Categories: କ୍ରୀଡା

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ, ନାପିୟରରେ ପ୍ରଥମ ମୁକାବିଲା

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ସିରିଜ। ନାପିୟର ମ୍ୟାକଲିନ୍ ପାର୍କରେ ପ୍ରଥମ ମୁକାବିଲା। ଭାରତୀୟ ସମୟ ସକାଳ ସାଢ଼େ ୭ଟାରେ ମ୍ୟାଚ ଖେଳାଯିବ। ନ୍ୟୁଜିଲାଣ୍ଡ ଟସ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆକୁ ନିଜ ମାଟିରେ ହରାଇ ଭାରତ ଦିନିକିଆ ସିରିଜ କବଜା କରିଥିବାରୁ ଖେଳାଳିଙ୍କ ମନୋବଳ ଦୃଢ଼ ରହିଛି। ରୋହିତ ଶର୍ମା, ବିରାଟ କୋହଲି ଭଲ ଖେଳୁଛନ୍ତି। ମହେନ୍ଦ୍ର ସିଂ ଧୋନି ଫର୍ମକୁ ଫେରିଥିବାରୁ ଭାରତ ପାଇଁ ବଡ଼ ପ୍ଲସ ପଏଣ୍ଟ। ଫାଷ୍ଟ ବୋଲିଂ ଦାୟିତ୍ୱ ଭୁବନେଶ୍ୱର କୁମାର, ମହମ୍ମଦ ସାମିଙ୍କ କାନ୍ଧରେ ଥିବା ବେଳେ ସ୍ପିନ ବିଭାଗ ସମ୍ଭାଳିବେ କୁଳଦୀପ ଯାଦବ ଓ ଯୁଜବେନ୍ଦର ଚହଲ। ସେପଟେ ଘରୋଇ ମାଟିରେ ଟିମ୍ ଇଣ୍ଡିଆକୁ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ କିଓ୍ଵି ଦଳ।

କଲିନ୍ ମୁନରୋ, ମାର୍ଟିନ୍ ଗପଟିଲ, କେନ୍ ଓ୍ଵିଲିୟମସନ୍, ରସ୍ ଟେଲରଙ୍କ ଭଳି ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଛନ୍ତି। ବୋଲିଂରେ ଘାତକ ହୋଇପାରନ୍ତି ଟିମ୍ ସାଉଦି ଓ ଟ୍ରେଣ୍ଟ ବୋଲଟ୍। କିଓ୍ଵି ମାଟିରେ ଭାରତ ୩୫ଟି ମ୍ୟାଚ ଖେଳିଥିବା ବେଳେ ୧୦ଟିରେ ଜିତିଛି। ୨୦୧୪ରେ ୦-୪ରେ ସିରିଜ ପରାଜୟ ବରଣ କରିଥିଲା ଭାରତ। ସେହିପରି ଉଭୟ ଦଳ ଏପର‌୍ୟ୍ୟନ୍ତ ୧୦୧ଟି ଓ୍ଵାନ୍ ଡେ ଖେଳିଛନ୍ତି । ଭାରତ ଜିତିଛି ୫୧ଟି ମ୍ୟାଚ୍। ତେଣୁ ୫ଟିକିଆ ଦିନିକିଆ ସିରିଜରେ ନ୍ୟୁଜିଲାଣ୍ଡକୁ ନିଜ ମାଟିରେ ହରାଇବା ଭାରତ ପାଇଁ ଏତେ ସହଜ ହେବ ନାହିଁ।

KNews Bureau

Recent Posts

ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ, ଆଜି ଓ ଆସନ୍ତାକାଲି ଶପଥ ନେବେ

ଭୁବନେଶ୍ୱର : ବିଧାନସଭାରେ ଚାଲିଛି ନବ ନିର୍ବାଚିତ ବିଧାକୟଙ୍କ ଶପଥ ଉତ୍ସବ । ପ୍ରଥମେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବିଧାୟକ…

1 min ago

ବିହାର: ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ିଲା ନବନିର୍ମିତ ବ୍ରିଜ୍‌, ୧୨ କୋଟି ଟଙ୍କା ବ୍ୟୟରେ ହୋଇଥିଲା ତିଆରି

ଉଦ୍‌ଘାଟନ ପୂର୍ବରୁ ଭୁଶୁଡ଼ି ପଡ଼ିଲା ବ୍ରିଜ୍‌ । ବିହାରର ଅରାରିଆର ସିକଟିରେ ବକରା ନଦୀରେ ନିର୍ମିତ ବ୍ରିଜ୍‌ ମଙ୍ଗଳବାର ଭୁଶୁଡ଼ି…

5 mins ago

ନଦୀରେ ଗାଧୋଇବା ସମୟରେ ବୁଡି ତିନି ନାବାଳକ ମୃତ, ନାବାଳକ ସମସ୍ତେ ଗୋଟିଏ ପରିବାରର

କାକଟପୁର : ଦେବୀ ନଦୀରେ ଗାଧୋଇବା ସମୟରେ ନଦୀରେ ବୁଡି ତିନିଜଣ ନାବାଳକଙ୍କ ମୃତ୍ୟୁ। ମୃତକ ନାବାଳକ ସମସ୍ତେ ଗୋଟିଏ…

11 mins ago

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ, ଉତ୍ସବମୁଖର ଶ୍ରୀକ୍ଷେତ୍ର

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ମା' ଲକ୍ଷ୍ମୀ । ଆଉ କିଛି ସମୟ ପରେ…

14 mins ago

ସାଇକେଲ ବ୍ୟବହାର କରିବା ପାଇଁ ସମସ୍ତଙ୍କୁ ଅପିଲ୍‌ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଆଜି ଶପଥ ନେଇଛନ୍ତି ରାଜ୍ୟର ସମସ୍ତ ନବନିର୍ବାଚିତ ବିଧାୟକ । ଆଜି ବିଧାନସଭାର ୩ ଦିନିଆ ସ୍ୱତନ୍ତ୍ର ଅଧିବେଶନରେ…

25 mins ago

ବିହାର: ପାଟନା ବିମାନବନ୍ଦରକୁ ମିଳିଲା ବୋମା ବିସ୍ଫୋରଣ ଧମକ, ଏୟାରପୋର୍ଟରେ ଥରିଲେ ଯାତ୍ରୀ

ବିହାରର ପାଟନା ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବାକୁ ମିଳିଛି ଧମକ । ଏହି ଧମକ ଇ-ମେଲ୍‌ ମାଧ୍ୟମରେ ମିଳିଛି, ଯାହାକୁ…

44 mins ago