କିଙ୍ଗ୍‌ କୋହଲିଙ୍କ କ୍ୟାପଟେନ୍‌ ଇନିଂସ୍‌, ପ୍ରଥମ ଟି-୨୦ରେ ୬ ଓ୍ଵିକେଟ୍‌ରେ ଜିତାଇଲେ ଟିମ୍‌ ଇଣ୍ଡିଆକୁ

ହାଇଦ୍ରାବାଦ : େଓ୍ଵଷ୍ଟଇଣ୍ଡିଜ୍‌ ସହ ପ୍ରଥମ ଟି-୨୦ରେ ଭାରତ ବିଜୟୀ ହୋଇଛି । ଓପ୍ନର କେଏଲ୍‌ ରାହୁଲ ଏବଂ ଅଧିନାୟକ ବିରାଟ କୋହଲିଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଆଜି ଭାରତ ବିଜୟୀ କରାଇଛି । ୨୦୮ ରନ୍‌ର ବିଜୟଲକ୍ଷ୍ୟ ନେଇ ଖେଳିଥିଲା ଟିମ୍‌ ଇଣ୍ଡିଆ । ୧୮.୪ ଓଭର୍‌ରେ ୪ ଓ୍ଵିକେଟ୍‌ ହରାଇ ଲକ୍ଷ୍ୟ ହାସଲ କରି ନେଇଛି । ପୁଣି ହିରୋ ବନିଛନ୍ତି କୋହଲି ।
ମାତ୍ର ୮ ରନ୍‌ କରି ଓପ୍ନର ରୋହିତ ଶର୍ମା ଆଉଟ୍‌ ହୋଇଯିବା ପରେ ଆରମ୍ଭ ହୋଇଥିଲା ରାହୁଲ ଓ କୋହଲିଙ୍କ ଭାଗିଦାରୀ । ଏ ଦୁହେଁ ଦ୍ୱିତୀୟ ଓ୍ଵିକେଟ୍‌ରେ ୧୦୦ ରନ୍‌ ଯୋଡ଼ିଥିଲେ । ରାହୁଲ ୪୦ ବଲ୍‌ରେ ଦ୍ରୁତ ୬୨ ରନ୍‌ କରିଥିଲେ । ୫ଟି ଚୌକା ଓ ୪ଟି ଛକା ମାରିଥିବା ରାହୁଲ ଏହି ପାଳି ବେଳେ ଟି-୨୦ରେ ୧ ହଜାର ରନ୍‌ ମଧ୍ୟ ପୂରଣ କରିଛନ୍ତି ।

RAHULସେହିପରି ରାହୁଲଙ୍କୁ ସାଥ୍‌ ଦେବା ପରେ ଇନିଂସ୍‌ ଦାୟିତ୍ୱ ନିଜ କାନ୍ଧକୁ ନେଇ ମୁଣ୍ଡି ମାରିଥିଲେ କୋହଲି । ଋଷଭ ପନ୍ତଙ୍କ ସହିତ ତୃତୀୟ ଓ୍ଵିକେଟ୍‌ରେ ଗୁରୁତ୍ୱପୂର୍ଣ୍ଣ ୪୮ ରନ୍‌ ଉଠାଇଥିଲେ । ପନ୍ତ ୧୮ ରନ୍‌ (୨ ଛକା) କରି ଆଉଟ୍‌ ହୋଇଥିଲେ । ଏହାପରେ ଶ୍ରେୟସ ଆୟର (୪) ମଧ୍ୟ ଅଳ୍ପ ସମୟ ଓ୍ଵିକେଟ୍‌ରେ ରହି ବିଦାୟ ନେଇଗଲେ । ହେଲେ କୋହଲି ଦୃଢ଼ତାର ସହ ଜମି ରହିଥିଲେ । ୧୮ ଓଭର୍‌ରେ ଓ୍ଵିଲିୟମ୍‌ସକୁ ୨ଟି ଛକା ମାରି ଆହୁରି ୮ଟି ବଲ୍‌ ହାତରେ ରଖି ଦଳକୁ ଜିତାଇ ଦେଇଥିଲେ । ମାତ୍ର ୫୦ଟି ବଲ୍‌ ଖେଳି କୋହଲି ୬ଟି ଚୌକା ଓ ୬ଟି ଛକା ମାରି ୯୪ ରନ୍‌ରେ ଅପରାଜିତ ରହିଥିଲେ ।
ପୂର୍ବରୁ ଭାରତୀୟ ବୋଲର୍‌ ଓ ଫିଲଡରଙ୍କ ଖରାପ ପ୍ରଦର୍ଶନ ଯୋଗୁଁ େଓ୍ଵଷ୍ଟଇଣ୍ଡିଜ୍‌ ୨୦ ଓଭର୍‌ରେ ୫ ଓ୍ଵିକେଟ୍‌ ହରାଇ ୨୦୭ ରନ୍‌ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.