ଦ୍ବିତୀୟ ଟି-୨୦: ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା, ଜାନୁଆରି ୭ରେ ନିର୍ଣ୍ଣାୟକ ମୁକାବିଲା

ଦ୍ୱିତୀୟ ଟି-ଟେ୍ଵଣ୍ଟିରେ ଭାରତକୁ ୧୬ ରନ୍‌ରେ ପରାସ୍ତ କଲା ଶ୍ରୀଲଙ୍କା । ଅକ୍ଷର ପଟେଲଙ୍କ ବିସ୍ଫୋରକ ଇଂନିସ ସତ୍ୱେ ହାରିଲା ଭାରତ । ୨୦୭ ରନ୍‌ର ପିଛା କରୁଥିବା ଭାରତୀୟ ଦଳ ନିର୍ଦ୍ଧାରିତ ଓଭରରେ ୮ ଓ୍ଵିକେଟ ହରାଇ ୧୯୦ ରନ କରିଥିଲା । ଏଥିସହ ୩ ମ୍ୟାଚ ବିଶିଷ୍ଟ ଟି-ଟେ୍ଵଣ୍ଟି ସିରିଜ ୧-୧ରେ ବରାବର ରହିଛି । ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ ହରାଇ ୨୦୬ ରନ କରିଥିଲା । ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ ଦସୁନ ଶନକା ସର୍ବାଧିକ ୫୬ ରନ୍‌ର ଇଂନିସ ଖେଳିଥିଲେ । ଆସନ୍ତା ୭ ତାରିଖରେ ୩ୟ ତଥା ଅନ୍ତିମ ମୁକାବିଲା ରାଜକୋଟରେ ଖେଳାଯିବ।

ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ଭାରତର ବିଜୟ ପାଇଁ ଚେଷ୍ଟା କରିଥିଲେ। ସେମାନେ ୬ଷ୍ଠ ୱିକେଟ୍‌ରେ ୯୧ ରନ୍‌ର ଭାଗିଦାରୀ ହୋଇଥିଲେ। ଅକ୍ଷର ପଟେଲ ସର୍ବାଧିକ ୬୫ ରନ୍‌ ସଂଗ୍ରହ କରିଥିଲେ। ସେ ୩୧ଟି ବଲ୍‌ ଖେଳି ୩ଟି ଚୌକା ଓ ୬ଟି ଛକା ମାରିଥିଲେ। ସୂର୍ଯ୍ୟକୁମାର ୩୬ଟି ବଲ ଖେଳି ୫୧ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୩ଟି ଚୌକା ଓ ୩ ଟି ଛକା ସାମିଲ ଥିଲା।

ଭାରତର ପ୍ରାରମ୍ଭିକ ବ୍ୟାଟରମାନେ ଖରାପ ପ୍ରଦର୍ଶନ କରିଥିଲେ। ଟିମ୍‌ ଇଣ୍ଡିଆର ସ୍କୋର ୫୭ ରନ୍‌ ବେଳକୁ ୫ଜଣ ଖେଳାଳି ଆଉଟ୍‌ ହୋଇସାରିଥିଲେ। ଈଶାନ କିଶନ୍‌(୨), ଶୁଭବାନ ଗିଲ(୫), ରାହୁଲ ତ୍ରିପାଠୀ(୫), ହାର୍ଦ୍ଦିକ ପାଣ୍ଡ୍ୟା (୧୨) ଓ ଦିପକ ହୁଡା (୯) ଭାରତୀୟ ପ୍ରଶଂସକଙ୍କୁ ନିରାଶ କରିଥିଲେ। ତେବେ ଅକ୍ଷର ପଟେଲ ଓ ସୂର୍ଯ୍ୟକୁମାର ଯାଦବ ଭାରତୀୟମାନଙ୍କ ମନରେ ବିଜୟର ଆଶା ସଂଚାର କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.