ଶୀତରେ ଥରୁଛି ମୟୂରଭଞ୍ଜ, ଦାରିଙ୍ଗବାଡିରେ ବି କମୁଛି ପାରଦ; ଜମୁଛି ପର୍ଯ୍ୟଟକଙ୍କ ଭିଡ

(କେନ୍ୟୁଜ): ହାଡଭଙ୍ଗା ଶୀତରେ ଥରୁଛି ମୟୂରଭଞ୍ଜ । ପ୍ରବଳ ଶୀତ ଯୋଗୁ ଅସ୍ତବ୍ୟସ୍ତ ହୋଇପଡିଛି ଜନ ଜୀବନ । ଜିଲ୍ଲାର ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ପ୍ରବଳ ଶୀତ ଅନୁଭୂତ ହେଉଛି । ପ୍ରବଳ କୁହୁଡି ଯୋଗୁ ଯାତାୟାତରେ ବାଧା ଉପୁଜୁଛି । ଗତକାଲି ନଅଣାରେ ୯ ଡିଗ୍ରୀ ତାପମାତ୍ରା ରେକର୍ଡ କରଯାଇଛି । ଗତକାଲି ଠାରୁ ଆଜି ଅଧିକ ଶୀତ ହେଉଛି । ଶୀତ ଦାଉରୁ ରକ୍ଷା ପାଇବାକୁ ଲୋକ ନିଆଁ ଜାଳି ବସି ରହୁଛନ୍ତି ।

ସେପଟେ ହାଲକା ଶୀତ ସାଙ୍ଗକୁ ଘନ କୁହୁଡିରେ ଆଛାଦିତ ହେଉଛି ଦାରିଙ୍ଗବାଡି । ଜିଲ୍ଲାରେ ତାପମାତ୍ରା ବୃଦ୍ଧି ଯୋଗୁ ଶୀତ କମିଥିବା ବେଳେ ସକାଳୁ ଘନ କୁହୁଡିର ଆସ୍ତରଣ ଜମୁଛି । ବିଗତ ଦିନରେ ଫୁଲବାଣୀରେ ୧୦ରୁ ୧୨ ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦାରଙ୍ଗବାଡିରେ ମଧ୍ୟ ସମାନ ତାପମାତ୍ରା ରେକର୍ଡ କରାଯାଇଛି । ହାଲକା ଶୀତର ମଜା ଉଠାଉଛନ୍ତି ପର୍ଯ୍ୟଟକ । ପ୍ରାତ ଭ୍ରମଣ ସାଙ୍ଗକୁ ଚା ଦୋକାନରେ ଜମୁଛି ଲୋକଙ୍କ ଭିଡ଼ । ଦାରିଙ୍ଗବାଡିର ପର୍ଯ୍ୟଟନ ସ୍ଥଳୀରେ ମଧ୍ୟ ପର୍ଯ୍ୟଟକଙକ ଭିଡ଼ ବୃଦ୍ଧି ପାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.