ଭୁଲ ଇଞ୍ଜେକ୍ସନରୁ ଯୁବତୀଙ୍କ ମୃତ୍ୟୁ ଅଭିଯୋଗ: ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଉତ୍ତେଜନା

ଟିଟିଲାଗଡ଼(କେନ୍ୟୁଜ୍):  ଭୁଲ ଇଞ୍ଜେକ୍ସନରୁ ରୋଗୀଙ୍କ ମୃତ୍ୟୁ ଅଭିଯୋଗକୁ ନେଇ ଉତ୍ତେଜନା । ଟିଟିଲାଗଡ଼ ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସା ଅବହେଳା ଯୋଗୁଁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସାମାନ୍ୟ ଜ୍ୱର ହେଉଥିବା ନେଇ ଯୁବତୀ ଜଣଙ୍କ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସିଥିଲେ । ଚିକିତ୍ସା କରି ଡାକ୍ତର ଜଣକ ଏକ ଇଞ୍ଜେକେସନ ଲେଖିଥିଲେ । ଆଉ ଇଞ୍ଜେକେସନ ଦେବା ପରେ ଯୁବତୀ ଚେତା ଶୂନ୍ୟ ହୋଇପଡିଲେ । ଆଉ ପରେ ପରେ ଅନେକ ଇଞ୍ଜେକେସନ ଦେବା ପରେ ଯୁବତୀ ଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ କରିଛନ୍ତି ପରିବାର ଲୋକେ । ଯାହାକୁ ନେଇ ହସପିଟାଲରେ ଉତ୍ତେଜନା ଦେଖାଦେଇଥିଲା ।

ସେପଟେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଏସଡିଓମ ଓ ଡାକ୍ତର ପ୍ରଦୀପ କୁମାର ନାୟକ କହିଛନ୍ତି

Leave A Reply

Your email address will not be published.