Below header

ଆଜି ନିଜର ଭାଗ୍ୟ ଜାଣନ୍ତୁ; ଏହି ରାଶିର ଲୋକଙ୍କ ପାଇଁ ରହିବ ଶୁଭ ଦିନ

ମେଷ: ବ୍ୟବସାୟ କରୁଥିବା ଲୋକଙ୍କ ପାଇଁ ଆଜିର ଦିନ ଭଲ ରହିବ। ପ୍ରେମ ଜୀବନ ଜିଉଁଥିବା ଲୋକମାନେ କୌଣସି ତୃତୀୟ ବ୍ୟକ୍ତିଙ୍କ ଯୋଗୁ ନିଜ ସାଥୀଙ୍କ ଉପରେ ସନ୍ଦେହ କରିପାରନ୍ତି, ଯଦ୍ଦ୍ଵାରା ବାଦ ବିବାଦ ସ୍ଥିତି ଉପୁଜିପାରେ।

ବୃଷ: ଆଜି ଆପଣଙ୍କ ପାଇଁ ମିଶ୍ରିତ ରୂପେ ଫଳପ୍ରଦ ହେବ। ସାମାଜିକ କାର୍ଯ୍ୟକଳାପରେ ଅଂଶଗ୍ରହଣ କରିବେ। କର୍ମକ୍ଷେତ୍ରରେ ନିଜର ସମସ୍ତ କାର୍ଯ୍ୟ ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବେ ଏବଂ ଆପଣଙ୍କ କିଛି ଶତ୍ରୁ ମଧ୍ୟ ଆପଣଙ୍କ ଉପରେ ପ୍ରାଧାନ୍ୟ ବିସ୍ତାର କରିବାକୁ ଚେଷ୍ଟା କରି ପାରନ୍ତି। ଆପଣଙ୍କ ପିଲାମାନଙ୍କୁ ନେଇ ଅଧିକ ଆଶା କରନ୍ତୁ ନାହିଁ, ନଚେତ୍‌ ସେମାନେ ଏହାକୁ ଭାଙ୍ଗି ପାରନ୍ତି।

ମିଥୁନ: ଆଜି ଆପଣଙ୍କର ମାନ ସମ୍ମାନ ବୃଦ୍ଧି ଘଟିବ। କୌଣସି ବାହାର ଲୋକ ସାମ୍ନାରେ ମନର କଥା ପ୍ରକାଶ କରିବାଠୁ ଦୂରେଇ ରୁହନ୍ତୁ। ସେୟାର ମାର୍କେଟରେ ଟଙ୍କା ବିନିଯୋଗ କରୁଥିବା ଲୋକଙ୍କ ପାଇଁ ଦିନଟି ଭଲ ହେବ। ପାରିବାରିକ ମାମଲାରେ ବାହାର ବ୍ୟକ୍ତିଙ୍କଠାରୁ ପରାମର୍ଶ ନିଅନ୍ତୁ ନାହିଁ।

କର୍କଟ: ଆଜି ଆପଣ କର୍ମକ୍ଷେତ୍ରରେ କୌଣସି ବଡ଼ ଚ୍ୟାଲେଞ୍ଜର ସାମ୍ନା କରି ପାରନ୍ତି। ବିଦ୍ୟାର୍ଥୀମାନଙ୍କୁ ପରୀକ୍ଷାରେ ବହୁତ ପରିଶ୍ରମ କରିବାକୁ ପଡ଼ିବ, ସେତେବେଳେ ସେମାନେ ସଫଳତା ହାସଲ କରିପାରିବେ। ଆପଣଙ୍କ ଚାରିପାଖର ପରିବେଶ ସୁଖମୟ ରହିବ।

ସିଂହ: ଆପଣ ନିଜ ମନ ମୁତାବକ କାର୍ଯ୍ୟ କରିବେ। ଯଦି ଆପଣଙ୍କର କୌଣସି ସମ୍ପତ୍ତି ସମ୍ବନ୍ଧୀୟ ବିବାଦ କୋର୍ଟରେ ଚାଲିଛି, ତ ସେଥିରେ ଆପଣ ବିଜୟ ହାସଲ କରିପାରନ୍ତି। ଯେଉଁମାନେ ଚାକିରି କରୁଛନ୍ତି, ସେମାନଙ୍କୁ କୌଣସି ଦାୟିତ୍ୱ ମିଳିଲେ ଆଦୌ ଡରି ଯାଆନ୍ତୁ ନାହିଁ। ଗୃହସ୍ଥ ଜୀବନ ବିତାଉଥିବା ଲୋକଙ୍କ ମଧ୍ୟରେ ଆଜି କୌଣସି କଥାକୁ ନେଇ ମତଭେଦ ହୋଇପାରେ।

କନ୍ୟା: ଆଜି ଆପଣ ନିଜ ଶକ୍ତିଶାଳୀ ଅନୁଭବ କରିବେ। ଧନର ଲେଣଦେଣ ଅତି ସାବଧାନତାର ସହ କରନ୍ତୁ। କାହାକୁ ଉଧାର ଦିଅନ୍ତୁ ନାହିଁ। ବେପାର କରୁଥିବା ଲୋକେ ବୟସ୍କ ସଦସ୍ୟଙ୍କ ସହାୟତାରେ କୌଣସି ନିଷ୍ପତ୍ତି ନେବା ଭଲ ହେବ। ଆପଣ ନିଜ ପରିବାର ସଦସ୍ୟମାନଙ୍କ ଆବଶ୍ୟକତା ପାଇଁ କିଛି କିଣାକିଣି କରି ପାରନ୍ତି। ଆଜି ନିଜ କାର୍ଯ୍ୟ ଉପରେ ପୂରା ଧ୍ୟାନ ରଖନ୍ତୁ।

ତୁଳା: ଆଜିର ଦିନ ଆପଣ ଅଳସୁଆ ଅନୁଭବ କରିବେ। ଆପଣ ନିଜର କାର୍ଯ୍ୟ ଉପରେ ପୂରା ଫୋକସ୍‌ କରନ୍ତୁ, ନଚେତ୍ ସମସ୍ୟା ହୋଇପାରେ। ଆପଣ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ ଅଂଶଗ୍ରହଣ କରିବ, ଯେଉଁଥି ପାଇଁ ମାନସିକ ଶାନ୍ତି ମିଳିବ। ସନ୍ତାନ ଶିକ୍ଷାରେ ଯଦି କିଛି ସମସ୍ୟା ଆସୁଥିଲା, ତା’ ହେଲେ ଆପଣ ତାହାକୁ ଗୁରୁଜନମାନଙ୍କ ସହିତ କଥାବାର୍ତ୍ତା କରି ସମାପ୍ତ କରିବାରେ ସଫଳ ହେବେ।

ବିଛା: ଆଜି ମିଶ୍ରିତ ଫଳ ରହିବ। ଯଦି ଆପଣଙ୍କର କୌଣସି ସରକାରୀ କାର୍ଯ୍ୟ ଦୀର୍ଘ ଦିନ ଧରି ଲଟକି ରହିଛି, ତା’ ହେଲେ ଆଜି ତାହା ସମ୍ପୂର୍ଣ୍ଣ ହେବାର ସମ୍ଭାବନା ରହିଛି। ଯେଉଁମାନେ ମିଡିଆ ଏବଂ ମାର୍କେଟିଂ ସହିତ ଜଡିତ ସେମାନଙ୍କୁ ଆଜି ଭଲ ଲାଭ ମିଳି ପାରିବ। ଦୀର୍ଘ ଦିନ ପରେ ଆଜି ଆପଣ ନିଜ ପରିବାର ସଦସ୍ୟଙ୍କୁ ଦେଖା କରିବେ।

ଧନୁ: ଆଜି ଆପଣଙ୍କ ପାଇଁ ନିବେଶ ସମ୍ବନ୍ଧୀୟ ଯୋଜନା ପ୍ରସ୍ତୁତ କରିବାର ଦିନ ହେବ। ଅବିବାହିତ ଲୋକଙ୍କ ଜୀବନରେ କୌଣସି ଜଣେ ନୂଆ ଲୋକ ପ୍ରବେଶ କରି ପାରନ୍ତି। କର୍ମକ୍ଷେତ୍ରରେ କିଛି ଭଲ କାମ ପାଇଁ ଆପଣଙ୍କୁ ପୁରସ୍କୃତ କରାଯାଇପାରେ। ବ୍ୟବସାୟ ଶ୍ରେଣୀର ଲୋକଙ୍କୁ କୌଣସି ବଡ଼ ଅର୍ଡର ମିଳିଲେ, ସେମାନଙ୍କ ଖୁସିର ଠିକଣା ରହିବ ନାହିଁ।

ମକର: କ୍ୟାରିୟର ଦୃଷ୍ଟିରୁ ଆଜି ଆପଣଙ୍କ ପାଇଁ ଭଲ ଦିନ ରହିବ। ଆଜି ଆପଣ ନିଜ ଘରର ରକ୍ଷଣାବେକ୍ଷଣ ଉପରେ ପୂରା ଧ୍ୟାନ ଦେବେ। ପରିବାର ସଦସ୍ୟଙ୍କ ପରାମର୍ଶରେ ଆପଣ କୌଣସି ନୂଆ କାମ ଆରମ୍ଭ କରିପାରନ୍ତି। ଯେଉଁ ଲୋକମାନେ ପ୍ରେମ ଜୀବନ ବିତାଉଛନ୍ତି, ସେମାନଙ୍କର ଆଜି କୌଣସି ବାହାର ଲୋକଙ୍କ କାରଣରୁ ଝଗଡ଼ା ଲାଗିପାରେ।

କୁମ୍ଭ: ଆଜି ଆପଣଙ୍କ ପାଇଁ ଏକ ଆହ୍ଵାନପୂର୍ଣ୍ଣ ଦିନ ହେବ। କର୍ମକ୍ଷେତ୍ରରେ ଆପଣଙ୍କ ସାମ୍ନାରେ କିଛି ସମସ୍ୟା ଆସିପାରେ, ଯାହାକୁ ନେଇ ଆପଣ ଚିନ୍ତିତ ରହିବେ। ଅଧିକ କାର୍ଯ୍ୟଭାର ହେତୁ ସାରା ଦିନ ବ୍ୟସ୍ତ ରହିବେ, ଯେଉଁ କାରଣରୁ ପରିବାରର କୌଣସି ସଦସ୍ୟଙ୍କୁ ଦେଇଥିବା ପ୍ରତିଶ୍ରୁତି ଭୁଲି ଯିବେ। କିନ୍ତୁ ଯଦି ଆପଣଙ୍କ ପରିବାରରେ କିଛି ଅସୁବିଧା ଲାଗି ରହିଛି, ତା’ ହେଲେ ଆପଣ ବରିଷ୍ଠ ସଦସ୍ୟଙ୍କ ସହାୟତାରେ ତାହାକୁ ଦୂର କରିବାରେ ସମର୍ଥ ହେବେ।

ମୀନ: ଆଜି ଆପଣ ନିଜ ରକ୍ତ ସମ୍ପର୍କୀୟମାନଙ୍କ ନିକଟତର ହେବେ। ଆପଣଙ୍କୁ କୌଣସି ଶୁଭ ସମାଚାର ଶୁଣିବାକୁ ମିଳିପାରେ। ପାରିବାରିକ ମାମଲାରେ ତାଳମେଳ ରକ୍ଷା କରନ୍ତୁ, ନଚେତ୍ ସମସ୍ୟା ଉପୁଜି ପାରେ। ଆପଣଙ୍କୁ ନିଜର ଖର୍ଚ୍ଚ ବୃଦ୍ଧିକୁ କାଟିବାକୁ ହେବ, ନଚେତ୍ ବଜେଟ୍ ବଢ଼ିପାରେ। ଏଥିପାଇଁ ଆପଣ ବଜେଟ୍‌ ବନାଇ ଚାଲନ୍ତୁ। ଏହା ଆପଣଙ୍କ ପାଇଁ ଭଲ ହେବ। ଯଦି ଆପଣ ସାଙ୍ଗମାନଙ୍କ ସହିତ କେଉଁଆଡ଼େ ଯିବାକୁ ଯୋଜନା କରୁଛନ୍ତି, ତା’ ହେଲେ ସାବଧାନତାର ସହ ଗାଡ଼ି ଚଳାନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.