Categories: କ୍ରୀଡା

କିଙ୍ଗ୍‌ କୋହଲିଙ୍କ କ୍ୟାପଟେନ୍‌ ଇନିଂସ୍‌, ପ୍ରଥମ ଟି-୨୦ରେ ୬ ଓ୍ଵିକେଟ୍‌ରେ ଜିତାଇଲେ ଟିମ୍‌ ଇଣ୍ଡିଆକୁ

ହାଇଦ୍ରାବାଦ : େଓ୍ଵଷ୍ଟଇଣ୍ଡିଜ୍‌ ସହ ପ୍ରଥମ ଟି-୨୦ରେ ଭାରତ ବିଜୟୀ ହୋଇଛି । ଓପ୍ନର କେଏଲ୍‌ ରାହୁଲ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଆଜି ଭାରତ ବିଜୟୀ କରାଇଛି । ୨୦୮ ରନ୍‌ର ବିଜୟଲକ୍ଷ୍ୟ ନେଇ ଖେଳିଥିଲା ଟିମ୍‌ ଇଣ୍ଡିଆ । ୧୮.୪ ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରି ନେଇଛି । ପୁଣି ହିରୋ ବନିଛନ୍ତି କୋହଲି ।
ମାତ୍ର ୮ ରନ୍‌ କରି ଓପ୍ନର ରୋହିତ ଶର୍ମା ଆଉଟ୍‌ ହୋଇଯିବା ପରେ ଆରମ୍ଭ ହୋଇଥିଲା ରାହୁଲ ଓ କୋହଲିଙ୍କ ଭାଗିଦାରୀ । ଏ ଦୁହେଁ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୦୦ ରନ୍‌ ଯୋଡ଼ିଥିଲେ । ରାହୁଲ ୪୦ ବଲ୍‌ରେ ଦ୍ରୁତ ୬୨ ରନ୍‌ କରିଥିଲେ । ୫ଟି ଚୌକା ଓ ୪ଟି ଛକା ମାରିଥିବା ରାହୁଲ ଏହି ପାଳି ବେଳେ ଟି-୨୦ରେ ୧ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି ।

ସେହିପରି ରାହୁଲଙ୍କୁ ସାଥ୍‌ ଦେବା ପରେ ଇନିଂସ୍‌ ଦାୟିତ୍ୱ ନିଜ କାନ୍ଧକୁ ନେଇ ମୁଣ୍ଡି ମାରିଥିଲେ କୋହଲି । ଋଷଭ ପନ୍ତଙ୍କ ସହିତ ତୃତୀୟ ଓ୍ଵିକେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ୪୮ ରନ୍‌ ଉଠାଇଥିଲେ । ପନ୍ତ ୧୮ ରନ୍‌ (୨ ଛକା) କରି ଆଉଟ୍‌ ହୋଇଥିଲେ । ଏହାପରେ ଶ୍ରେୟସ ଆୟର (୪) ମଧ୍ୟ ଅଳ୍ପ ସମୟ ଓ୍ଵିକେଟ୍‌ରେ ରହି ବିଦାୟ ନେଇଗଲେ । ହେଲେ କୋହଲି ଦୃଢ଼ତାର ସହ ଜମି ରହିଥିଲେ । ୧୮ ଓଭର୍‌ରେ ଓ୍ଵିଲିୟମ୍‌ସକୁ ୨ଟି ଛକା ମାରି ଆହୁରି ୮ଟି ବଲ୍‌ ହାତରେ ରଖି ଦଳକୁ ଜିତାଇ ଦେଇଥିଲେ । ମାତ୍ର ୫୦ଟି ବଲ୍‌ ଖେଳି କୋହଲି ୬ଟି ଚୌକା ଓ ୬ଟି ଛକା ମାରି ୯୪ ରନ୍‌ରେ ଅପରାଜିତ ରହିଥିଲେ ।
ପୂର୍ବରୁ ଭାରତୀୟ ବୋଲର୍‌ ଓ ଫିଲଡରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ େଓ୍ଵଷ୍ଟଇଣ୍ଡିଜ୍‌ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା ।

KNews Bureau

Recent Posts

ଝାରସୁଗୁଡ଼ାକୁ ଗର୍ବିତ କଲେ ସାନୁଦିପ, ଟପ୍ପର ଲିଷ୍ଟରେ ସ୍ଥାନ ପାଇ ସମସ୍ତଙ୍କୁ କଲେ ଆଶ୍ଚର୍ଯ୍ୟ

ଝାରସୁଗୁଡ଼ା(କେନ୍ୟୁଜ): ୭୨୦ରୁ ୭୦୧ ନମ୍ବର । ଏତେ ଅଧିକ ନମ୍ବର ପାଇବା ପାଇଁ ସେଭଳି ପରିଶ୍ରମ ବି କରିବାକୁ ପଡ଼ିଥାଏ…

15 mins ago

ପାରିବାରିକ କଳହରୁକରୁଣ ପରିଣତି, ସ୍ତ୍ରୀକୁ ପିଟିପିଟି ମାରି ଦେଲା ସ୍ୱାମୀ

ସୋରୋ (କେନ୍ୟୁଜ): ନୃଶଂସ ସ୍ବାମୀ । ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ହତ୍ୟା । ପାରିବାରିକ କଳହର କରୁଣ ପରିଣତି ।…

49 mins ago

ମହାପ୍ରଭୁଙ୍କ ଦର୍ଶନ ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, କହିଲେ ପ୍ରଭୁଙ୍କ ଆଶୀର୍ବାଦରେ ଏହା ସମ୍ଭବ ହେଇଛି

ପୁରୀ (କେନ୍ୟୁଜ); ଆଜିଠୁ ଖୋଲିଲା ଶ୍ରୀମନ୍ଦିର ଚାରି ଦ୍ୱାର । ମଙ୍ଗଳ ଆଳତି ପରେ ଶ୍ରୀମନ୍ଦିର ୪ ଦ୍ୱାର ଖୋଲାହେଲା…

2 hours ago

କାହାକୁ ମିଳିବ କେଉଁ ବିଭାଗ, ଆଜି ହୋଇପାରେ ମନ୍ତ୍ରୀଙ୍କ ବିଭାଗ ବଣ୍ଟନ

ଭୁବନେଶ୍ୱର (କେନ୍ୟୁଜ): ନୂଆ ମୁଖ୍ୟମନ୍ତ୍ରୀ, ନୂଆ କ୍ୟାବିନେଟ ।  କାହାକୁ ମିଳିବ କେଉଁ ବିଭାଗ ? ଖୁବଶୀଘ୍ର ମନ୍ତ୍ରୀମାନଙ୍କୁ ବିଭାଗ…

2 hours ago

ସୁନ୍ଦରଗଡ଼ର ଝିଅକୁ ବାହାହେବା ପାଇଁ ସୁଦୂର ରାଜସ୍ଥାନରୁ ଦୌଡ଼ି ଆସିଲେ ଦିବ୍ୟାଙ୍ଗ ଯୁବକ ଦୀନ ଦୟାଲ

ରାଉରକେଲା(କେନ୍ୟୁଜ): ଦିବ୍ୟାଙ୍ଗ ଯୁବକ ଯୁବତୀଙ୍କ ଫେସବୁକ୍ ପ୍ରେମ ଯୋଗୁଁ ରାଜସ୍ଥାନର ମଥପୁର ଗାଁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ଥାନା ଲହଣ୍ଡା…

2 hours ago

ଟି୨୦ ବିଶ୍ବକପ: ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ

(କେନ୍ୟୁଜ): ଟି ୨୦ ବିଶ୍ବକପରେ ଗତକାଲି ଆମେରିକାକୁ ୭ ୱିକେଟରେ ହରାଇ ସୁପର ଏଇଟରେ ପ୍ରବେଶ କରିଛି ଭାରତ ।…

3 hours ago