲେ ଗୌତମ ଗମ୍ଭୀର, ଲୋକସଭା ନିର୍ବାଚନରେ ବିଜୟ ପାଇଁ ଜଣାଇଲେ ଶୁଭେଚ୍ଛା

ଟିମ୍‌ ଇଣ୍ଡିଆର ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର ବର୍ତ୍ତମାନ ଚର୍ଚ୍ଚାରେ । ଗମ୍ଭୀରଙ୍କ ମେଣ୍ଟରଶିପ୍‌ରେ କୋଲକାତା ନାଇଟ୍‌ ରାଇଡର୍ସ (KKR)…

17 mins ago

କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ପାରିବାରିକ ମାସିକ ପତ୍ରିକା କାଦମ୍ବିନୀ ପକ୍ଷରୁ ପାଳିତ ହୋଇଯାଇଛି ଆର୍ଟ ଅଫ୍ ଗିଭିଂ ଦିବସ। ଭୁବନେଶ୍ବର ଭରତପୁର ବସ୍ତିରେ…

22 mins ago

ପୃଥିବୀ କେତେ ବର୍ଷ ପୁରୁଣା, ଉତ୍ତର ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ପ୍ରତିଦିନ ବୈଜ୍ଞାନିକମାନେ ପୃଥିବୀରେ ନୂତନ ଅନୁସନ୍ଧାନ ଜାରି ରଖିଛନ୍ତି, ଯାହା ମାଧ୍ୟମରେ ଆମେ ଏହାର ଅନନ୍ୟ ରହସ୍ୟ ବିଷୟରେ ନୂଆ…

27 mins ago

ଜାପାନରେ କାୟା ବିସ୍ତାର କରୁଛି ମାରାତ୍ମକ ରୋଗ, STSS ବ୍ୟାକ୍ଟେରିଆ ଯୋଗୁ ୪୮ ଘଣ୍ଟା ମଧ୍ୟରେ ହୁଏ ରୋଗୀର ମୃତ୍ୟୁ

ଜାପାନରେ ଏକ ମାରାତ୍ମକ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଏହି ରୋଗ ବ୍ୟାକ୍ଟେରିଆ ଯୋଗୁ ହୋଇଥାଏ ।…

44 mins ago

ଇଣ୍ଡିଆନ୍‌ କୋର୍ଷ୍ଟ ଗାର୍ଡରେ ୩୨୦ ପଦବୀ ଖାଲି, ୧୨ଶ ପାସ୍‌ ତୁରନ୍ତ କରନ୍ତୁ ଆବେଦନ

ଇଣ୍ଡିଆନ କୋଷ୍ଟ ଗାର୍ଡ ତରଫରୁ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଠାରେ ବମ୍ପର ପଦବୀରେ ଭର୍ତ୍ତି ହେଉଛି…

50 mins ago

କେଶ ଝଡିବା ଏବଂ ରୁପି ଯୋଗୁ ଚିନ୍ତିତ କି ? ଟ୍ରାଏ କରନ୍ତୁ ଏହି ଘରୋଇ ଉପଚାର

ବର୍ତ୍ତମାନର ଖରା ଓ ଗରମ ଯୋଗୁ ଘରୁ ବାହାରକୁ ଯିବା ବହୁତ କଷ୍ଟକର ହୋଇଯାଇଛି । ଏହା ସହ ଖରାରେ…

57 mins ago